‘ଉତ୍ତର ଭାରତରେ ଟିକେଏମ୍‌ର ପ୍ରଥମ ଆଞ୍ଚଳିକ ଷ୍ଟକ୍‌ୟାର୍ଡ’

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା କିର୍ଲୋସ୍କର ମୋଟର’(ଟିକେଏମ୍‌)ର ଆଉ ଏକ ଷ୍ଟକ୍‌ୟାର୍ଡ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉତ୍ତର ଭାରତରେ ଟିକେଏମ୍‌ର ପ୍ରଥମ ଆଞ୍ଚଳିକ ଷ୍ଟକ୍‌ୟାର୍ଡ ହରିୟାଣାର ଫାରୁକନଗରଠାରେ ଶୁଭାରମ୍ଭ କରାଯାଇଛି। ବିଶେଷକରି ଗ୍ରାହକଙ୍କୁ ବିଶ୍ୱସ୍ତରୀୟ ଉପତ୍ାଦ ଏବଂ ସେବା ସହଜରେ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହାର ଶୁଭାରମ୍ଭ କରାଯାଇଥିବା ଟିକେଏମ୍‌ ପକ୍ଷରୁ କୁହାଯାଇଛି। ଉକ୍ତ ଷ୍ଟକ୍‌ୟାର୍ଡ ସ୍ଥାପନ ଦ୍ୱାରା ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଞ୍ଚଳ ଏବଂ ଜମ୍ମୁକଶ୍ମୀରର ଡିଲରମାନଙ୍କ ପାଇଁ ଗାଡ଼ି ଯୋଗାଣ ସହଜ ହେବ। ୫ ଏକର ପରିମିତ ଜମିରେ ଥିବା ଉକ୍ତ ଷ୍ଟକ୍‌ୟାର୍ଡରେ ୯୦୦ ଯାନର ପାର୍କିଂ କ୍ଷମତା ରହିଛି। ଏ ସମ୍ପର୍କରେ ଟିକେଏମ୍‌ର ଜେନେରାଲ ମ୍ୟାନେଜର ଭି. ୱିସ୍‌ଲିନ ସିଗାମଣି କହିଛନ୍ତି, ହରିୟାଣାଠାରେ ଆମର ପ୍ରଥମ ଆଞ୍ଚଳିକ ଷ୍ଟକ୍‌ୱାର୍ଡର ଉଦ୍‌ଘାଟନ ସମ୍ପର୍କରେ ଘୋଷଣାକରି ଆମେ ବେଶ୍‌ ଆନନ୍ଦିତ । ଏପରିକି ଭାରତର ଉତ୍ତର ଭାଗ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଫାରୁକନଗର ଏକ ବ୍ୟବସାୟିକ ରଣନୈତିକ ସ୍ଥାନ ଭାବେ ପରିଗଣିତ ହୋଇଛି। ଉଲ୍ଲେଖଯୋଗ୍ୟ ଗତ ୨ ବର୍ଷ ମଧ୍ୟରେ ଟୟୋଟା ଉତ୍ତର ଭାରତରେ ୨୨ଟି ନୂତନ କଷ୍ଟମର ଟଚ୍‌ ପଏଣ୍ଟ ଦ୍ୱାରା ବିକ୍ରୟ ଏବଂ ସେବା ଯୋଗାଇଛି। ସୂଚନାଯୋଗ୍ୟ , ୨୦୨୦ରେ ଟିକେଏମ୍‌ର ପ୍ରଥମ ଆଞ୍ଚଳିକ ଷ୍ଟକ୍‌ୟାର୍ଡ ଗୁଆହାଟୀଠାରେ ଆରମ୍ଭ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ସ୍ଥାପନ କରିଥିବା ବ୍ୟାଙ୍କରେ ଜାଲିଆତି କରି ଫସିଲେ; ରାଣା କପୁରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ମୁମ୍ବାଇ,୨୬।୬ : ଋଣ ଠକେଇ ମାମଲାରେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଚାର୍ଜଶିଟ ଦାୟର କରିଛି।...

ଟଙ୍କା ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର କାରବାର ଦିବସରେ ଟଙ୍କା ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି। ଦିନରେ ଡଲାର ତୁଳନାରେ ଟଙ୍କାରେ ୨୦ ପଇସା ବୃଦ୍ଧି ସହିତ ୭୭.୫୧...

‘ଖଣିଜ ପଦାର୍ଥ ଆମ ବିକାଶର ମାପକାଠି’

ଭୁବନେଶ୍ୱର,୨୪।୧: ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପରିସରରେ ଶକ୍ତି ଏବଂ ପରିବେଶ ସମ୍ବନ୍ଧୀୟ ଏକ ଜାତୀୟସ୍ତରୀୟ କର୍ମଶାଳା ‘ନାନୋ ମ୍ୟାଟେରିଆଲ୍‌ସ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏସ୍‌ଇଆର୍‌ବି ‘ଆସିଲେରେଟ୍‌ ବିଜ୍ଞାନ-କର୍ମଶାଳା’...

୧ ଟ୍ରିଲିୟନ ଡଲାର ଅର୍ଥନୀତି ଗଠନରେ ଯୁବପିଢିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୩୧-୮(ବ୍ୟୁରୋ): ଓଡ଼ିଶା ନିକଟ ଭବିଷ୍ୟତରେ ଏକ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଦିଗରେ ଯୁବପିଢି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

ଅଟା ଦାମ ବୃଦ୍ଧି ନେଇ ଭାରତର ବଢ଼ିଲା ଚିନ୍ତା: ଗୋଟିଏ ବର୍ଷରେ ୪୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୩୦।୧ : ପଡୋଶୀ ଦେଶ ପାକିସ୍ତାନରେ ଅଟା ସଙ୍କଟ ମଧ୍ୟରେ ଏହାର ମୂଲ୍ୟ ଭାରତରେ ମଧ୍ୟ ଆକାଶଛୁଆଁ ହେବା ଆରମ୍ଭ କରିଛି। ଜାନୁୟାରୀ ମାସରେ ଅଟାର...

ଦେଶର ମୁଣ୍ଡପିଛା ଆୟ ୧୦,୫୩୪ ଟଙ୍କା

ନୂଆଦିଲ୍ଲୀ,୧।୬: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ମୁଣ୍ଡପିଛା ଆୟ ୧୦ ପ୍ରତିଶତ ବୃଦ୍ଧି ପାଇ ମାସକୁ ୧୦,୫୩୪ ଟଙ୍କା ହୋଇଛି। ଶୁକ୍ରବାର ଜାରି...

କର୍ମଚାରୀଙ୍କୁ ୫ କୋଟି ଶେୟାର ଦେବ ଇନ୍‌ଫୋସିସ୍‌

ବେଙ୍ଗାଲୁରୁ,୧୮-୫: ଦେଶର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ନିଜ କର୍ମଚାରୀଙ୍କୁ ପ୍ରୋତ୍ସାହନ ରୂପରେ ୫ କୋଟି ଶେୟାର ଦେବ। ଏହା କମ୍ପାନୀର ମୋଟ ଶେୟାର...

ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହେଁ ମାରୁତି

ନୂଆଦିଲ୍ଲୀ,୧୩-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓଲା ଓ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍ସକୁ ଦାୟୀ କରିଛନ୍ତି। କିନ୍ତୁ...

Advertisement
Archives

Model This Week