Posted inଫୁରସତ

ଏବେ ସମୟ ଡିଜିଟାଲ ଡିଟକ୍ସର

ବଢୁଥିବା କରୋନା ସଂକ୍ରମଣ ଲାଗି ବର୍ତ୍ତମାନ ଅତ୍ୟାବଶ୍ୟକ ନ ଥିଲେ କେହି ବାହାରକୁ ଯାଉ ନାହାନ୍ତି। ଏମିତିରେ ଘରେ ବୋର୍‌ ନ ହେବା ଲାଗି ଅଧିକାଂଶ ମନୋରଞ୍ଜନ ପାଇଁ ଇଣ୍ଟରନେଟ୍‌ରେ ବିଭିନ୍ନ ଭିଡ଼ିଓ, ଫିଲ୍ମ ଇତ୍ୟାଦି ଦେଖିବା ହେଉ କିମ୍ବା ସାଙ୍ଗସାଥିଙ୍କ ସହ ଯୋଗାଯୋଗରେ ରହିବା ଲାଗି ବିଭିନ୍ନ ସୋସିଆଲ୍‌ ସାଇଟ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତା’ଛଡ଼ା ବର୍ତ୍ତମାନ ସୁଦ୍ଧା ସ୍କୁଲ, କଲେଜ ଠାରୁ ଆରମ୍ଭ କରି କେତେ ଗୁଡ଼ିଏ କର୍ମସଂସ୍ଥା କେବେ ଖୋଲିବ ତା’ର କୌଣସି ନିର୍ଦ୍ଧିଷ୍ଟତା ନାହିଁ। ଏମିତିରେ ପାଠ ପଢା ଠାରୁ ଆରମ୍ଭ କରି ଅଫିସ୍‌ କାମ ପର୍ଯ୍ୟନ୍ତ ସବୁକିଛି ମଧ୍ୟ ଏବେ ଘରୁ ଚାଲିଛି ଅନ୍‌ଲାଇନ୍‌ରେ। ଯେଉଁଥିପାଇଁ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର ଆଦି ଡ଼ିଜିଟାଲ୍‌ ଗ୍ୟାଜେଟ୍ସର ବ୍ୟବହାର ବହୁମାତ୍ରାରେ ବଢିଯାଇଛି। ପ୍ରତିଟି ମୂହୁର୍ତ୍ତରେ ଏସବୁ ବିଶେଷ କରି ମୋବାଇଲ୍‌ ବ୍ୟବହାର କରିବା ଯୁବପିଢିଙ୍କର ଯେପରି ଏକ ନିଶା ବା ଆଡିକ୍ସନରେ ପରିଣତ ହୋଇଗଲାଣି। ତେବେ ଏଭଳି ଗ୍ୟାଜେଟ୍ସ ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ପଡୁଛି। ଅନେକେ ଏହି ନିଶାରେ ଖାଇବା, ପିଇବା, ଶୋଇବା, ପଢିବା ଆଦି ଭୁଲିଯାଉଛନ୍ତି। ଗୋଟିଏ ସ୍ଥାନରେ ବସି ରହିବା ଦ୍ବାରା କାନ, କାନ୍ଧ , ଆଣ୍ଠୁ, ଅଣ୍ଟା ଓ ପିଠି ଜାକି ହୋଇ ରହୁଛି ଏବଂ ଅଳ୍ପ ବୟସରୁ ଗଣ୍ଠି ଯନ୍ତ୍ରଣା ଦେଖାଦେଉଛି। ତା’ଛଡା ଶାରୀରିକ ପରିଶ୍ରମ ନ ହେବା ଦ୍ୱାରା ମେଦବହୁଳତା ଦେଖା ଦେଉଛି। ଖାଦ୍ୟପେୟ ସାଙ୍ଗକୁ ଶୋଇବାରେ ଅବହେଳା ଯୋଗୁ ସେମାନଙ୍କଠାରେ ଚିଡିଚିଡା ଲାଗିବା, ଅବସାଦ, ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମୀ, ହୃଦ୍‌ ସମସ୍ୟା, ଆଖିତଳ କଳା ପଡିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା, ସ୍ମରଣ ଶକ୍ତି, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେଉଛି। କେବଳ ଏତିକି ନୁହେଁ ଏହା ଯୋଗୁ କେତେକ ଇଣ୍ଟରନେଟ୍‌ ଆଡିକ୍ସନ ଡିସ୍‌ଅର୍ଡର ରୋଗର ଶିକାର ହେଉଛନ୍ତି। ଏସବୁ ସମସ୍ୟା ନ ଉପୁଜିବା ଲାଗି ବର୍ତ୍ତମାନ ଅନେକେ ପ୍ରତିଦିନ ଏଭଳି ଡିଜିଟାଲ୍‌ ଗ୍ୟାଜେଟ୍ସ ଠାରୁ କିଛି ସମୟ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ଡ଼ିଜିଟାଲ ଡ଼ିଟକ୍ସ ବୋଲି କୁହାଯାଉଛି।
କିପରି କରିବେ: ବର୍ତ୍ତମାନ ମୋବାଇଲ୍‌ ଫୋନ୍‌ ଏବଂ ଅନ୍ୟ ଇ-ଗ୍ୟାଜେଟ୍‌ ପ୍ରତି ଯୁବପିଢି ଏତେ ଆଡିକ୍ଟେଡ଼୍‌ ଯେ, ସେଥିରୁ ସେମାନଙ୍କୁ ନିବୃତ ରଖିବା କଷ୍ଟକର। ହେଲେ ପ୍ରତିଦିନ କିଛି ସମୟ ସେସବୁଠାରୁ ଦୂରେଇ ରହିବା ଭଲ। ତେଣୁ ସର୍ବପ୍ରଥମେ ଏହି ଡିଜିଟାଲ୍‌ ଡିଟକ୍ସ ଲାଗି ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମାତ୍ର କିଛି ସମୟ ଲାଗି ଏଭଳି ଗ୍ୟାଜେଟ୍ସଠୁ ଦୂରେଇ ରହିବେ ଏବଂ ପୂନର୍ବାର ପୂର୍ବ ଭଳି ଏହାକୁ ବ୍ୟବହାର କରି ବସିବେ ତେବେ କୌଣସି ସୁଫଳ ପାଇ ପାରିବେ ନାହିଁ। ତେଣୁ ପ୍ରଥମେ ଅଧିକ ସମୟ ଏସବୁ ବ୍ୟବହାର ଦ୍ୱାରା ଆପଣଙ୍କ ଠାରେ କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟ ଦେଖାଦେଇପାରେ ସେ ବିଷୟରେ ଚନ୍ତା କରନ୍ତୁ। ନିଜ ଶରୀରର ସୁସ୍ଥତା ଦୃଷ୍ଟିରୁ ପ୍ରତିଦିନ କେତେ ସମୟ ଏବଂ କିପରି ଏସବୁ ଠାରୁ ଦୂରେଇ ରହିବେ ନିସ୍ପତ୍ତି ନିଅନ୍ତୁ। ପ୍ରଥମେ ପ୍ରଥମେ ଏପରି କରିବା କଷ୍ଟ ଲାଗିପାରେ ହେଲେ ଇଛା ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ତେବେ ଏହାକୁ ସହଜ କରିବା ଲାଗି ଆପଣଙ୍କୁ ନର୍ଦ୍ଧାରିତ ସମୟରେ ନିଜ ମୋବାଇଲ୍‌କୁ ସ୍ବିଚ୍‌ ଅଫ୍‌ କିମ୍ବା ସାଇଲେଣ୍ଟ ମୋଡରେ ରଖିପାରିବେ। ଏହା ସହ ବିଭିନ୍ନ ଆପ୍‌ ବିଶେଷ କରି ସୋସିଆଲ୍‌ ସାଇଟ୍‌ ଆପ୍‌ ଗୁଡିକର ନୋଟିଫିକେଶନ୍‌ ଅଫ୍‌ କରିପାରିବେ। ଉକ୍ତ ସମୟରେ ଫୋନ୍‌ କିମ୍ବା ଲାପ୍‌ଟପ୍‌ ଆଦିକୁ ଆଖି ଆଗରେ ନ ରଖି ଅନ୍ୟ ରୁମ୍‌ରେ ରଖିଦେବା ସବୁଠୁ ଭଲ।
ଉପକାର: ଡିଜିଟାଲ୍‌ ଡିଟକ୍ସ ଦ୍ୱାରା ଜଣେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। ସର୍ବପ୍ରଥମେ ଆଖି ଏବଂ ମସ୍ତିଷ୍କକୁ ବିଶ୍ରାମ ମିଳିବ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସିରହିବା ଦ୍ୱାରା ଅଣ୍ଟା, ବେକ ଆଦିରେ ହେଉଥିବା ଯନ୍ତ୍ରଣା ଦୂର ହୋଇପାରିବ। ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ସମୟ ବାହାର କରିପାରିବେ। ଏହି ସମୟରେ ନିଜ ରୁଚି ଏବଂ ଅର୍ନ୍ତନିହିତ ପ୍ରତିଭା ପରିପ୍ରକାଶ କରିପାରିବେ। ଯେପରି କିଛି ଆର୍ଟ, କ୍ରାଫ୍ଟ କରି ପାରିବେ। ଯଦି ଗଳ୍ପ, କବିତା ଆଦି ଲେଖିବା ପସନ୍ଦ ତେବେ କୌଣସି ଇ-ଗ୍ୟାଜେଟ୍‌ ବିନା ନିରୋଳାରେ ବସି ଲେଖିବା ପାଇଁ ଉକ୍ତ ସମୟ ଆପଣଙ୍କ ପାଇଁ ବେଷ୍ଟ। ଫିଟ୍‌ନେସ୍‌ ପାଇଁ ଏହି ସମୟରେ ଯୋଗ ବ୍ୟାୟାମ ଆଦି କରିପାରିବେ।

ଆଖିକୁ ବିଶ୍ରାମ ଦେବା ଜରୁରୀ
ବର୍ତ୍ତମାନ କରୋନା ପାଇଁ ଅଧିକାଂଶ ଯୁବପିଢି ବାହାରକୁ ଯାଉନାହାନ୍ତି। ତେଣୁ ଘରେ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର୍‌ରେ ଦୀର୍ଘ ସମୟ ଅତିବାହିତ କରୁଛନ୍ତି। ହେଲେ ଅପରପକ୍ଷେ ଏହାର ନକାରାତ୍ମକ ପ୍ରଭାବ ସେମାନଙ୍କ ଆଖି ଓ ଦୃଷ୍ଟିଶକ୍ତି ଉପରେ ପଡୁଛି ଏବଂ ବିଭିନ୍ନ ଚକ୍ଷୁ ସମସ୍ୟାର କାରଣ ସାଜୁଛି। ମନୋରଞ୍ଜନ, ପାଠ ପଢା ହେଉ ଅବା ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ଦୀର୍ଘ ସମୟ ମୋବାଇଲ୍‌ ବିଶେଷ କରି କମ୍ପ୍ୟୁଟର ବ୍ୟବହାର କରିବା ଦ୍ୱାରା ଚକ୍ଷୁ ଉପରେ ବିଶେଷ ପ୍ରଭାବ ପଡିଥାଏ। ଫଳରେ ଆଖି ଉପରେ ଚାପ ପଡ଼ିବା ସହ କ୍ଳାନ୍ତ ଲାଗିବା, ମୁଣ୍ଡ ବିନ୍ଧା ହେବା, ଝାପ୍‌ସା ଦେଖାଯିବା, ଆଖି ଶୁଖିଲା ହୋଇଯିବା ବା ଡ୍ରାଏ ଆଇଜ୍‌, ଡିପ୍ଲୋପିଆ ବା ଡ଼ବଲ୍‌ ଭିଜନ୍‌ (ଏକା ଥରକେ ଆଖି ଆଗରେ ଦୁଇଟି ଚିତ୍ର ଦେଖାଯିବା), ଆଖିକୁ ଆରାମ ନ ଲାଗିବା ବା କଷ୍ଟ ହୋଇ ପାଣି ବାହାରିବା ଭଳି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ଏପରି ନ ହେବା ଲାଗି ସେମାନଙ୍କ ଲାଗି ଡିଜିଟାଲ୍‌ ଡିଟକ୍ସ ନିହାତି ଆବଶ୍ୟକ। ତେଣୁ ପ୍ରତିଦିନ କିଛି ସମୟ ବାହାର କରି କମ୍ପ୍ୟୁଟର୍‌, ଟେଲିଭିଜନ ଓ ସେଲ୍‌ ଫୋନ୍‌ର ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ। କେବଳ ଏତିକି ନୁହେଁ ଉକ୍ତ ସମୟରେ ଆଖିର ସୁସ୍ଥତା ଲାଗି ଏହାର ବ୍ୟାୟମ ସହ ଏହାକୁ ଯଥେଷ୍ଟ ବିଶ୍ରାମ ଦିଅନ୍ତୁ।
– ଡା. ସୋନାଲି ଷଡ଼ଙ୍ଗୀ, ଚକ୍ଷୁ ବିଶେଷଜ୍ଞ
ଜେ.ପି.ଏମ୍‌. ରୋଟାରୀ ଆଇ ହସ୍‌ପିଟାଲ୍‌,ସି.ଡି.ଏ, କଟକ
ମେଣ୍ଟାଲ୍‌ ଫିଟ୍‌ନେସ୍‌ ପାଇଁ ଏହା ଭଲ ପଦକ୍ଷେପ
ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟ ଲାଗି ପ୍ରାୟ ସମସ୍ତେ ବିଭିନ୍ନ ଡ଼ିଜିଟାଲ୍‌ ଗ୍ୟାଜେଟ୍ସ ବ୍ୟବହାର କରୁଛନ୍ତି। ସେସବୁ ମଧ୍ୟରୁ ବିଶେଷ କରି ମୋବାଇଲର ବ୍ୟବହାର ସବୁଠୁ ବେଶୀ। କରୋନା ଲାଗି ଅଧିକାଂଶ ଘରେ ରହୁଥିବାରୁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଠାରେ ଏଭଳି ଗ୍ୟାଜେଟ୍‌ର ବ୍ୟବହାର ପୂର୍ବାପେକ୍ଷା ଯଥେଷ୍ଟ ବଢିଛି। ତେବେ ଅନ୍‌ଲାଇନ୍‌ରେ ପାଠପଢା, ସୋସିଆଲ୍‌ ସାଇଟ୍‌ରେ ଆକ୍ଟିଭ୍‌ ରହିବା, ବିଭିନ୍ନ ଭିଡ଼ିଓ ଦେଖିବା ହେଉ କିମ୍ବା ଭିଡ଼ିଓ ଗେମ୍‌ ଖେଳିବା ଲାଗି ଯୁବପିଢି ସବୁଠୁ ଅଧିକ ସମୟ ଏସବୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କାହା କାହା ଠାରେ ଏହାର ବ୍ୟବହାର ଏକ ନିଶା ପାଲଟିଯାଉଛି ଏବଂ ସେମାନେ ନିଜ ଖାଇବା, ପିଇବା, ଶୋଇବା, ପାଠ ପଢା ସହ ପରିବାରକୁ ଅବହେଳା କରିବାରେ ପଛାଉନାହାନ୍ତି। ଏମିତିରେ ଯଦି କୌଣସି ଦିନ ସେମାନଙ୍କୁ ଏଥିରୁ ନିବୃତ୍ତ ରଖାଯାଏ ତେବେ ସେମାନଙ୍କଠାରେ ଚିଡ଼ିଚିଡ଼ା ହେବା, ବିନା କାରଣରେ ରାଗିବା କିମ୍ବା ଏକ୍ଲାପଣ, ଡିପ୍ରେସନ୍‌ ବା ଅବସାଦଗ୍ରସ୍ତ ହେବା ଭଳି ଲକ୍ଷଣ ଦେଖାଯାଉଛି। କେବଳ ଏତିକି ନୁହେଁ ଏହାର ନକାରାତ୍ମକ ପ୍ରଭାବ ସେମାନଙ୍କଠାରେ ବିଭିନ୍ନ ମାନସିକ ସମସ୍ୟାର ସୃଷ୍ଟି କରୁଛି ଏବଂ ଏଥିଯୋଗୁ ଅନେକ ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ବି ଦେଖିବାକୁ ମିଳୁଛି। ତେବେ ଏସବୁର ବ୍ୟବହାର ତ ସମ୍ପୂର୍ଣ୍ଣ ବନ୍ଦ କରିଦେବା ସମ୍ଭବ ନୁହେଁ, ତେଣୁ ମେଣ୍ଟାଲ ଫିଟ୍‌ନେସ୍‌ ଲାଗି ସମସ୍ତଙ୍କୁ ବିଶେଷ କରି ଯୁବପିଢିଙ୍କୁ ଡିଜିଟାଲ୍‌ ଡିଟକ୍ସ ଆପଣେଇବା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ। ଯାହାଦ୍ୱାରା କିଛି ସମୟ ମସ୍ତିଷ୍କ ଏହି ଡିଜିଟାଲ୍‌ ଦୁନିଆରୁ ଦୂରେଇ ରହିବା ଦ୍ୱାରା ମାନସିକ ସ୍ତରରେ ଏକ ସକରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ଏହି ସମୟରେ ସେମାନେ ପରିବାର ସହିତ ସମୟ ବିତାଇପାରିବେ, ମାନସିକ ଚାପମୁକ୍ତ ରହି ନିଜ ଭିତରେ ଥିବା ରୁଚିକୁ ଏକ କଳାତ୍ମକ ରୂପ ଦେଇପାରିବେ। ଡିଜିଟାଲ୍‌ ଦୁନିଆରୁ ବାହାରି ବାସ୍ତବ ଦୁନିଆରେ ସମୟ ବିତାଇବା ଦ୍ୱାରା ସେମାନଙ୍କ ଠାରେ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧିହେବ।
– ଡା. ସଙ୍ଗୀତା ରଥ, ମନ୍‌ସ୍ତତ୍ତ୍ୱବିତ

– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri