Posted inଜାତୀୟ

କୋଲକାତା ବଳାତ୍କାର ମାମଲାକୁ ନେଇ ଟିଏମ୍‌ସିରେ ଫାଟ

ନୂଆଦିଲ୍ଲୀ,୩୦ା୬:ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି କଲ୍ୟାଣ ବାନାର୍ଜୀ ଏବଂ ମହୁଆ ମୋଇତ୍ରଙ୍କ ମଧ୍ୟରେ ୩ ମାସ ତଳେ ଦେଖାଦେଇଥିବା ବିବାଦ ରବିବାର ପୁଣି ଜୋର୍‌ ଧରିଛି। ସାଉଥ୍‌ କାଲ୍‌କାଟା ଲ’ କଲେଜରେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ କଲ୍ୟାଣ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ୨ ଏମ୍‌ପିଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ମହୁଆଙ୍କ ସମାଲୋଚନାର ଜବାବ ଦେବାକୁ ଯାଇ କଲ୍ୟାଣ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଟାର୍ଗେଟ କରିଛନ୍ତି। ବିଜେଡିର ପୂର୍ବତନ ଏମ୍‌ପି ପିନାକୀ ମିଶ୍ରଙ୍କୁ ବିବାହ କରିଥିବା ମହୁଆ ବିଦେଶରେ ହନିମୁନ୍‌ କରି ଫେରିବା ପରେ ପୁଣି ମୋ ସହ ବିବାଦ ଆରମ୍ଭ କରିଛନ୍ତି। ମୋତେ ମହିଳା ବିରୋଧୀ କହୁଥିବା ମହୁଆ ନିଜେ କ’ଣ ବୋଲି କଲ୍ୟାଣ ପ୍ରଶ୍ନ କରିଛନ୍ତି। ସେ ୪୦ ବର୍ଷର ବିବାହ ସମ୍ପର୍କ ଭାଙ୍ଗି ଜଣେ ୬୫ ବର୍ଷୀୟଙ୍କୁ ବିବାହ କରିଛନ୍ତି। ମହୁଆ ଉକ୍ତ ମହିଳାଙ୍କୁ ଆଘାତ ଦେଇନାହାନ୍ତି କି ବୋଲି ପ୍ରଶ୍ନ କରିବା ସହ ଅନୈତିକ ଆଚରଣ ପାଇଁ ପାର୍ଲାମେଣ୍ଟରୁ ବହିଷ୍କୃତ ହୋଇଥିବା ଏମ୍‌ପି ମହିଳା ବିରୋଧୀ ବୋଲି କଲ୍ୟାଣ କହିଛନ୍ତି।
କୋଲକାତାର ଆଇନ ଛାତ୍ରୀ ଗଣବଳାତ୍କାର ମାମଲାରେ କଲ୍ୟାଣ ବାନାର୍ଜୀ କହିଥିଲେ, ଯଦି ସାଙ୍ଗ ସାଙ୍ଗକୁ ବଳାତ୍କାର କରେ, ତେବେ କ’ଣ କରାଯାଇପାରିବ। ସେହିପରି ବଳାତ୍କାର ସ୍ଥାନକୁ ଛାତ୍ରୀ ଜଣକ ଯାଇଥିଲେ କାହିଁକି ବୋଲି ଦଳୀୟ ବିଧାୟକ ମଦନ ମିତ୍ରା ପ୍ରଶ୍ନ କରିଥିଲେ। ସେମାନଙ୍କ ମନ୍ତବ୍ୟଠାରୁ ଟିଏମ୍‌ସି ନିଜକୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ମହୁଆ ଏହାକୁ ସମର୍ଥନ କରିଥିଲେ। ସବୁ ଦଳରେ ମହିଳାଙ୍କ ପ୍ରତି ଦ୍ୱେଷ ରହିଛି। ଆମେ ଏଭଳି ମନ୍ତବ୍ୟକୁ ନିନ୍ଦା ନ କଲେ ଟିଏମ୍‌ସିରେ ପାର୍ଥକ୍ୟ ରହିଲା କେଉଁଠି ବୋଲି ମହୁଆ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି ସ୍କ୍ରବ ଟାଇଫସ୍: ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଆତଙ୍କିତ

ପଦ୍ମପୁର,୧୪।୭(ପ୍ରଦୀପ୍ତ ଦାଶ):  ବରଗଡ଼ ଜିଲାକୁ ପୁଣି ସ୍କ୍ରବ୍ ଟାଇଫସ୍ ରୋଗ ଫେରିଛି। ଏଥିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍...

ପୁଅ ବିବାହ କରିବାକୁ ରାଜି ନ ହେବାରୁ ପ୍ଲାଟଫର୍ମରେ କୀଟନାଶକ ପିଇଦେଲେ  ମା’ବାପା: ପରେ…

ଦିଗପହଣ୍ଡି,୧୪।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏମ.ରଞ୍ଜନ ଦୋରା ବିବାହ କରିବାକୁ ରାଜି ନ ହେବାରୁ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

ରେଳବିଭାଗରେ ଚାକିରି କରାଇବା ନାଁରେ ୮୬ ଲକ୍ଷ ଟଙ୍କା ଠକେଇ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ରେଳବିଭାଗରେ ଚାକିରି କରାଇବା ନାଁରେ ୭ ଜଣ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ...

ଧରିତ୍ରୀ ୱେବ ପ୍ରଭାବ: ଯୋଡ଼ା ଲଘୁଚାପଜନିତ କ୍ଷୟକ୍ଷତି ଆକଳନ କଲା ରାଜସ୍ବ ବିଭାଗ

କୁଆଁରମୁଣ୍ଡା,୧୪।୦୭(ମହେନ୍ଦ୍ର କୁମାର ସାହୁ): ଯୋଡ଼ା ଲଘୁଚାପ ଯୋଗୁ ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ଶୀର୍ଷକ ଏକ ଖବର ଧରିତ୍ରୀ...

FM ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି: ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର,୧୪।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ...

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri