Posted inଫୁରସତ

ଆଜି ଲିଜାର୍ଡ ଡେ’

ପ୍ରତିବର୍ଷ ଅଗଷ୍ଟ ୧୪ରେ ‘ବିଶ୍ୱ ଲିଜାର୍ଡ ଡେ’ ପାଳନ କରାଯାଇଆସୁଛି। ପରିସଂସ୍ଥାର ସନ୍ତୁଳନରେ ଏମାନେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। କୀଟ ନିୟନ୍ତ୍ରକ ଭାବେ ମଧ୍ୟ ଏମାନେ ବିବେଚିତ ହୁଅନ୍ତି। ସମଗ୍ର ବିଶ୍ୱରେ ପ୍ରାୟ ୬ ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। ଗୋଧିଠାରୁ ଆରମ୍ଭକରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। କିନ୍ତୁ ବିଭିନ୍ନ କାରଣରୁ ଏବେ ଅଧିକାଂଶ ସଙ୍କଟରେ ଅଛନ୍ତି। ଚୋରା କାରବାର ଯୋଗୁ ଏମାନଙ୍କ ଶିକାର ଦିନକୁ ଦିନ ବଢ଼ିଚାଲିଛି। ପୁଣି ଛୋଟ ବଡ଼ ଜଙ୍ଗଲ କଟା ତଥା ପୋଡ଼ି ଆଦି କେତେକ କାରଣରୁ ଏମାନଙ୍କ ବାସସ୍ଥାନ ହ୍ରାସ ପାଇ ବିପଦସଙ୍କୁଳ ହୋଇଯାଉଛି। ତେଣୁ ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଏବେ ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଅସଲ ଲକ୍ଷ୍ୟ।
ଉକ୍ତ ଲିଜାର୍ଡ ପ୍ରଜାତିର ବହୁ ପ୍ରାଣୀ ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ର ଅନ୍ତର୍ଭୁକ୍ତ। ଏମାନଙ୍କୁ ଶିକାର କରିବା କିମ୍ବା ଘରେ ଆଣି ପୋଷିବା ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ସଂପୂର୍ଣ୍ଣ ମନା। ଏହାକୁ ଉଲ୍ଲଂଘନ କଲେ ୭ବର୍ଷ ଜେଲ କିମ୍ବା ୧ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ଓଡ଼ିଶାରେ ଦେଖାଯାଉଥିବା ଲିଜାର୍ଡ ଗୁଡିକ ହେଉଛି ଚେମେଲେଓନ ବା ବହୁରୂପୀ ଏଣ୍ଡୁଅ, ଲେଓପାର୍ଡ ଗେକୋ ବା କାଳକୂଟ, ଇଣ୍ଡିଆନ ଗୋଲଡେନ ଗେକୋ, ବେଙ୍ଗଲ ମନିଟର, ୟେଲୋ ମନିଟର ଏବଂ ୱାଟର ମନିଟର। ସେହିପରି ଓଡ଼ିଶାରେ ପ୍ରାୟ ୩ଟି ପ୍ରଜାତିର ମନିଟର ଲିଜାର୍ଡ ବା ଗୋଧି ଦେଖାଯାଆନ୍ତି। ବେଙ୍ଗଲ ମନିଟର ଏବଂ ୟେଲୋ ମନିଟର ପ୍ରାୟ ସବୁଆଡେ ଦେଖା ଯାଉଥିବାବେଳେ କେବଳ ଭିତରକନିକାରେ ୱାଟର ମନିଟର ଦେଖା ଯାଆନ୍ତି। ତେବେ ଚମଡା ଏବଂ ମାଂସ ପାଇଁ ଶିକାର ଦ୍ୱାରା ଏହି ଗୋଧିମାନଙ୍କର ଜୀବନ ସଙ୍କଟାପନ୍ନ ହୋଇ ପଡିଥିଲା। ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଫଳରେ ଯଦିଓ ଗୋଧି ଶିକାର କମିଛି, କିନ୍ତୁ ଏବେ ମଧ୍ୟ ରାଜ୍ୟରେ ଅନେକ ଜିଲାରେ ଗୋଧି ଶିକାର ଚାଲିଛି। ଖଞ୍ଜଣି ବାଦ୍ୟ ଯନ୍ତ୍ର ତିଆରିରେ ଏହି ଗୋଧି ଚମଡା ହିଁ ବ୍ୟବହାର ହୋଇଥାଏ। ଖଞ୍ଜଣି ବ୍ୟବହାର ବନ୍ଦ ନହେଲେ ଗୋଧି ଶିକାର ବନ୍ଦ ହେବା କଷ୍ଟକର ବୋଲି ବନ୍ୟପ୍ରାଣୀପ୍ରେମୀମାନେ ମତ ଦେଇଛନ୍ତି।
ରିପୋର୍ଟ: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri