ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ ପ୍ରେମପକ୍ଷୀଙ୍କ ରାଜ୍‌ ଚାଲିଛି। ପ୍ରେମ ସପ୍ତାହର ଦ୍ବିତୀୟ ଦିନ ଆର୍ଥାତ୍‌ ରବିବାର ପ୍ରପୋଜ ଡେ’ରେ ନିଜ ମନକଥା କହିବାର ଏହି ସୁନ୍ଦର ମୁହୂର୍ତ୍ତର ଅବକାଶକୁ ପ୍ରେମିକା ପ୍ରେମିକ ହାତଛଡ଼ା କରି ନ ଥିଲେ। ଏହି ଦିନକୁ ସ୍ପେଶାଲ କରି କିଏ ଗୋଲାପ ଦେଇ ତ ଆଉ କିଏ ଦାମୀ ଉପହାର ଦେଇ ମନକଥା କହିଥିଲେ। ଏପରି କି ଛୁଟିଦିନ ଥିବାରୁ ସହରର ବିଭିନ୍ନ ଉପହାର ଦୋକାନରେ ଗହଳି ଜମିଥିଲା। ହାର୍ଟ ଲ୍ୟାମ୍ପ୍‌, କପଲ ଘଡ଼ି, ଡ୍ରେସ ଓ ଶାର୍ଟ ଭଳିି ଉପହାର ଦେଇଛନ୍ତି। ସେହିପରି ସୋମବାର ପ୍ରେମ ସପ୍ତାହର ତୃତୀୟ ଦିବସ ଚକୋଲେଟ୍‌ ଡେ’। ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ୍‌ ଖୁଆଇ ସମ୍ପର୍କରେ ଆହୁରି ମଧୁରତା ଭରିବାକୁ ଚେଷ୍ଟା କରିବେ। ଏଥିପାଇଁ ଦୋକାନୀମାନେ ବି ପ୍ରସ୍ତୁତ ହୋଇ ରହିଛନ୍ତି। କେକ୍‌ ଓ ଚକୋଲେଟ୍‌ ବ୍ୟବସାୟୀ ବିବେକ୍‌ ମୁନ୍‌ନ୍ଦ୍ରା କହିଛନ୍ତି, ଚଳିତବର୍ଷ ପ୍ରେମ ସପ୍ତାହ ପାଇଁ ବିଭିନ୍ନ ନାମୀଦାମୀ ଚକୋଲେଟ୍‌ ଅଡର୍‌ ରହିଛି। ଚକୋଲେଟ କେକ୍‌ ଓ ଭଲ ପାକେଜିଂ ସାଙ୍ଗକୁ ହାର୍ଟ ଚିହ୍ନ ଥିବା ଚକୋଲେଟ୍‌ ବରାଦ ରହିଛି। ଏହା ବହୁ ଆକର୍ଷଣୀୟ ଓ ସୁନ୍ଦର। ସାଧାରଣତଃ କେକ୍‌ ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ସାଇଜ୍‌ ଅନୁସାରେ ଦାମ୍‌ ମଧ୍ୟ ଅଲଗା ରହିଛି। ସେହିପରି ୧୦୦ ଟଙ୍କିଆ ଚକଲେଟର୍‌ ଚାହିଦା ଅଧିକ ରହିଛି।

Dharitri –Odisha’s No.1 Trusted Odia Daily

Share