ୟୁକୋ ବ୍ୟାଙ୍କ ସହ ଟିକେଏମ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୧୦।୯: ୟୁକୋ ବ୍ୟାଙ୍କ ସହ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ର ଏକ ଦିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏହା ଅନ୍ତର୍ଗତ ଅଧିକରୁ ଅଧିକ ଗ୍ରାହକଙ୍କୁ ଟୟୋଟାର ବିଶ୍ୱସ୍ତରୀୟ ଉପତ୍ାଦ ଏବଂ ସେବାଗୁଡିକରେ ଅଧିକ ପ୍ରବେଶ କରିବାକୁ ସକ୍ଷମ କରିବାକୁ ଯୋଜନା କରାଯାଇଛି। ଏହି ସହଭାଗୀତା ଦ୍ୱାରା କେବଳ ପ୍ରଥମ ଶ୍ରେଣୀ ବଜାର ନୁହେଁ, ବରଂ ସମସ୍ତ ରାଜ୍ୟ ଏବଂ ୟୁନିଅନ ଟେରିଟୋରୀ ଏବଂ ଗ୍ରାହକଙ୍କୁ ଉପକୃତ କରିବା ତଥା ଦି୍ବତୀୟ ଏବଂ ତୃତୀୟ ଶ୍ରେଣୀ ବଜାରରେ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ଟିକେଏମ୍‌ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି କୁଲ ନ୍ୟୁ ଗ୍ଲାନଜା, ଅର୍ବାନ କ୍ରୁଜର ଏବଂ ନିକଟରେ ବଜାର ପ୍ରବେଶ ହୋଇଥିବା ଅର୍ବାନ କ୍ରୁଜର ହ୍ୟାରିଡର ଭଳି ନୂତନ ମଡେଲ ସହ ଏ ଏବଂ ବି-ସେଗମେଣ୍ଟରେ ପ୍ରବେଶ କରି ଟିକେଏମ୍‌ ଦି୍ବତୀୟ ଏବଂ ତୃତୀୟ ଶ୍ରେଣୀ ବଜାରରେ ଗ୍ରାହକଙ୍କ ନିକଟରେ ପହଂଚିବା ସହିତ ଭାରତରେ ଏହାର ନେଟୱାର୍କ ବିସ୍ତାର କରିବା ଲକ୍ଷ୍ୟ ରଖିଛି। ଏହି ନୂତନ ଟାଇ-ଅପ ଦି୍ବତୀୟ ଏବଂ ତୃତୀୟ ଶ୍ରେଣୀ ବଜାରରେ ଗ୍ରାହକଙ୍କ ପାଇଁ ମୂଲ୍ୟଯୁକ୍ତ ଅଫର ଉପଲବ୍ଧ କରାଇବ। ଏ ସମ୍ପର୍କରେ ଟିକେଏମର ବିକ୍ରୟ ଏବଂ ଷ୍ଟ୍ରାଟେଜିକ ମାର୍କେଟିଂ ଆସୋସିଏଟ ଉପାଧ୍ୟକ୍ଷ ଅତୁଲ ସୁଦ କହିଛନ୍ତି, ଏ ଏବଂ ବି-ସେଗମେଣ୍ଟରେ ଆମର ସଫଳ ଅଗ୍ରଗତି ପରେ ଗ୍ରାମୀଣ ବଜାରରେ ଟୟୋଟା ଯାନର ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛୁ। ସମଗ୍ର ଦେଶରେ ଆମର ଗ୍ରାହକଙ୍କ ବିକ୍ରୟ ଅଭିଜ୍ଞତାକୁ ଉନ୍ନତ କରିବାକୁ ସ୍ଥିର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏକ ଗ୍ରାହକ କେନ୍ଦ୍ରୀକ କମ୍ପାନୀ ଭାବେ ଆମେ ଆମ ଗ୍ରାହକଙ୍କୁ ଅନନ୍ୟ ତଥା ଆକର୍ଷଣୀୟ ଆର୍ଥିକ ସ୍କିମ ଏବଂ ଅଫର ପ୍ରଦାନ କରିବାକୁ ସର୍ବଦା ଅଭିନବ ପ୍ରୟାସ ଜାରି ସହ ୟୁକୋ ବ୍ୟାଙ୍କର ବ୍ୟାପକ ନେଟୱାର୍କ ଏବଂ ଡାଟାବେସ ବ୍ୟବହାର ଆମକୁ ନୂତନ ଗ୍ରାହକ ଚିହ୍ନଟ କରିବାରେ ସାହାଯ୍ୟ କରିବ ଏବଂ ଆମେ ଆମର ଗ୍ରାହକଙ୍କ ପାଇଁ ସର୍ବୋତମ ସମାଧାନ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖିଛୁ। ସେହିଭଳି ୟୁକୋ ବ୍ୟାଙ୍କର ମାର୍କେଟିଂ ଆଣ୍ଡ ୱେଲଥ୍‌ ପରିଚାଳନା ବିଭାଗ, ଜେନେରାଲ ମ୍ୟାନେଜର ସତ୍ୟ ରଞ୍ଜନ ପଣ୍ଡା କହିଛନ୍ତି, ଟିକେଏମ ସହ ମିଳିତ ହୋଇଥିବାରୁ ଆମେ ବେଶ୍‌ ଉତ୍ସାହିତ। କାରଣ ସେମାନେ ଦେଶର ଏକ ପ୍ରମୁଖ କାର ନିର୍ମାତା ଓ ବିକ୍ରେତା ଭାବେ ଜଣାଶୁଣା। ଏହି ନୂତନ ସହଭାଗୀତା ଦ୍ୱାରା ଆମେ ୩୦୦୦ରୁ ଅଧିକ ଶାଖାର ବିଶାଳ ନେଟୱାର୍କ ମାଧ୍ୟମରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହର ଏବଂ ଟାଉନଗୁଡିକରେ ଆମର ଗ୍ରାହକଙ୍କ ନିକଟରେ ପହଂଚିବାର ଲକ୍ଷ୍ୟ ରଖିଛୁ।
ଟୟୋଟା କିର୍ଲୋସ୍କର ମୋଟର ସର୍ବଦା ଗ୍ରାହକଙ୍କ ଅଭିଜ୍ଞତାକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥାଏ। ଯେପରି ସହଜ ଆର୍ଥିକ ବିକଳ୍ପ ଭଳି ସମୟାନୁବର୍ତି ଏବଂ ପ୍ରାସଙ୍ଗିକ ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ସମ୍ଭବ ହେବ। ଟୟୋଟା ଯାନଗୁଡିକର ମାଲିକାନା ଗ୍ରାହକଙ୍କ ପାଇଁ ଏକ ସହଜ ପ୍ରକ୍ରିୟା କରିବାକୁ ଲକ୍ଷ୍ୟ ରଖି ଟିକେଏମ୍‌ ସର୍ବଦା ଦେଶର ଅଗ୍ରଣୀ ଆର୍ଥିକ ପ୍ରତିଷ୍ଠାନଗୁଡିକ ସହ ଅଭିନବ ଟାଇ-ଅପ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri