ଆଜି ଦୋଳ ପୂର୍ଣ୍ଣିମା: ଘଣ୍ଟଘଣ୍ଟାରେ କମ୍ପୁଛି ମେଳଣ ପଡ଼ିଆ

ଭୁବନେଶ୍ୱର,୧୪ା୩: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଶନିବାର ହୋଲି। ଏଥିପାଇଁ ଗାଁରୁ ସହର ସବୁଠି ଉତ୍ସବର ପରିବେଶ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ ସହର କଟକରେ ଦୋଳ ପୂର୍ଣ୍ଣିମାରେ ପରମ୍ପରା ଅନୁଯାୟୀ ଠାକୁର ବିମାନରେ ବସି ନଗର କୀର୍ତ୍ତନ କରିବା ସହ ସହର ପରିକ୍ରମା କରୁଛନ୍ତି। ଏନେଇ ଉତ୍ସବମୁଖର ହୋଇ ଉଠିଛି ଭାରଚାରାର ସହର କଟକ। ଉଡୁଛି ନାଲି ଗୋଲାପି ଅବିର। ଘଣ୍ଟ ଘଣ୍ଟାରେ କମ୍ପୁଛି ମେଳଣ ପଡ଼ିଆ। କଥାରେ ଅଛି, ଓଳକଣା ମେଲଣ, ଆଳିରାଜା ଝୁଲଣ, ଅସୁରେଶ୍ବର ରାମନବମୀ, ପୁରସ୍ତମ ଚନ୍ଦନ’। ଏହି ଉକ୍ତିଟି ହିଁ ଏହି ମେଳଣର ପ୍ରସିଦ୍ଧିକୁ ସାବ୍ୟସ୍ତ କରେ। ଭକ୍ତମାନଙ୍କ ସହିତ ଭଗବାନଙ୍କ ଫଗୁ ଖେଳର ଅପୂର୍ବ ପର୍ବ ବହନ କରୁଥିବା ଏପରି ମେଳଣ ରାଜ୍ୟରେ ନିଆରା।

ସେମିତିକି ସହରରେ ଥିବା ପୁରୁଣା ଗାଁରେ ଆଜି ବି ମେଲଣ ଓ ଠାକୁରଙ୍କ ଫଗୁ ଖେଳ ହେଉଛି। ଏଥିସହ ସହରବାସୀ ହୋଲିରେ ସମସ୍ତେ କିଛି ନା କିଛି ଯୋଜନା କରିଛନ୍ତି। ତେଣୁ ହୋଲିକୁ ନେଇ ସଭିଁଙ୍କ ମନରେ ଅନେକ ଉତ୍ସାହ ଭରି ରହିଛି। ବିଶେଷ କରି ଦୁଇଦିନ ଛୁଟି ସହ ରବିବାର ସାପ୍ତାହିକ ଛୁଟି ଥିବାରୁ ସହର ଓ ରାଜ୍ୟବାହାରେ ରହୁଥିବା ଲୋକେ ଗାଁକୁ ଫେରିଛନ୍ତି। ଏଥିସହ ରଙ୍ଗ ଖେଳ ଓ ଭୋଜିଭାତ ପାଇଁ ଯୋଜନା କରିଛନ୍ତି।