ଆଜି ବିଶ୍ୱବିନ୍ଧାଣୀଙ୍କ ପୂଜା, ପାରାଦୀପରେ ଆକର୍ଷଣୀୟ ମଣ୍ଡପ

ପାରାଦୀପ,୧୬ା୯(ଶରତ ରାଉତ): ପାରାଦୀପର ଅନ୍ୟତମ ଗଣପର୍ବ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାରଠାରୁ ଆରମ୍ଭ ହୋଇଛି। ପାରାଦୀପ ବଡ଼ପଡ଼ିଆ ଥାନାଛକଠାରୁ ବ୍ୟାଙ୍କ ଛକ ଓ ନୂଆବଜାର ହୋଟେଲ ଛକ ପର୍ଯ୍ୟନ୍ତ ସୁଉଚ୍ଚ ଓ ଆକର୍ଷଣୀୟ ୧୪ ମେଢ଼ ହୋଇଛି। ଚଳିତବର୍ଷ ସବୁ ଆୟୋଜକ ମଣ୍ଡପ କରିଛନ୍ତି। ଗତ ୪ ବର୍ଷ ହେଲା ପୂଜା ଆୟୋଜନ ଅଧା ହେଉଥିଲା।୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ୩ ବର୍ଷ କରୋନା କଟକଣା ଯୋଗୁ ବନ୍ଦ ଥିଲା। ଗତବର୍ଷ ଅର୍ଦ୍ଧାଧିକ ଆୟୋଜକ ମଣ୍ଡପ କରି ନ ଥିଲେ। ମାତ୍ର ୫ଟି ବଡ଼ ମଣ୍ଡପ ହୋଇଥିଲା। ଚଳିତବର୍ଷ, ଜଗତସିଂହପୁର ଜିଲା ଟ୍ରକ୍‌ ମାଲିକସଂଘ, ପାରାଦୀପ ଟ୍ରକ ମାଲିକସଂଘ, ଜଗନ୍ନାଥ ଟ୍ରକ ମାଲିକସଂଘ, ଡମ୍ପର ମାଲିକସଂଘ, ବୋଟ୍‌ ମାଲିକସଂଘ (ଓମ୍ଫା),ପାରାଦୀପ ବନ୍ଦର ବିଦ୍ୟୁତ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ, ମେରାଇନ ବିଭାଗ, ଉତ୍କଳ ପୋର୍ଟ ଆଣ୍ଡ ଡକ ମଜଦୁର ୟୁନିୟନ, ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ, ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକସଂଘ, ଭାରତୀୟ ମଜଦୁର ସଂଘ, ଆଦି ସଂଗଠନ ବଡ଼ ମଣ୍ଡପ କରିଛନ୍ତି। ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୪୦ ଲକ୍ଷ ଟଙ୍କା ବ୍ୟୟରେ ମଣ୍ଡପ କରାଯାଇଛି।ସବୁଠାରୁ ବଡ଼ ମଣ୍ଡପ ଜିଲା ଟ୍ରକ ମାଲିକସଂଘ ପକ୍ଷରୁ କରାଯାଇଛି।ମଣ୍ଡପ ବ୍ୟୟ ବାଦ ମୂର୍ତ୍ତି, ସାଜସଜ୍ଜା, ପୂଜା, ଭୋଗ, ଭସାଣୀ ଓ ଭୋଜି ପାଇଁ ଅଲଗା ବଜେଟ କରାଯାଇଛି। ପ୍ରାୟ ମଣ୍ଡପ ଚଳିତ ଥର ଆକର୍ଷଣୀୟ କରିବା ପାଇଁ ହାତ ଖୋଲା ଖର୍ଚ୍ଚ କରୁଛନ୍ତି। କାରଣ ଆକର୍ଷଣୀୟ, ଆଲୋକୀକରଣ, ମୂର୍ତ୍ତି, ବାହ୍ୟ ଓ ଆଭ୍ୟନ୍ତରୀଣ ସାଜସଜ୍ଜା ଆଦି ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଛି। ପାରାଦୀପ ପୌରପାଳିକା, ଜିଲା ପ୍ରଶାସନ, ପୋଲିସ, ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି। ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅପରାହ୍ନ ୪ଟା ପରଠାରୁ ରାତି ୧୧ ଟା ପର୍ଯ୍ୟନ୍ତ ପୂଜା ମଣ୍ଡପ ଅଞ୍ଚଳରେ ଗାଡ଼ି ଚଳାଚଳ କଟକଣା କରାଯାଇଛି। ଶନିବାର ଓ ରବିବାର ବର୍ଷା ପବନ ଯୋଗୁ କିଛି ମାତ୍ରାରେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କିନ୍ତୁ ସୋମବାର ମଧ୍ୟାହ୍ନ ସୁଦ୍ଧା ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ଜଣେ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri