ଆଜି ବରଗଡ଼ରେ ୮୧ ନୂଆ କରୋନା ପଜିଟିଭ୍‌: ଜାଣନ୍ତୁ କେଉଁ ବ୍ଲକରୁ କେତେ

ବରଗଡ଼ ଅଫିସ,୬ା୮: ବରଗଡ଼ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୁରୁବାର ଜିଲାରେ ୮୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୩୨ ଆକ୍ରାନ୍ତ ରହିଛନ୍ତି। ସେହିପରି ସୋହେଲାରୁ ୪, ଭେଡ଼େନରୁ ୩, ଭଟଲିରୁ ୧୧, ଗାଇସିଲେଟ୍‌ରୁ ୧୫, ଅମ୍ବାଭୋନାରୁ ୪, ପଦ୍ମପୁର ପୌରାଞ୍ଚଳରୁ ୩, ବରପାଲି ପୌରାଞ୍ଚଳରୁ ୮ ଏବଂ ବରଗଡ଼ ବ୍ଲକରୁ ଜଣେ ଆକ୍ରାନ୍ତ ରହିଛନ୍ତି। ତେବେ ବରଗଡ଼ ପୌରାଞ୍ଚଳର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଓ୍ବାର୍ଡ ନଂ-୭ ବିଶିପଡ଼ାର ୧୧, ନିଗମାନନ୍ଦ ବିହାରର(୧ ନଂ ଓ୍ବାର୍ଡ)ର ୬, ୧୬ନଂ ଓ୍ବାର୍ଡ ବଦ୍ରିପ୍ରସାଦ ଆପାର୍ଟମେଣ୍ଟର ୨, ୪ ନଂ ଓ୍ବାର୍ଡ ତଳିପଡ଼ା ସମଲେଶ୍ୱରୀ ମନ୍ଦିର ନିକଟରୁ ୨, ୮ ନଂ ଓ୍ବାର୍ଡ ବ୍ୟାଙ୍କ ଅଫ୍‌ ବରୋଦା ନିକଟରୁ ୨, ୨ ନଂ ଓ୍ବାର୍ଡ ନଦୀପଡ଼ାର ଜଣେ, ପିଏଚ୍‌ଡି ପଡ଼ାର ଜଣେ, ୧୩ ନଂ ଓ୍ବାର୍ଡ ମିନି ଷ୍ଟାଡିୟମ ପଛପଟ ପଡ଼ାର ଜଣେ, ୧୮ ନଂ ଓ୍ବାର୍ଡ ଭାରତୀ ନଗରର ଜଣେ, ବାନ୍ଦୁଟିକ୍ରା ସୁନାରୀ ଗଳିର ଜଣେ, ୩ ନଂ ଓ୍ବାର୍ଡ ହାଟପଦାର ଜଣେ, ୧ନଂ ଓ୍ବାର୍ଡର ଭୁରସୁଙ୍ଗବନ୍ଧ ପଡ଼ାର ଜଣେ, ୭ ନଂ ଓ୍ବାର୍ଡ ବନ୍ଧତଳ ନୂଆପଡ଼ାର ଜଣେ, ଭଟଲି ଛକ ଶ୍ରୀକୁଞ୍ଜ ହାଇଟ୍‌ସ୍‌ର ଜଣେ ଆକ୍ରାନ୍ତ ରହିଛନ୍ତି ।
ସେହିପରି ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ଗୌରେନମୁଣ୍ଡାର ୧୧ଜଣ, କନ୍ଧୁମୁଣ୍ଡାର ଜଣେ, କଠଉମାଲର ଜଣେ, ଟେଙ୍ଗନାପାଲିର ଜଣେ, ଭେଡ଼େନ ବ୍ଲକ ଅନ୍ତର୍ଗତ ଝରାପାଲିର ଜଣେ, ସାରସପାଲିର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅମ୍ବାଭୋନା ବ୍ଲକ ଭୈନାତୋରାରୁ ଜଣେ, ବଡ଼ଦର୍ଲିପାଲିରୁ ଜଣେ, ବେହେରାପାଲିରୁ ଜଣେ ଏବଂ ଅମ୍ବାଭୋନାରୁ ଜଣେ ଆକ୍ରାନ୍ତ ରହିଛନ୍ତି। ସୋହେଲା ବ୍ଲକର ସାଲେପାଲିର ୩ ଜଣ, କୁଟରାପାଲିର ଜଣେ, ଭଟଲି ବ୍ଲକ ଭଟଲିରୁ ୪, ଉଦେପାଲିର ୫, ଟୁକୁର୍ଲାର ଜଣେ, ଚଢ଼େଇଗାଁର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ପଦ୍ମପୁର ସବ୍‌ଜେଲର ୩ଜଣ, ବରପାଲି ଏନ୍‌ଏସି ବରଗଡ଼-ବଲାଙ୍ଗୀର ରାସ୍ତାକଡ଼ ଷ୍ଟେଟବ୍ୟାଙ୍କ ଏଟିଏମ୍‌ ନିକଟରୁ ଜଣେ ଏବଂ ବରଗଡ଼ ବ୍ଲକ ଖୁଣ୍ଟପାଲି ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣ ସଙ୍ଗରୋଧରେ ଥିବାବେଳେ ଅନ୍ୟ ସମସ୍ତଙ୍କୁ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri