Posted inଖେଳ

ଆଜିଠୁ ମହିଳା ହକି ପ୍ରୋ-ଲିଗ୍‌: ଆମେରିକା- ନେଦରଲାଣ୍ଡ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର, ୩।୨ (ତପନ ସ୍ବାଇଁ): ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ-ଲିଗ୍‌ ଶନିବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିରେ ଭାରତ ସମେତ ଚାଇନା, ଆମେରିକା, ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ଆଦି ୫ଟି ଦଳ ଅଂଶଗ୍ରହଣ କରିବେ। ଲିଗ୍‌ର ପ୍ରଥମ ମ୍ୟାଚ ଆମେରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚରେ ଏସିଆନ ଗେମ୍ସ ଚାମ୍ପିୟନ ଚାଇନା ସହ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ରାଞ୍ଚତ୍ରେ ଅନୁଷ୍ଠିତ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଦଳ ଆଶାନୁରୂପ ଖେଳିପାରି ନ ଥିଲେ ହେଁ ପ୍ରୋ-ଲିଗ୍‌ରେ ଭଲ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ ଆଶାପ୍ରକାଶ କରିଛନ୍ତି। ”ପ୍ରୋ ଲିଗ୍‌ ଖେଳିବା ପାଇଁ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଖୁବ୍‌ ଭଲ ଲାଗୁଛି। ଏଠାରେ ହକିକୁ ସବୁ ସ୍ତରରୁ ସମର୍ଥନ ମିଳିଥାଏ। ଆମେ ଏକ ଉତ୍ତମ ଦଳ ଏବଂ ଶକ୍ତିଶାଳୀ ଦଳଗୁଡ଼ିକ ବିପକ୍ଷରେ ଯେ ଖେଳିବାକୁ ସକ୍ଷମ ଏହା ପ୍ରମାଣ କରିବାର ସମୟ ଆସିଛି“ ବୋଲି ଶୁକ୍ରବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ସ୍କୁପମାନ କହିଛନ୍ତି। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ପରି ଦଳ ନିକଟରୁ କଡ଼ା ଚ୍ୟାଲେଞ୍ଜ ମିଳିବ ବୋଲି ସେ ଅନୁଭବ କରୁଛନ୍ତି। ତେବେ ଆମ ଖେଳାଳିମାନେ ଯୋଜନାକୁ କେତେ ପରିମାଣରେ ପଡ଼ିଆରେ କାର୍ଯ୍ୟରେ ପରିଣତ କରୁଛନ୍ତି ତା’ ଉପରେ ଅନେକ ନିର୍ଭର କରିବ ବୋଲି ସେ କହିଛନ୍ତି। ”ଆମେ ଗୋଲ କରିବାକୁ ସକ୍ଷମ, ଆମର ରକ୍ଷଣାତ୍ମକ ବିଭାଗ ମଧ୍ୟ ଭଲ। ମାତ୍ର ଶକ୍ତିଶାଳୀ ଦଳଗୁଡ଼ିକ ବିପକ୍ଷରେ ଆମ ରଣନୀତି କେତେ କାର୍ଯ୍ୟ କରୁଛି ତାହା ଦେଖିବାକୁ ଅପେକ୍ଷା ରହିଛି। କଠିନ ପରିଶ୍ରମ କରି ଆମକୁ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ। ଆମ ବ୍ୟତୀତ ଏଠାରେ ଖେଳିବାକୁ ଯାଉଥିବା ଅନ୍ୟ ଦଳଗୁଡ଼ିକ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ତେଣୁ ପ୍ରତିଦ୍ୱନ୍ଦ୍ୱୀ ଯିଏ ଥାଉନା କାହିଁକି ଆମକୁ ଚ୍ୟାଲେଞ୍ଜ ଦେବାକୁ ହେବ“ ବୋଲି ସ୍କୁପମାନ କହିଛନ୍ତି।
ଭାରତର ପେନାଲ୍ଟି କର୍ନର କନଭର୍ସନକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସ୍କୁପମାନ। ”ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୧୦ରେ ଥିବା ଦଳଗୁଡ଼ିକରେ ଅତିକମ୍‌ରେ ୫ରୁ ୬ ଡ୍ରାଗ୍‌ ଫ୍ଲିକର ରହିଛନ୍ତି। ମାତ୍ର ଆମ ନିକଟରେ ତାହା ନାହିଁ। ଏହାର ପ୍ରଭାବ ଅଲିମ୍ପିକ୍‌ କ୍ୱାଲିଫାୟର ଉପରେ ମଧ୍ୟ ପଡ଼ିଲା। ଏହାକୁ ଆମକୁ ଗୁରୁତ୍ୱର ସହ ନେବାକୁ ହେବ ଏବଂ ଏଥିପାଇଁ କାମ କରିବାକୁ ପଡ଼ିବ। ଏକ ଦଳ ଭାବେ ଦେଖିବାକୁ ଗଲେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ନ କରିପାରିବା ଆମକୁ ଏବେ ମଧ୍ୟ ଦୁଃଖ ପହଞ୍ଚାଉଛି। ସେଥିରେ ଆମେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଠିକ୍‌ ସମୟରେ ଗୋଲ ସ୍କୋର କରିପାରି ନ ଥିଲୁ। ତେବେ ଏହା ଅତୀତ ହୋଇଯାଇଛି। ଏହାକୁ ଭୁଲି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ“ ବୋଲି କୋଚ୍‌ ପ୍ରକାଶ କରିଛନ୍ତି। ଉପ-ଅଧିନାୟିକା ବନ୍ଦନା କାଟରିୟା ମଧ୍ୟ କୋଚ୍‌ଙ୍କ ସହ ଏକମତ ହୋଇଛନ୍ତି। ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଆମକୁ ଶତ ପ୍ରତିଶତ ପ୍ରଦର୍ଶନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ କ୍ୱାଲିଫାୟରରେ ଆମେ ବହୁତ ଭଲ ଖେଳିଥିଲୁ। ମାତ୍ର ଦୁର୍ଭାଗ୍ୟ ବଶତଃ ଠିକ୍‌ ସମୟରେ ଗୋଲ ସ୍କୋର କରି ନ ପାରିବାରୁ ଯୋଗ୍ୟତା ଅର୍ଜନରୁ ବଞ୍ଚତ୍ତ ହେଲୁ। ପ୍ରୋ-ଲିଗ୍‌ରେ ଆମକୁ ଶ୍ରେଷ୍ଠ ଖେଳ ଦେଖାଇବାକୁ ପଡ଼ିବ ବୋଲି ବନ୍ଦନା କହିଛନ୍ତି। ଟୁର୍ନାମେଣ୍ଟ ଫର୍ମାଟ ଅନୁସାରେ କଳିଙ୍ଗରେ ୫ଟି ଦଳ ପରସ୍ପରକୁ ଥରେ ଲେଖାଏ ଭେଟିବା ପରେ ରାଉରକେଲା ଯିବେ। ସେଠାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁଣି ଏହି ୫ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚରେ ମୁକାବିଲା କରିବେ। ଭୁବନେଶ୍ୱରରେ ଫେବୃଆରୀ ୩ରୁ ୯ ଓ ରାଉରକେଲାରେ ୧୨ରୁ ୧୮ ପର୍ଯ୍ୟନ୍ତ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଦଳି ମାରିବା ପରେ ବି ଜଗି ରହିଛି ହାତୀ 

ଖୋର୍ଦ୍ଧା,୨।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଭୂଆସୁଣି ପାଟଣା ଗାଁରେ ଯୁବକଙ୍କୁ ଜଣେ ଯୁବକଙ୍କୁ ଏକ ଦନ୍ତା ଦଳି ଦେଇଛି। ମୃତକ ହେଲେ ପ୍ରିୟବ୍ରତ...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri