ନୀଳକନ୍ଦରକୁ ବାହୁଡ଼ିବେ ବିଶ୍ୱନିୟନ୍ତା

ପୁରୀ,୭ା୭: ସରି ଆସୁଛି ନବଦିନାତ୍ମକ ଯାତ୍ର। ଆଜି ନୀଳାଦ୍ରିବିଜେରେ ନୀଳକନ୍ଦରକୁ ବାହୁଡ଼ିବେ ମହାବାହୁ। ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ ବିଶ୍ୱନିୟନ୍ତା। ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ। ବଡ଼ଦାଣ୍ଡରେ ଶେଷ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଛି।

ପରମ୍ପରା ଅନୁଯାୟୀ, ସୋମବାର ତିନିବାଡ଼ରେ ତିନି ରଥ ଉପରେ ୩ଟି ଲେଖାଏ ହିସାବରେ ମୋଟ ୯ଟି ହାଣ୍ଡିରେ ପଣାଭୋଗ କରାଯାଇଥିଲା। ଏଥିପାଇଁ ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ଲେଖାଏ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଭୋଗ ପରେ ଅଧରପଣା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗିଦିଆଯାଇଥିଲା। ଦେବଦାନବ, ଚଣ୍ଡୀ ଚାମୁଣ୍ଡା ଆଦି ଏହି ପଣା ପାଇ ତୃପ୍ତ ହୋଇ ସ୍ବସ୍ଥାନକୁ ଫେରିଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।

Share
Tags: niladri bije