ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ ଓ ଭାରତ ମହାସାଗରର କିଛି ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ।
ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ୨୬ରୁ ପରାଗ ଆରମ୍ଭ ହେବ ଓ ଅପରାହ୍ନ ୫ଟା ୪୨ରେ ସର୍ବାଧିକ ଗ୍ରହଣ ଦେଖିବାକୁ ମିଳିବ। ଭାରତୀୟ ସମୟ ସନ୍ଧ୍ୟା ୭ ଟା ୫୭ରେ ଗ୍ରହଣ ଶେଷ ହେବ। ତେବେ ଭାରତ ଏବଂ ଓଡ଼ିଶାରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବନାହିଁ। ତେବେ ଆସନ୍ତା ମାର୍ଚ୍ଚ ୨ ରାତିରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହା ଖୁବ୍ ଅଳ୍ପ ସମୟ ପାଇଁ ସମଗ୍ର ଭାରତରେ ଆଂଶିକ ଭାବେ ଦେଖାଯିବ ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।