Posted inରାଜ୍ୟ

ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ: ଦିନମଜୁରିଆ ନୁହେଁ, ଡିଜେ ଅପରେଟର ହେବାକୁ ଇଚ୍ଛା

ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢ଼ା ପାଇଁ ବଡ ବଡ ଯୋଜନା କରାଯାଉଛି। ମାତ୍ର ବିଡମ୍ବନାର ବିଷୟ, ସମସ୍ତେ ଏହି ଯୋଜନାର ଉପକୃତ ହୋଇପାରୁନାହାନ୍ତି। ତେବେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପ୍ରଥମେ ଶିଶୁ ଶ୍ରମିକ ପ୍ରଥା ରୋକିବା ପ୍ରସଙ୍ଗ ଉଠାଇଥିଲେ। ୨୦୦୨ରେ ଏନେଇ ସର୍ବସମ୍ମତି କ୍ରମେ ଏକ ଆଇନ ପାରିତ ହେଲା। ଯେଉଁଥିରେ ୧୪ ବର୍ଷରୁ କମ ପିଲାଙ୍କୁ ଶିଶୁ ଶ୍ରମ ଏକ ଅପରାଧ ବୋଲି କୁହାଯାଇଥିଲା। ମାତ୍ର ଏବେ ବି ପିଲାମାନେ ହୋଟେଲ, ଇଟାଭାଟି, ଫ୍ୟାକ୍ଟ୍ରି ରେ କାମ କରୁଥିବା ଦେଖିବାକୁ ମିଳୁଛି। ଏହି ଶିଶୁ ଶ୍ରମିକ ଧାରା ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି ସକାଶେ ୨୦୦୨ରୁ ଜୁନ ୧୨କୁ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁ ଶ୍ରମିକ ପ୍ରଥା ହଟାଇବା ପାଇଁ ରାଜ୍ୟରେ ବହୁ ସଂସ୍ଥା କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସହଯୋଗରେ ରାଜ୍ୟରେ ଶିଶୁ ଶ୍ରମିକ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଶିଶୁ ଶ୍ରମିକ ଅବସ୍ଥାରୁ ନିଜକୁ ବାହାର କରି ସାଧାରଣ ପିଲାଙ୍କ ଭଳି ପାଠ ପଢ଼ିବା ଲାଗି ସେମାନେ ମଧ୍ୟ ସ୍ବପ୍ନ ଦେଖୁଛନ୍ତି।

କେନ୍ଦୁଝର ଜିଲାର ବବ୍‌ଲୁ ଲାଗୁରି। ବବୁଲର ପରିବାର କହିଲେ ବାପା, ମାଆ, ଭାଇଭଉଣୀଙ୍କୁ ବୁଝାଏ। ସେମାନେ ଭୁବନେଶ୍ୱରସ୍ଥିତ ହାଇଟେକ ମୁଣ୍ଡାସାହି ବସ୍ତିରେ ରହୁଛନ୍ତି। ବାପା, ମାଆ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପେଷଣ କରନ୍ତି। ଆର୍ଥିକ ଅଭାବ ଓ ଦାରିଦ୍ର୍ୟ କାରଣରୁ ପରିବାର ଲୋକ ପିଲାଙ୍କୁ ପାଠପଢ଼ାଇବାକୁ ସମର୍ଥ ହେଉନଥିଲେ। ସେଥିପାଇଁ ବାପା ମାଆଙ୍କ ସହିତ କାମ କରିବାକୁ ବାହାରି ପଢ଼ିଥିଲେ ବବ୍‌ଲୁ। ଯେଉଁ ବୟସରେ ପାଠପଢ଼ିବା ଓ ଖେଳକୁଦ କରିବା କଥା ସେହି ବୟସରେ ସେ ବାଲି ସିମେଣ୍ଟ ବୁହା କାମ କରୁଥିଲେ। ଦିନମଜୁରିଆ ଭାବେ କାମ କରି ସେ ଦିନକୁ ୫୦ରୁ ୧୦୦ ଟଙ୍କା ରୋଜଗାର କରୁଥିଲେ। ଏଭଳି ଅବସ୍ଥାରେ ୨୦୧୮ ମସିହାରେ ଆଭେକ୍ଷା ଟ୍ରଷ୍ଟ ତାଙ୍କୁ ଉଦ୍ଧାର କରିଥିଲା। ସେତେବେଳକୁ ବବ୍‌ଲୁଙ୍କୁ ବୟସ ମାତ୍ର ୧୦ ବର୍ଷ। ଉଦ୍ଧାର ପରେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ପାଠ ପଢ଼ାଇବା ପାଇଁ ରାଜି କରାଯାଇଥିଲା। ସେ ହଂସପାଳ ହାଇସ୍କୁଲରେ ପାଠପଢ଼ିବା ଆରମ୍ଭ କରିଥିଲେ। ନିଷ୍ଠା ଓ ପରିଶ୍ରମ ବଳରେ ସେ ଦଶମ ଶ୍ରେଣୀ ପାସ କରିଛନ୍ତି। ତେବେ ଆଗକୁ ଜଣେ ଡିଜେ ଅପରେଟର ଭାବେ କାର୍ଯ୍ୟ କରିବାକୁ ବବ୍‌ଲୁ ଲକ୍ଷ୍ୟ ରଖିଛନ୍ତି।
-ରିପୋର୍ଟ: ସୁଚିସ୍ମିତା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri