ଆଜି ଜମିବ ଛାଡ଼ଖାଇ

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ସରିଲା ଧର୍ମ ମାସ କାର୍ତ୍ତିକ। ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ଧର୍ମ ମାସକୁ ମେଲାଣି ଦେଇଛନ୍ତି ଶ୍ରଦ୍ଧାଳୁ। ବୁଧବାର ଛାଡ଼ଖାଇ। ଏଥିପାଇଁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ। ବୁଧବାର ସକାଳୁ ଆମିଷ ବଜାରରେ ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ ହୋଇସାରିଛନ୍ତି। ଏଥର ଆମିଷ ବଜାରରେ ୧୨ କୋଟି ଟଙ୍କାର ବେପାର ହେବ ବୋଲି ବ୍ୟବସାୟୀ ସଂଘ ଆଶା ରଖିଛି।
ଛାଡ଼ଖାଇରେ ମଟନର ଅଧିକ ଡିମାଣ୍ଡ ରହିବ। ୧ ମାସ ଧରି ଲୋକେ ଆମିଷ ଖାଇ ନ ଥିବାରୁ ମଟନ ଖାଇବାକୁ ଅଧିକ ପସନ୍ଦ କରିବେ। ଏହାକୁ ନଜରରେ ରଖି ମଟନ ବ୍ୟବସାୟୀମାନେ ଆଗୁଆ ଖାସି ଆଣି ଷ୍ଟକୟାର୍ଡରେ ରଖିଛନ୍ତି। ଓଡ଼ିଶାର ବାଲୁଗାଁ, କରଞ୍ଜିଆ ଆଦି କେତେକ ସ୍ଥାନରୁ ଖାସି ଆସିଥାଏ। ତେବେ ଡିମାଣ୍ଡକୁ ଦେଖି ରାଜ୍ୟ ବାହାରୁ ମଧ୍ୟ ଖାସି ମଗାଯାଇଛି। ଛାଡ଼ଖାଇ ପାଇଁ ମଟନ୍‌ ଦର କିଲୋ ପିଛା ୭୫୦ରୁ ୮ଶହ ଟଙ୍କା ରହିବ। ସେହିପରି ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ଚିକେନ୍‌, ମାଛ, ଚିଙ୍ଗୁଡ଼ି ଆଦି ପର୍ଯ୍ୟାପ୍ତ ପରିମାଣର ରଖାଯିବ। ଚିକେନ୍‌ କିଲୋ ପ୍ରତି ଦର ୨୨୦ଟଙ୍କା, ଦେଶୀ କୁକୁଡ଼ା ୪ଶହ ଟଙ୍କା ରହିବ। ସେହିପରି ରୋହି ଓ ଭାକୁର ମାଛର ଦର ୨୦୦ରୁ ୨୨୦ଟଙ୍କା, ଜଳଙ୍ଗ ୧୭୦ରୁ ୧୯୦ ଟଙ୍କା, ବଡ଼ ଚିଙ୍ଗୁଡି ୪ଶହ ଟଙ୍କା, ଛୋଟ ଚିଙ୍ଗୁଡି ୨ଶହରୁ ୩ଶହ ଟଙ୍କା, ମହୁରାଳି ମାଛ ୨ଶହରୁ ୨୨୦ ଟଙ୍କା, ପୋହଳା ୨ଶହରୁ ୨୧୦ଟଙ୍କା, ମିରିକାଳି ୨୨୦ରୁ ୨୪୦ ଟଙ୍କା, ଭିକେଟ୍‌ ୬ଶହ ଟଙ୍କା, ଇଲିସି (ଆକାର ଅନୁଯାୟୀ) ୮ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବ। ରାଜଧାନୀରେ ୨ଶହଟି ପଞ୍ଜୀକୃତ ମଟନ ଦୋକାନ ଥିବାବେଳେ ପ୍ରାୟ ଶହେଟି ଅଣପଞ୍ଜୀକୃତ ଦୋକାନ ରହିଛି। ସେହିପରି ଛୋଟବଡ଼ ଦୋକାନ ମିଶାଇ ସହରରେ ପ୍ରାୟ ୧ ହଜାର ପାଖାପାଖି ଚିକେନ ସେଣ୍ଟର ରହିଛି। ଏ ସମ୍ପର୍କରେ ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେଶନ୍‌ର ରାଜ୍ୟ ସଭାପତି ସେକ୍‌ ମୁନ୍ତାକିନ୍‌ ବକ୍ସ କହିଛନ୍ତି, ଏଥର ଛାଡ଼ଖାଇ ଭଲ ବାରରେ ପଡୁଛି। ତେଣୁ ପୂର୍ବବର୍ଷ ଅପେକ୍ଷା ଭଲ ବେପାର ହେବ ବୋଲି ଆଶା ରଖିଛୁ। ରାଜଧାନୀରେ ପ୍ରାୟ ଦେଢ କୋଟି ଟଙ୍କାର ମଟନ୍‌ ବିକ୍ରି ହେବ ବୋଲି ଆଶା ରଖିଥିବାବେଳେ ୯ କୋଟି ଟଙ୍କାର ଚିକେନ୍‌ ବ୍ୟବସାୟ ହେବ। ଅନ୍ୟଦିନଗୁଡ଼ିକରେ ରାଜଧାନୀକୁ ଆନ୍ଧ୍ରରୁ ୩ଟି ମାଛ ଗାଡ଼ି ଆସିଥାଏ। ତେବେ ଛାଡ଼ଖାଇ ପାଇଁ ଏଥର ୧୨ଟି ଗାଡ଼ି ଅର୍ଥାତ୍‌ ୧ କୋଟି ୨୦ ଲକ୍ଷ ଟଙ୍କାର ମାଛ ଆସିବ। ତେବେ ଛାଡ଼ଖାଇ ପରଦିନ ମାଣବସା ଗୁରୁବାର ଥିବାରୁ କିଛି ଲୋକ ବୁଧବାର ଆମିଷ ଖାଇବେ ନାହିଁ। ତେଣୁ ଶୁକ୍ରବାର ଏବଂ ରବିବାର ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ଆଶା ରହିଥିବା ମୁନ୍ତାକିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri