Posted inଜାତୀୟ

କେଜ୍‌ରିୱାଲଙ୍କ ନିଦ ହଜାଇଲା ଏକ୍‌ଜିଟ ପୋଲ, ୨୦୧୫ରେ ସତ ହୋଇଥିଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ସମ୍ପର୍କରେ ଆଜିର ଚାଣକ୍ୟର ଏକଜିଟ ପୋଲ ମଧ୍ୟ ସାମ୍ନାକୁ ଆସିଛି, ଯାହା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନିଦ ଉଡାଇଦେଇଛି। ଚାଣକ୍ୟର ଏକଜିଟ ପୋଲ ଅନୁଯାୟୀ, ଭାଜପା ୫୧ଟି ଆସନ ପାଇପାରେ। ଆଉ ଆମ ଆଦମୀ ପାର୍ଟିକୁ କେବଳ ୧୯ଟି ଆସନ ମିଳିପାରେ। କେବଳ ଏତିକି ନୁହେଁ, କଂଗ୍ରେସ କେବଳ ଗୋଟିଏରୁ ତିନୋଟି ଆସନ ପାଇବ ବୋଲି ଆଶା କରାଯାଉଛି। ଏହି ଏଜେନ୍ସି ୨୦୧୫ରେ ଏକ ସଠିକ ଭବିଷ୍ୟବାଣୀ କରିଥିଲା।

ଚାଣକ୍ୟର ଏକଜିଟ ପୋଲ ଅନୁଯାୟୀ, ଭାଜପାକୁ ୪୯% ଭୋଟ ମିଳୁଥିବା ଦେଖାଯାଉଛି, ଯେତେବେଳେ ଆମ ଆଦମୀ ପାର୍ଟିର ଭୋଟ ହାର ୫୩% ରୁ ୪୧%କୁ ହ୍ରାସ ପାଇପାରେ। କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳଗୁଡ଼ିକୁ ୧୦ ପ୍ରତିଶତ ଭୋଟ ମିଳିବ ବୋଲି ଆଶା କରାଯାଉଛି। ଆଜିର ଚାଣକ୍ୟ ଏକଜିଟ ପୋଲକୁ ବହୁତ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଉଛି। କାରଣ ଏହି ସଂସ୍ଥା ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା ଅଧିକାଂଶ ସର୍ଭେ ସତ୍ୟ ପ୍ରମାଣିତ ହୋଇଛି। ପୂର୍ବରୁ ଆକ୍ସିସ ମାଇ ଇଣ୍ଡିଆ ମଧ୍ୟ ଏକ୍‌ଜିଟ ପୋଲ ପ୍ରକାଶ ପାଇଛି। ଯାହା ଅନୁସାରେ,ଭାଜପା ୪୫ରୁ ୫୫ ଆସନ , ଆମ ଆଦମୀ ପାର୍ଟି ୧୫ ରୁ ୨୦ ଆସନ ପାଇବ ବୋଲି ଆଶା କରାଯାଉଛି।

୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆକ୍ସିସ ମାଇ ଇଣ୍ଡିଆର ଏକ୍‌ଜିଟ ପୋଲ ବହୁତ ସଠିକ ଥିଲା। ଏହା ଆମ ଆଦମୀ ପାର୍ଟିକୁ ୫୯-୬୮ ଆସନ ମିଳିବା ନେଇ ଅନୁମାନ କରିଥିଲା ଏବଂ ଏଏପି ୬୨ ଆସନ ପାଇଥିଲା। ସେହିପରି ଭାଜପାକୁ ୨-୧୧ ଆସନ ଦିଆଯାଇଥିଲା ଏବଂ ଭାଜପାକୁ ୮ଟି ଆସନ ମିଳିଥିଲା। ସେଥିପାଇଁ ସମସ୍ତେ ଆକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲ ଉପରେ ନଜର ରଖିଛନ୍ତି।

ସେହିପରି ୨୦୧୫ରେ ଟୁଡେଜ ଚାଣକ୍ୟ ଭବିଷ୍ୟବାଣୀ କରିଥିଲା ଯେ ଆମ ଆଦମୀ ପାର୍ଟି ୪୮ରୁ ଅଧିକ ଆସନ ପାଇବ ଏବଂ ଯେତେବେଳେ ଫଳାଫଳ ଆସିଲା, ଆମ ଆଦମୀ ପାର୍ଟି ଇତିହାସ ସୃଷ୍ଟି କରିଥିଲା। ଆପ ୬୭ଟି ଆସନ ଜିତି ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସରକାର ଗଠନ କରିଥିଲା। ଭାଜପା କେବଳ ତିନୋଟି ଆସନରେ ସୀମିତ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri