ମୁମ୍ବାଇ,୧୬।୧୧ (ଅଭୟ ଦାଶ): ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ତଥା ପ୍ରିମିୟମ ବ୍ରାଣ୍ଡ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଜିଓ ୱାଲର୍ଡ ପ୍ଲାଜାଠାରେ ଉଦ୍ଘାଟିତ ହୋଇଯାଇଛି। ଏପରି କି ଏହାର ବିଳାସପୂର୍ଣ୍ଣ ଫ୍ଲାଗଶିପ୍ ଷ୍ଟୋର୍ରେ ବ୍ରାଣ୍ଡର ନୂତନ କଲେକ୍ସନଗୁଡ଼ିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ୬୨୦୦ ବର୍ଗଫୁଟ ପରିମିତ ସ୍ଥାନରେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ବ୍ରାଣ୍ଡଗୁଡ଼ିକର ୧୫ ଟି ଶପ-ଇନ-ଶପ ବୁଟିକ୍ ରହିଛି। ଏହି ଷ୍ଟୋରରେ ବିଳାସପୂର୍ଣ୍ଣ ସ୍କିନ୍ କେୟାର ବ୍ରାଣ୍ଡ ଅଗଷ୍ଟିନସ୍ ବେଡର୍ ମଧ୍ୟ ସାମିଲ ରହିଛି, ଯାହା କେବଳ ଟିରା ଷ୍ଟୋରର ଉପଲବ୍ଧ।
ଏ ସମ୍ପର୍କରେ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି, ଭାରତରେ ସୌନ୍ଦର୍ଯ୍ୟ ଏବଂ ବିଳାସକୁ ‘ଟିରା’ ବ୍ରାଣ୍ଡ ପୁନଃ ପରିଭାଷିତ କରୁଛି, ବିଶ୍ୱସ୍ତରୀୟ ବ୍ରାଣ୍ଡ ଏବଂ ସିଗନେଚର ସେବା ସହିତ ଏହା ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବ। ସେହିଭଳି ଜିଓ ୱାଲର୍ଡ ପ୍ଲାଜାରେ ଆମର ଟିରା ଫ୍ଲାଗଶିପ୍ ଷ୍ଟୋର୍ ପ୍ରେରିତ କରିବା, ସମସ୍ତଙ୍କୁ ଏକାଠି କରିବା ଏବଂ ପରିବର୍ତ୍ତନ ଆଣିବା ପାଇଁ ବେଶ୍ ଯନତ୍ର ସହିତ ଏବଂ ସୁନ୍ଦର ଭାବେ ପରିକଳ୍ପିତ ହୋଇଛି। ଏପରି କି ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟର ଏହି ଅସାଧାରଣ ଯାତ୍ରାରେ ଗ୍ରାହକମାନଙ୍କୁ ସାମିଲ କରିବାକୁ ଆମେ ପ୍ରସ୍ତୁତ ରହିଛୁ। ସେହିପରି ସୁଗନ୍ଧପ୍ରେମୀମାନଙ୍କ ପାଇଁ ଏହି ଷ୍ଟୋରରେ ଏକ ସ୍ବତନ୍ତ୍ର ସେଣ୍ଟ ରୁମ୍ ପ୍ରସ୍ତୁତ କରାଯାଇଛି। ଏହାକୁ ଏପରି ଭାବେ ଡିଜାଇନ୍ କରାଯାଇଛି, ସୁଗନ୍ଧଗୁଡ଼ିକ ବାୟୁରେ ଭାସମାନ ରହିଥାଏ। ସେଣ୍ଟ ବା ସୁଗନ୍ଧର ଅନ୍ତର୍ଜାତୀୟ ବ୍ରାଣ୍ଡ ଏବଂ ସୀମିତ-ସଂସ୍କରଣ ସଂଗ୍ରହ ମଧ୍ୟ ଏଠାରେ ଉପଲବ୍ଧ ହେବ। ବିଳାସପୂର୍ଣ୍ଣ ସୌନ୍ଦର୍ଯ୍ୟ ରିଟେଲ ବ୍ୟବସାୟରେ ପ୍ରଥମ ଥର ପାଇଁ ଟିରା ପକ୍ଷରୁ ଟିରା ବିୟୁଟି ସୁଟ୍ରେ ସ୍ବତନ୍ତ୍ର ଇନ-ଷ୍ଟୋର ସ୍କିନ୍ କେୟାର ସେବା ଆରମ୍ଭ କରିଛି। ଟିରାର ସିଗ୍ନେଚର ଟ୍ରିଟ୍ମେଣ୍ଟରେ ସିଗ୍ନେଚର-ଗ୍ଲୋ, ୟୁଥ୍ ଏଲିକ୍ସିର୍ ଏବଂ ଆକ୍ୱା ଇନ୍ଫ୍ୟୁଜନ୍ ଫେସିଆଲ ବ୍ୟତୀତ ଅଗଷ୍ଟିନସ୍-ବେଡର୍ ସିଗ୍ନେଚର ଫେସିଆଲ ବିଶେଷ ଭାବେ ସାମିଲ କରାଯାଇଛି।
ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…
ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…
ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…
ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…
ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…
ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…
ବସ୍ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ
ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…
ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ
ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…
ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍, ମରାମତି ହେଲା ‘ମରଣଯନ୍ତା’
ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…
ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ
ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…
ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….
ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…
Archives

