ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍ ଆଇଟି ପାର୍କଠାରେ ଟିଏମ୍ ଫୋରମ୍ର ପ୍ରଥମ ଇନୋଭେଶନ ହବ୍ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆସେଞ୍ଚର, ଡ୍ୟୁସ୍ ଟେଲିକମ୍, ଗୁଗଲ କ୍ଲାଉଡ୍, ଅରେଞ୍ଚ, ଟେଲିନର ଓ ଭୋଡାଫୋନ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିଭଳି ଶିଳ୍ପର ପ୍ରଥମ ଧରଣର ଏହି ଇନୋଭେଶନ ହବ୍ ଜେନେରେଟିଭ୍ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଲାର୍ଜ ଲାଙ୍ଗୁଏଜ୍ ମଡେଲ (ଏଲ୍ଏଲ୍ଏମ୍) ଓ ଓପନ୍ ଡିଜିଟାଲ୍ ଆର୍କିଟେକ୍ଚର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିବ। ଏହାଦ୍ୱାରା ସମଗ୍ର ଶିଳ୍ପଜଗତ ଉପକୃତ ହେବ। ବିଶେଷକରି ଭାରତ ବିଶ୍ୱସ୍ତରୀୟ ସଫ୍ଟୱେର ପ୍ରତିଭାଙ୍କ କେନ୍ଦ୍ରସ୍ଥଳ ହୋଇଥିବାରୁ ପ୍ରଥମ ଇନୋଭେଶନ ହବ୍ ଲାଗି ମୁମ୍ବାଇକୁ ଚୟନ କରାଯାଇଥିଲା। ଉକ୍ତ ହବ୍ରେ ଟେଲିକମ୍ ଓ ପ୍ରଯୁକ୍ତି ଶିଳ୍ପର ପ୍ରତିଭାମାନେ ହାଇବ୍ରିଡ୍ ଟିମ୍ ଭାବେ କାମ କରି ଶିଳ୍ପର ଏହି ସବୁଠୁ ବଡ଼ ଆହ୍ବାନ ଲାଗି ଉପାୟ ଓ ସମାଧାନ ବିକାଶ କରିବେ। ଭାରତରେ ଟିଏମ୍ ଫୋରମ୍ର ୩୭,୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି।
ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଟିଏମ୍ ଫୋରମ୍ ଇନୋଭେଶନ ହବ୍ ବାସ୍ତବ ଦୁନିଆର ସମାଧାନ ପ୍ରଦାନ କରିବ। ଏହା ଶିଳ୍ପରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆକଳନ କରଯାଉଛି। ଆହ୍ବାନଗୁଡ଼ିକର ମୁକାବିଲା କରିବା ସହ ଭବିଷ୍ୟତର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରିବା ଲାଗି ଉତ୍ତମ ଉପାୟ ବାହାର କରିବା ପାଇଁ ସମଗ୍ର ଶିଳ୍ପଜଗତର ପ୍ରତିଭାମାନଙ୍କୁ ବ୍ୟବହାର କରିବାଠାରୁ ଭଲ ବାଟ ଆଉ କ’ଣ ହୋଇପାରେ ବୋଲି ସେ ମତପ୍ରକାଶ କରିଛନ୍ତି। ଏପରିକି ପ୍ରଥମ ଇନୋଭେଶନ ହବ୍ ଆମର ମୁମ୍ବାଇ କ୍ୟାମ୍ପସରେ ଖୋଲାଯାଇଥିବାରୁ ଆମେ ବେଶ୍ ଉତ୍ସାହିତ ଅଛୁ। କାରଣ ଆମର ବିଶ୍ୱାସ ରହିଛି ଯେ ନବସୃଜନକୁ ସୁଦୃଢ଼ କରିବା ଲାଗି ମୁମ୍ବାଇ ହେଉଛି ଉପଯୁକ୍ତ ସ୍ଥାନ। ଜିଓ, ଟିଏମ୍ ଫୋରମ୍ ଓ ସମଗ୍ର ଟେଲିକମ୍ ଶିଳ୍ପ ପାଇଁ ଏହା ହେଉଛି ଏକ ଆକର୍ଷଣୀୟ ସମୟ ଏବଂ ଏହା ପ୍ରକଳ୍ପର ଏକ ଅଂଶ ହୋଇଥିବାରୁ ଆମେ ବେଶ୍ ଗର୍ବିତ। ଅପରପକ୍ଷରେ ପ୍ରଥମ ଇନୋଭେଶନ ହବ୍ ଶୁଭାରମ୍ଭକୁ ନେଇ ଟିଏମ୍ ଫୋରମ୍ର ଅଧ୍ୟକ୍ଷ ଡ. ଷ୍ଟିଫେନ୍ ରୋହେନ ଓ ସିଇଓ ନିକ୍ ୱିଲେଟ୍ ଉତ୍ସାହ ପ୍ରକଟ କରିଛନ୍ତି।
୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ
ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...
ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ
ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...
୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ
ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...
ଧାନରେ ଇନ୍ପୁଟ୍ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...
ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…
ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...
ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…
ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...
ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର
ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...
ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...
Archives


