ବୈତରଣୀ ନଦୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୪।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥ ଜୀଉ ମଠ ସଂଲଗ୍ନ ପବିତ୍ର ବୈତରଣୀ ନଦୀ ଶୈବ୍ୟା କାବେରୀ ଘାଟରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସ୍ତ୍ରୀ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ତେଲକୋଇ ବିଧାୟକ ଫକୀର ଚରଣ ନାଏକ, ପୂର୍ବତନ ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତ,ବାଲ୍ୟ ବନ୍ଧୁ ଓ ଶିକ୍ଷକ ବୁଡ ପକାଇଛନ୍ତି। କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲା ଭାଜପା ସଭପତି ଶୁକଦେବ ମହାନ୍ତ, ପ୍ରମୁଖ ସାମିଲ ହୋଇଥିବା ବେଳେ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଡିଆଇଜି ବ୍ରିଜେଶ ରାୟ,ଜିଲା ପାଳ ବିଶାଲ ସିଂହ, ଏସପି ନିତିନ କୁଷଲ କର ଦାଗୁଡୁ, ଡିଏଫଓ ଏଚ ଡି ଧନ ରାଜ, କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳେଇ, ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ରାଉତ, ପ୍ରମୁଖସାମିଲ ଥିବା ବେଳେ ବୈତରଣୀ ନଦୀ ଘାଟ ପାଇଁ ପାଟଣା ତହସିଲ ଦାର ଅଶ୍ୱିନୀ କୁମାର ନାଏକ, ମଠ ପାଇଁ ବିଡିଓ ମାନସ କୁମାର ଦଣ୍ଡ ପାଟ , ଚେଞ୍ଜିଂ ରୁମ ଦାୟିତ୍ୱରେ ପାଟଣା ଅତିରିକ୍ତ ତହସିଲ ଦାର ଶରଣ କୁମାର ଜେନା ପ୍ରମୁଖ ରହିଥିଲେ ।

 

 

 

Dharitri – The Largest & Most Trusted Odia Daily

Share