ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆସେଞ୍ଚର, ଡ୍ୟୁସ୍‌ ଟେଲିକମ୍‌, ଗୁଗଲ କ୍ଲାଉଡ୍‌, ଅରେଞ୍ଚ, ଟେଲିନର ଓ ଭୋଡାଫୋନ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିଭଳି ଶିଳ୍ପର ପ୍ରଥମ ଧରଣର ଏହି ଇନୋଭେଶନ ହବ୍‌ ଜେନେରେଟିଭ୍‌ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଲାର୍ଜ ଲାଙ୍ଗୁଏଜ୍‌ ମଡେଲ (ଏଲ୍‌ଏଲ୍‌ଏମ୍‌) ଓ ଓପନ୍‌ ଡିଜିଟାଲ୍‌ ଆର୍କିଟେକ୍‌ଚର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିବ। ଏହାଦ୍ୱାରା ସମଗ୍ର ଶିଳ୍ପଜଗତ ଉପକୃତ ହେବ। ବିଶେଷକରି ଭାରତ ବିଶ୍ୱସ୍ତରୀୟ ସଫ୍ଟୱେର ପ୍ରତିଭାଙ୍କ କେନ୍ଦ୍ରସ୍ଥଳ ହୋଇଥିବାରୁ ପ୍ରଥମ ଇନୋଭେଶନ ହବ୍‌ ଲାଗି ମୁମ୍ବାଇକୁ ଚୟନ କରାଯାଇଥିଲା। ଉକ୍ତ ହବ୍‌ରେ ଟେଲିକମ୍‌ ଓ ପ୍ରଯୁକ୍ତି ଶିଳ୍ପର ପ୍ରତିଭାମାନେ ହାଇବ୍ରିଡ୍‌ ଟିମ୍‌ ଭାବେ କାମ କରି ଶିଳ୍ପର ଏହି ସବୁଠୁ ବଡ଼ ଆହ୍ବାନ ଲାଗି ଉପାୟ ଓ ସମାଧାନ ବିକାଶ କରିବେ। ଭାରତରେ ଟିଏମ୍‌ ଫୋରମ୍‌ର ୩୭,୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି।
ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଟିଏମ୍‌ ଫୋରମ୍‌ ଇନୋଭେଶନ ହବ୍‌ ବାସ୍ତବ ଦୁନିଆର ସମାଧାନ ପ୍ରଦାନ କରିବ। ଏହା ଶିଳ୍ପରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆକଳନ କରଯାଉଛି। ଆହ୍ବାନଗୁଡ଼ିକର ମୁକାବିଲା କରିବା ସହ ଭବିଷ୍ୟତର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରିବା ଲାଗି ଉତ୍ତମ ଉପାୟ ବାହାର କରିବା ପାଇଁ ସମଗ୍ର ଶିଳ୍ପଜଗତର ପ୍ରତିଭାମାନଙ୍କୁ ବ୍ୟବହାର କରିବାଠାରୁ ଭଲ ବାଟ ଆଉ କ’ଣ ହୋଇପାରେ ବୋଲି ସେ ମତପ୍ରକାଶ କରିଛନ୍ତି। ଏପରିକି ପ୍ରଥମ ଇନୋଭେଶନ ହବ୍‌ ଆମର ମୁମ୍ବାଇ କ୍ୟାମ୍ପସରେ ଖୋଲାଯାଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। କାରଣ ଆମର ବିଶ୍ୱାସ ରହିଛି ଯେ ନବସୃଜନକୁ ସୁଦୃଢ଼ କରିବା ଲାଗି ମୁମ୍ବାଇ ହେଉଛି ଉପଯୁକ୍ତ ସ୍ଥାନ। ଜିଓ, ଟିଏମ୍‌ ଫୋରମ୍‌ ଓ ସମଗ୍ର ଟେଲିକମ୍‌ ଶିଳ୍ପ ପାଇଁ ଏହା ହେଉଛି ଏକ ଆକର୍ଷଣୀୟ ସମୟ ଏବଂ ଏହା ପ୍ରକଳ୍ପର ଏକ ଅଂଶ ହୋଇଥିବାରୁ ଆମେ ବେଶ୍‌ ଗର୍ବିତ। ଅପରପକ୍ଷରେ ପ୍ରଥମ ଇନୋଭେଶନ ହବ୍‌ ଶୁଭାରମ୍ଭକୁ ନେଇ ଟିଏମ୍‌ ଫୋରମ୍‌ର ଅଧ୍ୟକ୍ଷ ଡ. ଷ୍ଟିଫେନ୍‌ ରୋହେନ ଓ ସିଇଓ ନିକ୍‌ ୱିଲେଟ୍‌ ଉତ୍ସାହ ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri