FILE - In this March 16, 2020, file photo, Neal Browning receives a shot in the first-stage safety study clinical trial of a potential vaccine for COVID-19, the disease caused by the new coronavirus, at the Kaiser Permanente Washington Health Research Institute in Seattle. The vaccine by Cambridge, Massachusetts-based Moderna Inc., generated antibodies similar to those seen in people who have recovered from COVID-19 in a study of volunteers who were given either a low or medium dose. (AP Photo/Ted S. Warren, File)
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଥିବାବେଳେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଏହି ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ଗତ ୧ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଟିକା ଅଭାବରୁ ଏହା ହୋଇ ପାରି ନ ଥିଲା। ଏଥିପାଇଁ ରାଜ୍ୟ ସରକାର ଭାରତ ବାୟୋଟେକ୍ଠାରୁ ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ଓ ସିରମ୍ ଇନ୍ଷ୍ଟିଚ୍ୟୁଟ୍ରୁ ୩୭୭ଲକ୍ଷ ଡୋଜ୍ କୋଭିଶିଲ୍ଡ ଟିକା କିଣିବାକୁ ଅର୍ଡର ଦେଇଥିଲେ। ଇତିମଧ୍ୟରେ ଓଡ଼ିଶାକୁ ୧,୪୯,୯୦୦ ଡୋଜ୍ କୋଭାକ୍ସିନ ଟିକା ଆସି ପହଞ୍ଚତ୍ଥିବାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। କିନ୍ତୁ ଏହା କେବଳ ରାଜଧାନୀ ଭୁବନେଶ୍ୱରରେ ଚାଲିବ। ଏଥିପାଇଁ ଶନିବାର ନୟାପଲ୍ଲୀରେ ଡ୍ରାଏ ରନ୍ ହୋଇଥିଲା। ତେବେ କୋଭିଶିଲ୍ଡ ଟିକା ଆସିବା ପରେ ରାଜ୍ୟର ଅନ୍ୟସବୁ ଅଞ୍ଚଳରେ ଆରମ୍ଭ ହେବ। ସେପଟେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଗୁଆ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିପାଇଁ ଶନିବାର ସନ୍ଧ୍ୟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି। କୋୱିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ଆପ୍ରେ ହିତାଧିକାରୀମାନେ ନାମ ପଞ୍ଜୀକରଣ କରିପାରିବେ। ଯଦି କେହି ବିନା ପଞ୍ଜୀକରଣରେ ଆସନ୍ତି ତେବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ଟିକା ଦିଆଯିବ ନାହିଁ।
ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୫୮,୫୭,୬୨୮ ଡୋଜ୍ ଟିକା ଦିଆଯାଇଛି। ଏଥିମଧ୍ୟରେ ୫,୯୭,୯୯୨ ଡୋଜ୍ ସ୍ବାସ୍ଥ୍ୟକର୍ମୀଙ୍କୁ, ୩,୭୬,୯୦୬ ଡୋଜ୍ ସମ୍ମୁଖ ଯୋଦ୍ଧାଙ୍କୁ ଏବଂ ୪୮,୮୨,୬୩୪ ଡୋଜ୍ ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ସରକାର ଦେଇଥିବା ୪୬,୨୨୦ ଡୋଜ୍ କୋଭିଶିଲ୍ଡ ଟିକା ଥିବାବେଳେ ୩,୨୧,୬୩୦ ଡୋଜ୍ କୋଭାକ୍ସିନ ଟିକା ରହିଛି। ସେହିଭଳି ରାଜ୍ୟ ସରକାର କିଣିଥିବା ୧,୪୯,୯୦୦ ଡୋଜ୍ କୋଭାକ୍ସିନ ଟିକା ମଧ୍ୟ ମହଜୁଦ ଅଛି। ଟିକା ଅଭାବ ଯୋଗୁ ବିଭିନ୍ନ ଜିଲାରେ ଟିକାକରଣକୁ ବନ୍ଦ କରିଦିଆଯାଇଥିଲା। ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆବଶ୍ୟକ ଟିକା ରାଜ୍ୟ ସରକାର ସମ୍ପୂର୍ଣ୍ଣ କିଣିବେ। କିନ୍ତୁ ଟିକା ପ୍ରଦାନକାରୀ କମ୍ପାନୀ ଠିକ୍ ସମୟରେ ଟିକା ଯୋଗାଣ ନ କଲେ ଟିକାକରଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।