ୟୁକୋ ବ୍ୟାଙ୍କ ସହ ଟିକେଏମ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୧୦।୯: ୟୁକୋ ବ୍ୟାଙ୍କ ସହ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ର ଏକ ଦିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏହା ଅନ୍ତର୍ଗତ ଅଧିକରୁ ଅଧିକ ଗ୍ରାହକଙ୍କୁ ଟୟୋଟାର ବିଶ୍ୱସ୍ତରୀୟ ଉପତ୍ାଦ ଏବଂ ସେବାଗୁଡିକରେ ଅଧିକ ପ୍ରବେଶ କରିବାକୁ ସକ୍ଷମ କରିବାକୁ ଯୋଜନା କରାଯାଇଛି। ଏହି ସହଭାଗୀତା ଦ୍ୱାରା କେବଳ ପ୍ରଥମ ଶ୍ରେଣୀ ବଜାର ନୁହେଁ, ବରଂ ସମସ୍ତ ରାଜ୍ୟ ଏବଂ ୟୁନିଅନ ଟେରିଟୋରୀ ଏବଂ ଗ୍ରାହକଙ୍କୁ ଉପକୃତ କରିବା ତଥା ଦି୍ବତୀୟ ଏବଂ ତୃତୀୟ ଶ୍ରେଣୀ ବଜାରରେ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ଟିକେଏମ୍‌ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି କୁଲ ନ୍ୟୁ ଗ୍ଲାନଜା, ଅର୍ବାନ କ୍ରୁଜର ଏବଂ ନିକଟରେ ବଜାର ପ୍ରବେଶ ହୋଇଥିବା ଅର୍ବାନ କ୍ରୁଜର ହ୍ୟାରିଡର ଭଳି ନୂତନ ମଡେଲ ସହ ଏ ଏବଂ ବି-ସେଗମେଣ୍ଟରେ ପ୍ରବେଶ କରି ଟିକେଏମ୍‌ ଦି୍ବତୀୟ ଏବଂ ତୃତୀୟ ଶ୍ରେଣୀ ବଜାରରେ ଗ୍ରାହକଙ୍କ ନିକଟରେ ପହଂଚିବା ସହିତ ଭାରତରେ ଏହାର ନେଟୱାର୍କ ବିସ୍ତାର କରିବା ଲକ୍ଷ୍ୟ ରଖିଛି। ଏହି ନୂତନ ଟାଇ-ଅପ ଦି୍ବତୀୟ ଏବଂ ତୃତୀୟ ଶ୍ରେଣୀ ବଜାରରେ ଗ୍ରାହକଙ୍କ ପାଇଁ ମୂଲ୍ୟଯୁକ୍ତ ଅଫର ଉପଲବ୍ଧ କରାଇବ। ଏ ସମ୍ପର୍କରେ ଟିକେଏମର ବିକ୍ରୟ ଏବଂ ଷ୍ଟ୍ରାଟେଜିକ ମାର୍କେଟିଂ ଆସୋସିଏଟ ଉପାଧ୍ୟକ୍ଷ ଅତୁଲ ସୁଦ କହିଛନ୍ତି, ଏ ଏବଂ ବି-ସେଗମେଣ୍ଟରେ ଆମର ସଫଳ ଅଗ୍ରଗତି ପରେ ଗ୍ରାମୀଣ ବଜାରରେ ଟୟୋଟା ଯାନର ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛୁ। ସମଗ୍ର ଦେଶରେ ଆମର ଗ୍ରାହକଙ୍କ ବିକ୍ରୟ ଅଭିଜ୍ଞତାକୁ ଉନ୍ନତ କରିବାକୁ ସ୍ଥିର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏକ ଗ୍ରାହକ କେନ୍ଦ୍ରୀକ କମ୍ପାନୀ ଭାବେ ଆମେ ଆମ ଗ୍ରାହକଙ୍କୁ ଅନନ୍ୟ ତଥା ଆକର୍ଷଣୀୟ ଆର୍ଥିକ ସ୍କିମ ଏବଂ ଅଫର ପ୍ରଦାନ କରିବାକୁ ସର୍ବଦା ଅଭିନବ ପ୍ରୟାସ ଜାରି ସହ ୟୁକୋ ବ୍ୟାଙ୍କର ବ୍ୟାପକ ନେଟୱାର୍କ ଏବଂ ଡାଟାବେସ ବ୍ୟବହାର ଆମକୁ ନୂତନ ଗ୍ରାହକ ଚିହ୍ନଟ କରିବାରେ ସାହାଯ୍ୟ କରିବ ଏବଂ ଆମେ ଆମର ଗ୍ରାହକଙ୍କ ପାଇଁ ସର୍ବୋତମ ସମାଧାନ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖିଛୁ। ସେହିଭଳି ୟୁକୋ ବ୍ୟାଙ୍କର ମାର୍କେଟିଂ ଆଣ୍ଡ ୱେଲଥ୍‌ ପରିଚାଳନା ବିଭାଗ, ଜେନେରାଲ ମ୍ୟାନେଜର ସତ୍ୟ ରଞ୍ଜନ ପଣ୍ଡା କହିଛନ୍ତି, ଟିକେଏମ ସହ ମିଳିତ ହୋଇଥିବାରୁ ଆମେ ବେଶ୍‌ ଉତ୍ସାହିତ। କାରଣ ସେମାନେ ଦେଶର ଏକ ପ୍ରମୁଖ କାର ନିର୍ମାତା ଓ ବିକ୍ରେତା ଭାବେ ଜଣାଶୁଣା। ଏହି ନୂତନ ସହଭାଗୀତା ଦ୍ୱାରା ଆମେ ୩୦୦୦ରୁ ଅଧିକ ଶାଖାର ବିଶାଳ ନେଟୱାର୍କ ମାଧ୍ୟମରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହର ଏବଂ ଟାଉନଗୁଡିକରେ ଆମର ଗ୍ରାହକଙ୍କ ନିକଟରେ ପହଂଚିବାର ଲକ୍ଷ୍ୟ ରଖିଛୁ।
ଟୟୋଟା କିର୍ଲୋସ୍କର ମୋଟର ସର୍ବଦା ଗ୍ରାହକଙ୍କ ଅଭିଜ୍ଞତାକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥାଏ। ଯେପରି ସହଜ ଆର୍ଥିକ ବିକଳ୍ପ ଭଳି ସମୟାନୁବର୍ତି ଏବଂ ପ୍ରାସଙ୍ଗିକ ଯୋଜନାଗୁଡିକ କାର୍ଯ୍ୟକାରୀ କରିବା ସମ୍ଭବ ହେବ। ଟୟୋଟା ଯାନଗୁଡିକର ମାଲିକାନା ଗ୍ରାହକଙ୍କ ପାଇଁ ଏକ ସହଜ ପ୍ରକ୍ରିୟା କରିବାକୁ ଲକ୍ଷ୍ୟ ରଖି ଟିକେଏମ୍‌ ସର୍ବଦା ଦେଶର ଅଗ୍ରଣୀ ଆର୍ଥିକ ପ୍ରତିଷ୍ଠାନଗୁଡିକ ସହ ଅଭିନବ ଟାଇ-ଅପ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?