ଆଜି ସୁବର୍ଣ୍ଣପୁରରୁ ପୁରୀକୁ ଗଡ଼ିବ ଟ୍ରେନ୍‌

ସୋନପୁର,୩।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ୩ ତାରିଖ ଶନିବାର ଏକ ସ୍ମରଣୀୟ ଦିବସ ହେବାକୁ ଯାଉଛି। ଏହି ଦିନ ଦ୍ୱିତୀୟ ବାରାଣସୀ କୁହାଯାଉଥିବା ସୁବର୍ଣ୍ଣପୁର ରେଳ ମାନଚିତ୍ରରେ ସ୍ଥାନ ପାଇବ। ଜିଲା ସଦର ମହକୁମାରୁ ଶ୍ରୀକ୍ଷେତ୍ର ପୁରୀକୁ ଟ୍ରେନ୍‌ ଗଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବିଛୁପାଲିରୁ ସୁବର୍ଣ୍ଣପୁର ଷ୍ଟେଶନ ମଧ୍ୟରେ ନୂଆ ରେଳ ଲାଇନ୍‌ ଓ ସୁବର୍ଣ୍ଣପୁର ରେଳ ଷ୍ଟେଶନର ଲୋକାର୍ପଣ କରିବେ। ସେହିପରି ସୁବର୍ଣ୍ଣପୁରରୁ ଟ୍ରେନ୍‌ ସେବାକୁ ଶୁଭାରମ୍ଭ କରିବେ। ଏଥିପାଇଁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ସୁବର୍ଣ୍ଣପୁରରେ ପହଞ୍ଚତ୍ଛନ୍ତି। ଷ୍ଟେଶନକୁ ସୁନ୍ଦର ଭାବେ ସଜାଯାଇଛି। ଏକ ଟ୍ରେନ୍‌ ମଧ୍ୟ ଟ୍ରାଏଲ ପାଇଁ ରହିଛି। ପାସେଞ୍ଜର ଟ୍ରେନ୍‌ ଗଡିବା ପୂର୍ବରୁ ବାରମ୍ବାର ଟ୍ରାଏଲ ହୋଇଥାଏ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ ଓ ସ୍ଥାନୀୟ ଲୋକପ୍ରତିନିଧି ଉପସ୍ଥିତ ରହିବେ ବୋଲି ଜଣାପଡିଛି। ରେଳ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଶନିବାର ଏକ ଟ୍ରେନ୍‌ ପରୀକ୍ଷାମୂଳକ ଭାବେ ଗଡିବ। ସୁବର୍ଣ୍ଣପୁରରୁ ପୁରୀକୁ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ସାପ୍ତାହିକ ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଗୁରୁବାର ଟ୍ରେନ୍‌ ପୁରୀରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ସମ୍ବଲପୁର ଓ ବଲାଙ୍ଗୀର ଦେଇ ସୁବର୍ଣ୍ଣପୁର ଆସିବ। ପୁଣି ଶୁକ୍ରବାର ଟ୍ରେନ୍‌ ସୁବର୍ଣ୍ଣପୁରରୁ ପୁରୀ ଫେରିବ। ସେହିପରି ରେଳ ବିଭାଗର ପ୍ରସ୍ତାବ ଅନୁଯାୟୀ ପ୍ରତ୍ୟହ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ବଲାଙ୍ଗୀର-ବିଛୁପାଲି ମଧ୍ୟରେ ଚାଲୁଥିବା ୨ଟି ପାସେଞ୍ଜର ଟ୍ରେନ୍‌ ସୁବର୍ଣ୍ଣପୁର ଷ୍ଟେଶନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଦୈର୍ଘ୍ୟ ୩୦୧ କିଲୋମିଟର। ସେଥିମଧ୍ୟରୁ ଖୋର୍ଦ୍ଧାରୋଡ୍‌ରୁ ଦଶପଲ୍ଲା ପର୍ଯ୍ୟନ୍ତ ପ୍ରାୟ ୧୧୦ କିଲୋମିଟର ଓ ବଲାଙ୍ଗୀର ପଟୁ ୫୧କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri