Posted inଫୁରସତ

ଆଜି ଲିଜାର୍ଡ ଡେ’

ପ୍ରତିବର୍ଷ ଅଗଷ୍ଟ ୧୪ରେ ‘ବିଶ୍ୱ ଲିଜାର୍ଡ ଡେ’ ପାଳନ କରାଯାଇଆସୁଛି। ପରିସଂସ୍ଥାର ସନ୍ତୁଳନରେ ଏମାନେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। କୀଟ ନିୟନ୍ତ୍ରକ ଭାବେ ମଧ୍ୟ ଏମାନେ ବିବେଚିତ ହୁଅନ୍ତି। ସମଗ୍ର ବିଶ୍ୱରେ ପ୍ରାୟ ୬ ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। ଗୋଧିଠାରୁ ଆରମ୍ଭକରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। କିନ୍ତୁ ବିଭିନ୍ନ କାରଣରୁ ଏବେ ଅଧିକାଂଶ ସଙ୍କଟରେ ଅଛନ୍ତି। ଚୋରା କାରବାର ଯୋଗୁ ଏମାନଙ୍କ ଶିକାର ଦିନକୁ ଦିନ ବଢ଼ିଚାଲିଛି। ପୁଣି ଛୋଟ ବଡ଼ ଜଙ୍ଗଲ କଟା ତଥା ପୋଡ଼ି ଆଦି କେତେକ କାରଣରୁ ଏମାନଙ୍କ ବାସସ୍ଥାନ ହ୍ରାସ ପାଇ ବିପଦସଙ୍କୁଳ ହୋଇଯାଉଛି। ତେଣୁ ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଏବେ ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଅସଲ ଲକ୍ଷ୍ୟ।
ଉକ୍ତ ଲିଜାର୍ଡ ପ୍ରଜାତିର ବହୁ ପ୍ରାଣୀ ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ର ଅନ୍ତର୍ଭୁକ୍ତ। ଏମାନଙ୍କୁ ଶିକାର କରିବା କିମ୍ବା ଘରେ ଆଣି ପୋଷିବା ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ସଂପୂର୍ଣ୍ଣ ମନା। ଏହାକୁ ଉଲ୍ଲଂଘନ କଲେ ୭ବର୍ଷ ଜେଲ କିମ୍ବା ୧ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ଓଡ଼ିଶାରେ ଦେଖାଯାଉଥିବା ଲିଜାର୍ଡ ଗୁଡିକ ହେଉଛି ଚେମେଲେଓନ ବା ବହୁରୂପୀ ଏଣ୍ଡୁଅ, ଲେଓପାର୍ଡ ଗେକୋ ବା କାଳକୂଟ, ଇଣ୍ଡିଆନ ଗୋଲଡେନ ଗେକୋ, ବେଙ୍ଗଲ ମନିଟର, ୟେଲୋ ମନିଟର ଏବଂ ୱାଟର ମନିଟର। ସେହିପରି ଓଡ଼ିଶାରେ ପ୍ରାୟ ୩ଟି ପ୍ରଜାତିର ମନିଟର ଲିଜାର୍ଡ ବା ଗୋଧି ଦେଖାଯାଆନ୍ତି। ବେଙ୍ଗଲ ମନିଟର ଏବଂ ୟେଲୋ ମନିଟର ପ୍ରାୟ ସବୁଆଡେ ଦେଖା ଯାଉଥିବାବେଳେ କେବଳ ଭିତରକନିକାରେ ୱାଟର ମନିଟର ଦେଖା ଯାଆନ୍ତି। ତେବେ ଚମଡା ଏବଂ ମାଂସ ପାଇଁ ଶିକାର ଦ୍ୱାରା ଏହି ଗୋଧିମାନଙ୍କର ଜୀବନ ସଙ୍କଟାପନ୍ନ ହୋଇ ପଡିଥିଲା। ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଫଳରେ ଯଦିଓ ଗୋଧି ଶିକାର କମିଛି, କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଅନେକ ଜିଲାରେ ଗୋଧି ଶିକାର ଚାଲିଛି। ଖଞ୍ଜଣି ବାଦ୍ୟ ଯନ୍ତ୍ର ତିଆରିରେ ଏହି ଗୋଧି ଚମଡା ହିଁ ବ୍ୟବହାର ହୋଇଥାଏ। ଖଞ୍ଜଣି ବ୍ୟବହାର ବନ୍ଦ ନହେଲେ ଗୋଧି ଶିକାର ବନ୍ଦ ହେବା କଷ୍ଟକର ବୋଲି ବନ୍ୟପ୍ରାଣୀପ୍ରେମୀମାନେ ମତ ଦେଇଛନ୍ତି।
ରିପୋର୍ଟ: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri