ନଦୀମନସ୍କ ହେବା

ପୂର୍ବରୁ ନଦୀପଥ ଥିଲା ଜୀବନ ଜୀବିକାର ଏକମାତ୍ର ପନ୍ଥା ଓ ପରିବହନର କର୍ମଶାଳା।
ସାମ୍ପ୍ରତିକ ସ୍ଥିତିରେ ଆଧୁନିକତାର ସ୍ପର୍ଶରେ ଦୁନିଆ ବଦଳିଥିଲେ ମଧ୍ୟ ଏବେ ବି ଓଡ଼ିଶାର ବହୁ ସ୍ଥାନରେ ଲୋକେ ନଦୀ ଉପରେ ନିର୍ଭରଶୀଳ। ଓଡ଼ିଶାରେ ୧୨ରୁ ଅଧିକ ବଡ଼ ନଦୀ ଥିବା ବେଳେ ଏସବୁ ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ପ୍ରଦୂଷିତ ହେଉଛି। ସହର, ଜନବସତି, ଡାକ୍ତରଖାନା ଓ କଳକାରଖାନାଗୁଡିକର ବର୍ଜ୍ୟବସ୍ତୁ ଓ ପାଣି, ନଦୀକୁ ସିଧାସଳଖ ଭାବରେ ଛାଡି ଦିଆଯିବା ଫଳରେ ନଦୀଗୁଡିକ ପ୍ରଦୂଷିତ ହେଉଛି। ଓଡ଼ିଶାର ପ୍ରାୟ ସମସ୍ତ ନଦୀ ମାତ୍ରାଧିକ ପ୍ରଦୂଷଣ ଓ ଜବରଦଖଲର ଶିକାର ହୋଇ ମୃତବତ ଅବସ୍ଥାକୁ ଚାଲିଗଲେଣି। ରାଜ୍ୟର ଜଳ ସମ୍ପଦର ମୁଖ୍ୟ ଉତ୍ସ ହେଉଛି ଆମର ନଦୀ। ଏଗୁଡିକର ସୁରକ୍ଷା ପାଇଁ ଏବେଠୁ ପଦକ୍ଷେପ ନ ନେଲେ ଭବିଷ୍ୟତରେ ଓଡ଼ିଶା ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହେବ। ଓଡ଼ିଶାରେ ନଦୀଗୁଡିକର ଅବସ୍ଥା ପ୍ରତି ଦୃଷ୍ଟି ଦେଲେ ଦେଖାଯାଏ ଯେ ସବୁଠାରୁ ବଡ଼ ନଦୀ ମହାନଦୀ ଏବେ ଶୁଖିଲା। ସମ୍ବଲପୁରରେ ମହାନଦୀ ଆଉ ନଦୀ ହୋଇ ରହିନାହିଁ। ଏହା ଏକ ନାଳରେ ପରିଣତ ହୋଇଯାଇଛି। ଓଡ଼ିଶାରେ ୪୯୪ କିଲୋମିଟର ପରିବ୍ୟାପ୍ତ ହୋଇଛି ମହାନଦୀ। ଏହି ନଦୀଟିରେ ଜଳ ପ୍ରବାହ କମିବା ଯୋଗୁ ନିଜକୁ ସଫା କରିବାରେ କ୍ଷମତା ମଧ୍ୟ ହରାଇ ଚାଲିଛି। ନଦୀ ଜଳରେ କଳକାରଖାନାରୁ ଆସୁଥିବା ଦୂଷିତ ବର୍ଜ୍ୟବସ୍ତୁର ବିଷ ମିଶୁଥିଲେ ହେଁ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କେଉଁଠି ହେଲେ କାର୍ଯ୍ୟକାରୀ ହୋଇନାହିଁ। ପ୍ରତ୍ୟେକ ନଦୀର ନିଜସ୍ବ ଜଳ ବିଶୋଧନ ପ୍ରକ୍ରିୟା ଶକ୍ତି ଥିଲେ ହେଁ ତାହା ପ୍ରବାହମାନ ହୋଇ ନ ପାରିଲେ ବିଶୋଧନ କ୍ଷମତା ଆପେ ଆପେ ହରାଇଥାଏ। ଏହି ଭଳି କିଛିଦିନ ହେଲା ମହାନଦୀର ଶାଖା ପ୍ରଶାଖା ନଦୀସବୁରେ ଜଳ ପ୍ରବାହ ନ ଥିବାରୁ ଅଧିକାଂଶ ନଦୀର ଜଳ ପ୍ରଦୂଷିତ ହେବାରେ ଲାଗିଛି। ଓଡ଼ିଶାରେ ପ୍ରବାହିତ ଅଧିକାଂଶ ନଦୀ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ସେଥି ପାଇଁ ନଦୀ ବଞ୍ଚାଅ ଆନ୍ଦୋଳନ ମୁଣ୍ଡ ଟେକିଉଠିଛି। ଦୀର୍ଘଦିନରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ, ନିର୍ମଳ ଦୟାନଦୀ, ଓଡ଼ିଶା ନଦୀ ସୁରକ୍ଷା ସମିତି, ଚିଲିକା ବଞ୍ଚାଅ, ବ୍ରାହ୍ମଣୀ ନଦୀ ପୁନରୁଦ୍ଧାର, ଖରସ୍ରୋତା ନଦୀ ବଞ୍ଚାଅ, ବୈତରଣୀ ନଦୀର ପୁନରୁଦ୍ଧାର ଆନ୍ଦୋଳନ ହୋଇଆସୁଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଯଦି ଆମେ ଟ୍ରିବ୍ୟୁନାଲ ଉପରେ ନିର୍ଭର କରିବା ତେବେ ତାହା ଆମ ପାଇଁ ଆତ୍ମଘାତି ହେବ। ଦେଶରେ ଯେତେ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ବସିଛି କୌଣସି ଗୋଟିଏ ଜଳ ବିବାଦ ସମାଧାନ ଦିଗରେ ଏହା ସଫଳ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ତେଣୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ବିକଳ୍ପ ରାସ୍ତା ବାହାର କରିବା ଆବଶ୍ୟକ। ଏବେ ଖଣି କମ୍ପାନୀ ପାଇଁ ବୈତରଣୀ ଓ ବ୍ରାହ୍ମଣୀ ବିପଦଗ୍ରସ୍ତ ହୋଇପଡ଼ିଛି। ପାଣିର ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି।
ଏସିଆର ଦ୍ୱିତୀୟ ବୃହତ୍ତମ ହ୍ରଦ ଚିଲିକା କ୍ରମଶଃ ପ୍ରଦୂଷିତ ଓ ସଙ୍କୁଚିତ ହେବାରେ ଲାଗିଛି। ପ୍ରାୟ୧୧୦୦ ବର୍ଗ କିଲୋମିଟରରୁ ସଙ୍କୁଚିତ ହୋଇ ୭୫୦ବର୍ଗ କିଲୋମିଟରରେ ସୀମିତ ରହିଛି। ଦକ୍ଷିଣ ଓଡ଼ିଶାରେ ଥିବା ପ୍ରମୁଖ ନଦୀ ବ୍ରାହ୍ମଣୀ, ଖରସ୍ରୋତା ପ୍ରମୁଖ ନଦୀ ଏବେ ଶୁଖିଲା ପଡ଼ିଛି। ନଦୀ ଉପରେ ନିର୍ଭର କରୁଥିବା ଓଡ଼ିଶାର ଜନଜୀବନ, ଅର୍ଥନୀତି, ଗମନାଗମନ, ତୀର୍ଥକ୍ଷେତ୍ରଗୁଡିକ ବିପନ୍ନ ହେବାକୁ ବସିଲାଣି। ଚାଷ, ମତ୍ସ୍ୟ ସମ୍ପଦ, ତୈଳବୀଜ ଫସଲ, ବର୍ଷରେ ଋତୁ ଅନୁଯାୟୀ ଉତ୍ପାଦିତ ଫସଲ ଲୋପ ପାଇ ଚାଲିଛି। ଓଡ଼ିଶାର ବିଭିନ୍ନ ନଦୀର ଶଯ୍ୟା ଓ ପଠାଜମି ଜବର ଦଖଲ ଯୋଗୁ ନଦୀଗୁଡିକ ସଙ୍କୁଚିତ ହୋଇଯାଉଛି ତାହା ସହିତ ବର୍ଷାଦିନେ ଜଳ ନିଷ୍କାସନ ନ ହେବା ଯୋଗୁ ପ୍ରବଳ ବନ୍ୟା ସୃଷ୍ଟି କରୁଛି। ନଦୀ ସୁରକ୍ଷା ପାଇଁ ଓଡ଼ିଶାର ପ୍ରତ୍ୟେକ ନଦୀର ଜମିକୁ ଚିହ୍ନଟ କରିବା ଆବଶ୍ୟକ।
ଏବେ କିଛି ବର୍ଷ ହେଲା ଯେପରି ପାଣିପାଗର ପରିବର୍ତ୍ତନ ଘଟିଛି ସେଥିପ୍ରତି ଦୃଷ୍ଟି ଦେଇ ଝରଣା ପାଣିର ଉତ୍ସକୁ ମୁକ୍ତ ରଖିବା ସହିତ ଏହାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ।
ଗ୍ରନ୍ଥାଗାର ସହାୟକ, ଫକୀରମୋହନ ବିଶ୍ୱବିଦ୍ୟାଳୟ
ମୋ: ୭୩୨୭୦୨୮୯୭୮


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri