ଆଜି ଷ୍ଟାର୍‌ କିରଣରେ ‘ଆମ ଘର ଦଶହରା’

ଭୁବନେଶ୍ୱର,୨।୧୦: ରାଜ୍ୟର ପ୍ରମୁଖ ନୂତନ ଓଡ଼ିଆ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଷ୍ଟାର୍‌ କିରଣ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଆମ ଘର ଦଶହରା’ ର ଆୟୋଜନ କରାଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅରବିବାର ସା ୬ ଘଟିକାରେ ଷ୍ଟାର୍‌ କିରଣରେ ପ୍ରସାରଣ ହେବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ଏପରିକି ଉକ୍ତ ଚ୍ୟାନେଲ ଦର୍ଶକମାନଙ୍କୁ ବିଶେଷ ଉତ୍ସବ ମାଧ୍ୟମରେ ବାନ୍ଧି ରଖିବା ସହ ସାରା ପରିବାରକୁ ସାରେ ଏକତ୍ରିତ କରିପାରୁଛି। ସେହିଭଳି ଏହା ହେଉଛି ପ୍ରଥମ ଷ୍ଟାର୍‌ କିରଣ ପରିବାର ମହାମିଳନ ଉତ୍ସବ, ଯେଉଁଠାରେ ଶୋ’ର ସମସ୍ତ କଳାକାର, ଓଡ଼ିଆ ଇଣ୍ଡଷ୍ଟ୍ରିର ଗାୟକ, ନୃତ୍ୟଶିଳ୍ପୀ ତଥା ଜଣାଶୁଣା ଆଙ୍କର୍ସ ଏବଂ ସେଲିବ୍ରିଟିମାନେ ଏକତ୍ର ଦଶହରାକୁ ପାଳନ କରିବା ପାଇଁ ଉକ୍ତ ଇଭେଣ୍ଟ (ଶୋ)ରେ ଅଭିନୟ ମଧ୍ୟ କରିଛନ୍ତି ଏବଂ କିଛି ହାଲୁକା ମଜାଳିଆ ମୁହୂର୍ତ୍ତ ମଧ୍ୟ ପାଇଛନ୍ତି। ସେହିପରି ଉକ୍ତ ଶୋ’କୁ ସୁଜିତ ପାଇକରାୟ ଓ ପ୍ରିୟଙ୍କା ମହାପାତ୍ର ଆୟୋଜନ କରିଛନ୍ତି। ଏହି ଶୋ’ରେ ସମସ୍ତ ଷ୍ଟାର୍‌ କିରଣ ନାୟକ ଓ ଅଭିନେତାଙ୍କ ସହ ସେଲିବ୍ରିଟି ଅତିଥି ସ୍ବରାଜ ବାରିକ ଓ ଶୀତଲ ପାତ୍ର ମଧ୍ୟ ସାମିଲ ରହିଛନ୍ତି। ଅପରପକ୍ଷରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଅଭିଜିତ ମଜୁମଦାରଙ୍କ ସହ ଗାୟକ ତାରିକ୍‌ ଅଜିଜ୍‌, ସତ୍ୟଜିତ ପ୍ରଧାନ, ଅର୍ପିତା ଚୌଧୁରୀ, ଜ୍ୟୋତିର୍ମୟୀ ନାୟକ ଏବଂ ଲିପ୍ସା ମହାପାତ୍ର ପ୍ରମୁଖ ସେମାନଙ୍କର ପ୍ରିୟ ଗୀତ ଗାଇ ଉକ୍ତ ଶୋ’କୁ ଅଧିକ ମେଲୋଡିଜ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri