Posted inଖେଳ

ଆଜିଠୁ ମହିଳା ହକି ପ୍ରୋ-ଲିଗ୍‌: ଆମେରିକା- ନେଦରଲାଣ୍ଡ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର, ୩।୨ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ-ଲିଗ୍‌ ଶନିବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିରେ ଭାରତ ସମେତ ଚାଇନା, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଆଦି ୫ଟି ଦଳ ଅଂଶଗ୍ରହଣ କରିବେ। ଲିଗ୍‌ର ପ୍ରଥମ ମ୍ୟାଚ ଆମେରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚରେ ଏସିଆନ ଗେମ୍ସ ଚାମ୍ପିୟନ ଚାଇନା ସହ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ରାଞ୍ଚତ୍ରେ ଅନୁଷ୍ଠିତ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଦଳ ଆଶାନୁରୂପ ଖେଳିପାରି ନ ଥିଲେ ହେଁ ପ୍ରୋ-ଲିଗ୍‌ରେ ଭଲ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ ଆଶାପ୍ରକାଶ କରିଛନ୍ତି। ”ପ୍ରୋ ଲିଗ୍‌ ଖେଳିବା ପାଇଁ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଖୁବ୍‌ ଭଲ ଲାଗୁଛି। ଏଠାରେ ହକିକୁ ସବୁ ସ୍ତରରୁ ସମର୍ଥନ ମିଳିଥାଏ। ଆମେ ଏକ ଉତ୍ତମ ଦଳ ଏବଂ ଶକ୍ତିଶାଳୀ ଦଳଗୁଡ଼ିକ ବିପକ୍ଷରେ ଯେ ଖେଳିବାକୁ ସକ୍ଷମ ଏହା ପ୍ରମାଣ କରିବାର ସମୟ ଆସିଛି“ ବୋଲି ଶୁକ୍ରବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ସ୍କୁପମାନ କହିଛନ୍ତି। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ପରି ଦଳ ନିକଟରୁ କଡ଼ା ଚ୍ୟାଲେଞ୍ଜ ମିଳିବ ବୋଲି ସେ ଅନୁଭବ କରୁଛନ୍ତି। ତେବେ ଆମ ଖେଳାଳିମାନେ ଯୋଜନାକୁ କେତେ ପରିମାଣରେ ପଡ଼ିଆରେ କାର୍ଯ୍ୟରେ ପରିଣତ କରୁଛନ୍ତି ତା’ ଉପରେ ଅନେକ ନିର୍ଭର କରିବ ବୋଲି ସେ କହିଛନ୍ତି। ”ଆମେ ଗୋଲ କରିବାକୁ ସକ୍ଷମ, ଆମର ରକ୍ଷଣାତ୍ମକ ବିଭାଗ ମଧ୍ୟ ଭଲ। ମାତ୍ର ଶକ୍ତିଶାଳୀ ଦଳଗୁଡ଼ିକ ବିପକ୍ଷରେ ଆମ ରଣନୀତି କେତେ କାର୍ଯ୍ୟ କରୁଛି ତାହା ଦେଖିବାକୁ ଅପେକ୍ଷା ରହିଛି। କଠିନ ପରିଶ୍ରମ କରି ଆମକୁ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ। ଆମ ବ୍ୟତୀତ ଏଠାରେ ଖେଳିବାକୁ ଯାଉଥିବା ଅନ୍ୟ ଦଳଗୁଡ଼ିକ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ତେଣୁ ପ୍ରତିଦ୍ୱନ୍ଦ୍ୱୀ ଯିଏ ଥାଉନା କାହିଁକି ଆମକୁ ଚ୍ୟାଲେଞ୍ଜ ଦେବାକୁ ହେବ“ ବୋଲି ସ୍କୁପମାନ କହିଛନ୍ତି।
ଭାରତର ପେନାଲ୍ଟି କର୍ନର କନଭର୍ସନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସ୍କୁପମାନ। ”ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ଥିବା ଦଳଗୁଡ଼ିକରେ ଅତିକମ୍‌ରେ ୫ରୁ ୬ ଡ୍ରାଗ୍‌ ଫ୍ଲିକର ରହିଛନ୍ତି। ମାତ୍ର ଆମ ନିକଟରେ ତାହା ନାହିଁ। ଏହାର ପ୍ରଭାବ ଅଲିମ୍ପିକ୍‌ କ୍ୱାଲିଫାୟର ଉପରେ ମଧ୍ୟ ପଡ଼ିଲା। ଏହାକୁ ଆମକୁ ଗୁରୁତ୍ୱର ସହ ନେବାକୁ ହେବ ଏବଂ ଏଥିପାଇଁ କାମ କରିବାକୁ ପଡ଼ିବ। ଏକ ଦଳ ଭାବେ ଦେଖିବାକୁ ଗଲେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ନ କରିପାରିବା ଆମକୁ ଏବେ ମଧ୍ୟ ଦୁଃଖ ପହଞ୍ଚାଉଛି। ସେଥିରେ ଆମେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଠିକ୍‌ ସମୟରେ ଗୋଲ ସ୍କୋର କରିପାରି ନ ଥିଲୁ। ତେବେ ଏହା ଅତୀତ ହୋଇଯାଇଛି। ଏହାକୁ ଭୁଲି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ“ ବୋଲି କୋଚ୍‌ ପ୍ରକାଶ କରିଛନ୍ତି। ଉପ-ଅଧିନାୟିକା ବନ୍ଦନା କାଟରିୟା ମଧ୍ୟ କୋଚ୍‌ଙ୍କ ସହ ଏକମତ ହୋଇଛନ୍ତି। ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଆମକୁ ଶତ ପ୍ରତିଶତ ପ୍ରଦର୍ଶନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ କ୍ୱାଲିଫାୟରରେ ଆମେ ବହୁତ ଭଲ ଖେଳିଥିଲୁ। ମାତ୍ର ଦୁର୍ଭାଗ୍ୟ ବଶତଃ ଠିକ୍‌ ସମୟରେ ଗୋଲ ସ୍କୋର କରି ନ ପାରିବାରୁ ଯୋଗ୍ୟତା ଅର୍ଜନରୁ ବଞ୍ଚତ୍ତ ହେଲୁ। ପ୍ରୋ-ଲିଗ୍‌ରେ ଆମକୁ ଶ୍ରେଷ୍ଠ ଖେଳ ଦେଖାଇବାକୁ ପଡ଼ିବ ବୋଲି ବନ୍ଦନା କହିଛନ୍ତି। ଟୁର୍ନାମେଣ୍ଟ ଫର୍ମାଟ ଅନୁସାରେ କଳିଙ୍ଗରେ ୫ଟି ଦଳ ପରସ୍ପରକୁ ଥରେ ଲେଖାଏ ଭେଟିବା ପରେ ରାଉରକେଲା ଯିବେ। ସେଠାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁଣି ଏହି ୫ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚରେ ମୁକାବିଲା କରିବେ। ଭୁବନେଶ୍ୱରରେ ଫେବୃଆରୀ ୩ରୁ ୯ ଓ ରାଉରକେଲାରେ ୧୨ରୁ ୧୮ ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri