ପୁଣି ଫେରିପାରେ ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୩।୭: ଚାଇନା ସେନା ଆକ୍ରମଣ ଫଳରେ ଭାରତ ସରକାର ଟିକ୍‌ଟକ୍‌ ସହ ଚାଇନାର ୫୯ ଆପ୍ଲିକେଶନକୁ ଭାରତ ବଜାରରୁ ବ୍ୟାନ୍‌ କରି ଦେଇଛନ୍ତି। ଏହା ଦ୍ୱାରା କମ୍ପାନୀ ଗଭୀର କ୍ଷତି ସହୁଛି। ବିଶ୍ୱର ପ୍ରମୁଖ ବଜାରଗୁଡିକ ମଧ୍ୟରେ ଭାରତ ବଜାର କମ୍ପାନୀ ଲାଗି ଭଲ ରାଜସ୍ବ ପ୍ରଦାନ କରୁଥିଲା। ହେଲେ ଚାଇନା ସେନାର ଏଭଳି କାର୍ଯ୍ୟ ଦ୍ୱାରା ବାଇଟଡାନ୍ସ ଦ୍ୱାରା ସ୍ଥାପନା ହୋଇଥିବା ଟିକଟକ ଆପ୍‌ ଗଭୀର କ୍ଷତି ସହୁଛି। ରୟଟର୍ସର ଏକ ରିପୋର୍ଟ ମୁତାବକ ଚାଇନା ପାଇଁ ଟିକ୍‌ଟକ୍‌କୁ କ୍ଷତି ସହିବାକୁ ପଡିଥିବାରୁ ଏହା ପରିବର୍ତ୍ତିତ କୌଶଳ ସହ ଆସିପାରେ। ଏହା ଚାଇନା ପରେ ଆମେରିକା ଢଙ୍ଗରେ କାରବାରକୁ ଓହ୍ଲାଇପାରେ ବୋଲି ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଆମେରିକା ମଧ୍ୟ ଏହି ମୋବାଇଲ ଆପ୍‌ ଉପରେ କଟକଣା ଲଗାଇ ପାରେ ବୋଲି ଶୁଣାଯାଉଛି। ଟିକ୍‌ଟକ୍‌ ବ୍ୟବହାର ନ କରିବାକୁ ଆମାଜନ୍‌ ଏହାର କର୍ମଚାରୀଙ୍କୁ ବାରଣ କରିଥିବା ଖବର ଆସିଛି। ବଜାରର ଏଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ଟିକ୍‌ଟକ୍‌ ଚାଇନା ସହ ଏହାର ସମ୍ପର୍କ ଛିନ୍ନ କରିବା ସହ ବିକଳ୍ପ ପନ୍ଥା ଆପଣାଇବାକୁ ଯୋଜନା କରୁଛି। କମ୍ପାନୀ ଏହାର କର୍ପୋରେଟ ଢାଞ୍ଚାରେ ମଧ୍ୟ ପୁନର୍ଗଠନ କରିପାରେ। ଏହାର ମୁଖ୍ୟ କାର୍ଯ୍ୟାଳୟକୁ କମ୍ପାନୀ ନୂଆ ସ୍ଥାନକୁ ମଧ୍ୟ ନେଇପାରେ ବୋଲି ଶୁଣାଯାଉଛି। ଲଣ୍ଡନ, ଲସ୍‌ଆଞ୍ଜେଲସ୍‌,ନ୍ୟୁୟର୍କ,ଡବ୍‌ଲିନ ଏବଂ ମୁମ୍ବାଇ ଭଳି ସ୍ଥାନରେ କମ୍ପାନୀର କାର୍ଯ୍ୟାଳୟ ରହିଛି। ଏଭଳି ସ୍ଥାନଗୁଡିକରୁ କୌଣସି ଏକ ସ୍ଥାନରେ କମ୍ପାନୀ ନିଜର ନୂଆ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିପାରେ। କମ୍ପାନୀ ନୂଆ ସିଇଓ ଭାବେ କେଭିନ ମେୟରଙ୍କୁ ନିଯୁକ୍ତ କରିଛି। ଚାଇନାରେ ଟିକଟିକର ସର୍ଭରଗୁଡିକ ରହିଛି। ଏହାବାଦ ଆମେରିକାରେ ମଧ୍ୟ କିଛି ସର୍ଭର ରହିଛି। କମ୍ପାନୀର ନୂଆ ଢାଞ୍ଚାରେ ମେୟରଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri