ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ ଟ୍ରେଲର ପଛଭାଗକୁ ଟିପର ଧକ୍କା ଦେବାରୁ ଟିପର ଚାଳକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ମୁତାବକ କାମାକ୍ଷାନଗର ପଟୁ ତାଳଚେର ଆଡ଼କୁ ଆଗରେ ଏକ ଟ୍ରେଲର ଯାଉଥିବା ବେଳେ ସେ ଗାଡ଼ି ବ୍ରେକ ମାରିବାରୁ ପଛରୁ ଯାଉଥିବା ଟିପର ଗାଡ଼ିଟି ଟ୍ରେଲରକୁ ପଛରୁ ଧକ୍କା ହୋଇଥିଲା । ଟିପର ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପରଜଙ୍ଗ ପରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଅବସ୍ଥା ଗୁରୁତର ଥିବା ବେଳେ ଚାଳକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରୁ ଟ୍ରେଲରଟି ପଳାଇ ଯାଇଥିବା ବେଳେ ଟିପରଟିକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଜାରି ରହିଥିବା ନେଇ ପରଜଙ୍ଗ ଥାନା ଏଏସ୍ଆଇ ଯୁଗଳ ପ୍ରଧାନ ସୂଚନା ଦେଇଛନ୍ତି ।