ନଦୀମନସ୍କ ହେବା

ପୂର୍ବରୁ ନଦୀପଥ ଥିଲା ଜୀବନ ଜୀବିକାର ଏକମାତ୍ର ପନ୍ଥା ଓ ପରିବହନର କର୍ମଶାଳା।
ସାମ୍ପ୍ରତିକ ସ୍ଥିତିରେ ଆଧୁନିକତାର ସ୍ପର୍ଶରେ ଦୁନିଆ ବଦଳିଥିଲେ ମଧ୍ୟ ଏବେ ବି ଓଡ଼ିଶାର ବହୁ ସ୍ଥାନରେ ଲୋକେ ନଦୀ ଉପରେ ନିର୍ଭରଶୀଳ। ଓଡ଼ିଶାରେ ୧୨ରୁ ଅଧିକ ବଡ଼ ନଦୀ ଥିବା ବେଳେ ଏସବୁ ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ପ୍ରଦୂଷିତ ହେଉଛି। ସହର, ଜନବସତି, ଡାକ୍ତରଖାନା ଓ କଳକାରଖାନାଗୁଡିକର ବର୍ଜ୍ୟବସ୍ତୁ ଓ ପାଣି, ନଦୀକୁ ସିଧାସଳଖ ଭାବରେ ଛାଡି ଦିଆଯିବା ଫଳରେ ନଦୀଗୁଡିକ ପ୍ରଦୂଷିତ ହେଉଛି। ଓଡ଼ିଶାର ପ୍ରାୟ ସମସ୍ତ ନଦୀ ମାତ୍ରାଧିକ ପ୍ରଦୂଷଣ ଓ ଜବରଦଖଲର ଶିକାର ହୋଇ ମୃତବତ ଅବସ୍ଥାକୁ ଚାଲିଗଲେଣି। ରାଜ୍ୟର ଜଳ ସମ୍ପଦର ମୁଖ୍ୟ ଉତ୍ସ ହେଉଛି ଆମର ନଦୀ। ଏଗୁଡିକର ସୁରକ୍ଷା ପାଇଁ ଏବେଠୁ ପଦକ୍ଷେପ ନ ନେଲେ ଭବିଷ୍ୟତରେ ଓଡ଼ିଶା ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହେବ। ଓଡ଼ିଶାରେ ନଦୀଗୁଡିକର ଅବସ୍ଥା ପ୍ରତି ଦୃଷ୍ଟି ଦେଲେ ଦେଖାଯାଏ ଯେ ସବୁଠାରୁ ବଡ଼ ନଦୀ ମହାନଦୀ ଏବେ ଶୁଖିଲା। ସମ୍ବଲପୁରରେ ମହାନଦୀ ଆଉ ନଦୀ ହୋଇ ରହିନାହିଁ। ଏହା ଏକ ନାଳରେ ପରିଣତ ହୋଇଯାଇଛି। ଓଡ଼ିଶାରେ ୪୯୪ କିଲୋମିଟର ପରିବ୍ୟାପ୍ତ ହୋଇଛି ମହାନଦୀ। ଏହି ନଦୀଟିରେ ଜଳ ପ୍ରବାହ କମିବା ଯୋଗୁ ନିଜକୁ ସଫା କରିବାରେ କ୍ଷମତା ମଧ୍ୟ ହରାଇ ଚାଲିଛି। ନଦୀ ଜଳରେ କଳକାରଖାନାରୁ ଆସୁଥିବା ଦୂଷିତ ବର୍ଜ୍ୟବସ୍ତୁର ବିଷ ମିଶୁଥିଲେ ହେଁ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କେଉଁଠି ହେଲେ କାର୍ଯ୍ୟକାରୀ ହୋଇନାହିଁ। ପ୍ରତ୍ୟେକ ନଦୀର ନିଜସ୍ବ ଜଳ ବିଶୋଧନ ପ୍ରକ୍ରିୟା ଶକ୍ତି ଥିଲେ ହେଁ ତାହା ପ୍ରବାହମାନ ହୋଇ ନ ପାରିଲେ ବିଶୋଧନ କ୍ଷମତା ଆପେ ଆପେ ହରାଇଥାଏ। ଏହି ଭଳି କିଛିଦିନ ହେଲା ମହାନଦୀର ଶାଖା ପ୍ରଶାଖା ନଦୀସବୁରେ ଜଳ ପ୍ରବାହ ନ ଥିବାରୁ ଅଧିକାଂଶ ନଦୀର ଜଳ ପ୍ରଦୂଷିତ ହେବାରେ ଲାଗିଛି। ଓଡ଼ିଶାରେ ପ୍ରବାହିତ ଅଧିକାଂଶ ନଦୀ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ସେଥି ପାଇଁ ନଦୀ ବଞ୍ଚାଅ ଆନ୍ଦୋଳନ ମୁଣ୍ଡ ଟେକିଉଠିଛି। ଦୀର୍ଘଦିନରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ, ନିର୍ମଳ ଦୟାନଦୀ, ଓଡ଼ିଶା ନଦୀ ସୁରକ୍ଷା ସମିତି, ଚିଲିକା ବଞ୍ଚାଅ, ବ୍ରାହ୍ମଣୀ ନଦୀ ପୁନରୁଦ୍ଧାର, ଖରସ୍ରୋତା ନଦୀ ବଞ୍ଚାଅ, ବୈତରଣୀ ନଦୀର ପୁନରୁଦ୍ଧାର ଆନ୍ଦୋଳନ ହୋଇଆସୁଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଯଦି ଆମେ ଟ୍ରିବ୍ୟୁନାଲ ଉପରେ ନିର୍ଭର କରିବା ତେବେ ତାହା ଆମ ପାଇଁ ଆତ୍ମଘାତି ହେବ। ଦେଶରେ ଯେତେ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ବସିଛି କୌଣସି ଗୋଟିଏ ଜଳ ବିବାଦ ସମାଧାନ ଦିଗରେ ଏହା ସଫଳ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ତେଣୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିକଳ୍ପ ରାସ୍ତା ବାହାର କରିବା ଆବଶ୍ୟକ। ଏବେ ଖଣି କମ୍ପାନୀ ପାଇଁ ବୈତରଣୀ ଓ ବ୍ରାହ୍ମଣୀ ବିପଦଗ୍ରସ୍ତ ହୋଇପଡ଼ିଛି। ପାଣିର ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି।
ଏସିଆର ଦ୍ୱିତୀୟ ବୃହତ୍ତମ ହ୍ରଦ ଚିଲିକା କ୍ରମଶଃ ପ୍ରଦୂଷିତ ଓ ସଙ୍କୁଚିତ ହେବାରେ ଲାଗିଛି। ପ୍ରାୟ୧୧୦୦ ବର୍ଗ କିଲୋମିଟରରୁ ସଙ୍କୁଚିତ ହୋଇ ୭୫୦ବର୍ଗ କିଲୋମିଟରରେ ସୀମିତ ରହିଛି। ଦକ୍ଷିଣ ଓଡ଼ିଶାରେ ଥିବା ପ୍ରମୁଖ ନଦୀ ବ୍ରାହ୍ମଣୀ, ଖରସ୍ରୋତା ପ୍ରମୁଖ ନଦୀ ଏବେ ଶୁଖିଲା ପଡ଼ିଛି। ନଦୀ ଉପରେ ନିର୍ଭର କରୁଥିବା ଓଡ଼ିଶାର ଜନଜୀବନ, ଅର୍ଥନୀତି, ଗମନାଗମନ, ତୀର୍ଥକ୍ଷେତ୍ରଗୁଡିକ ବିପନ୍ନ ହେବାକୁ ବସିଲାଣି। ଚାଷ, ମତ୍ସ୍ୟ ସମ୍ପଦ, ତୈଳବୀଜ ଫସଲ, ବର୍ଷରେ ଋତୁ ଅନୁଯାୟୀ ଉତ୍ପାଦିତ ଫସଲ ଲୋପ ପାଇ ଚାଲିଛି। ଓଡ଼ିଶାର ବିଭିନ୍ନ ନଦୀର ଶଯ୍ୟା ଓ ପଠାଜମି ଜବର ଦଖଲ ଯୋଗୁ ନଦୀଗୁଡିକ ସଙ୍କୁଚିତ ହୋଇଯାଉଛି ତାହା ସହିତ ବର୍ଷାଦିନେ ଜଳ ନିଷ୍କାସନ ନ ହେବା ଯୋଗୁ ପ୍ରବଳ ବନ୍ୟା ସୃଷ୍ଟି କରୁଛି। ନଦୀ ସୁରକ୍ଷା ପାଇଁ ଓଡ଼ିଶାର ପ୍ରତ୍ୟେକ ନଦୀର ଜମିକୁ ଚିହ୍ନଟ କରିବା ଆବଶ୍ୟକ।
ଏବେ କିଛି ବର୍ଷ ହେଲା ଯେପରି ପାଣିପାଗର ପରିବର୍ତ୍ତନ ଘଟିଛି ସେଥିପ୍ରତି ଦୃଷ୍ଟି ଦେଇ ଝରଣା ପାଣିର ଉତ୍ସକୁ ମୁକ୍ତ ରଖିବା ସହିତ ଏହାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ।
ଗ୍ରନ୍ଥାଗାର ସହାୟକ, ଫକୀରମୋହନ ବିଶ୍ୱବିଦ୍ୟାଳୟ
ମୋ: ୭୩୨୭୦୨୮୯୭୮


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସିଧାସଳଖ ଏମିତି ଦଣ୍ଡ, ବଡ଼ ଚେତାବନୀ ଦେଲେ ସିଟି SP

ମେରଠ,୧୨।୩: ଗ୍ୟାସ କଳାବଜାରୀରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରିବାକୁ ଉତ୍ତର ପ୍ରଦେଶ ମେରଠର ଏସଏସପି ନିର୍ଦ୍ଦେଶ ଦେଇଛନ୍ତି। କଳାବଜାରୀ ସମ୍ପର୍କରେ ସୂଚନା ପାଇବା…

ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri