ଭୁବନେଶ୍ୱର,୨୧।୯(ସୁଚିସ୍ମିତା ସାହୁ): ଚଳିତବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟୋପରାଗ ରବିବାର ସଂଘଟିତ ହେବ। ପ୍ରଶାନ୍ତ ମହାସାଗର, ଆଣ୍ଟାର୍କଟିକା ଓ ନ୍ୟୁଜିଲାଣ୍ଡର ଅନେକ ଅଞ୍ଚଳରେ ଏହା ଆଂଶିକ ରୂପେ ଦେଖାଯିବ। ତେବେ ଭାରତ ତଥା ଓଡ଼ିଶାରେ ଏହି ପରାଗ ଦେଖାଯିବ ନାହିଁ। ଭାରତୀୟ ସମୟ ପ୍ରାୟ ରାତି ୧୧ଟାରେ ସୂଯ୍ୟୋପରାଗ ଆରମ୍ଭ ହୋଇ ୩ଟା ୨୩ ବେଳକୁ ଶେଷହେବ। ରାତି ୧ଟା ୧୨ ସମୟରେ ଏହା ସର୍ବାଧିକ ପରାଗ ସଂଘଟିତ ହେବ ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

