ଭୁବନେଶ୍ୱର,୧୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୩୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩୩ମଧ୍ୟରୁ ୯୬ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଆଇଆରସି କଲୋନୀରୁ ୫ ଜଣ, ନୟାପଲ୍ଲୀ କ୍ରିଷ୍ଣା ଟାଓ୍ବାରରୁ ୭ ଜଣ, ପଳାଶୁଣିରୁ ୭ଜଣ, ବିଜେବି ନଗରରୁ ୭ ଜଣ, ସାମନ୍ତରାପୁରରୁ ୩ ଜଣ, ମଞ୍ଚେଶ୍ୱରରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୦୦ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୪୦୬୨ରେ ପହଞ୍ଚିଛି।