ପୁଣି ଫେରିପାରେ ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୩।୭: ଚାଇନା ସେନା ଆକ୍ରମଣ ଫଳରେ ଭାରତ ସରକାର ଟିକ୍‌ଟକ୍‌ ସହ ଚାଇନାର ୫୯ ଆପ୍ଲିକେଶନକୁ ଭାରତ ବଜାରରୁ ବ୍ୟାନ୍‌ କରି ଦେଇଛନ୍ତି। ଏହା ଦ୍ୱାରା କମ୍ପାନୀ ଗଭୀର କ୍ଷତି ସହୁଛି। ବିଶ୍ୱର ପ୍ରମୁଖ ବଜାରଗୁଡିକ ମଧ୍ୟରେ ଭାରତ ବଜାର କମ୍ପାନୀ ଲାଗି ଭଲ ରାଜସ୍ବ ପ୍ରଦାନ କରୁଥିଲା। ହେଲେ ଚାଇନା ସେନାର ଏଭଳି କାର୍ଯ୍ୟ ଦ୍ୱାରା ବାଇଟଡାନ୍ସ ଦ୍ୱାରା ସ୍ଥାପନା ହୋଇଥିବା ଟିକଟକ ଆପ୍‌ ଗଭୀର କ୍ଷତି ସହୁଛି। ରୟଟର୍ସର ଏକ ରିପୋର୍ଟ ମୁତାବକ ଚାଇନା ପାଇଁ ଟିକ୍‌ଟକ୍‌କୁ କ୍ଷତି ସହିବାକୁ ପଡିଥିବାରୁ ଏହା ପରିବର୍ତ୍ତିତ କୌଶଳ ସହ ଆସିପାରେ। ଏହା ଚାଇନା ପରେ ଆମେରିକା ଢଙ୍ଗରେ କାରବାରକୁ ଓହ୍ଲାଇପାରେ ବୋଲି ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଆମେରିକା ମଧ୍ୟ ଏହି ମୋବାଇଲ ଆପ୍‌ ଉପରେ କଟକଣା ଲଗାଇ ପାରେ ବୋଲି ଶୁଣାଯାଉଛି। ଟିକ୍‌ଟକ୍‌ ବ୍ୟବହାର ନ କରିବାକୁ ଆମାଜନ୍‌ ଏହାର କର୍ମଚାରୀଙ୍କୁ ବାରଣ କରିଥିବା ଖବର ଆସିଛି। ବଜାରର ଏଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ଟିକ୍‌ଟକ୍‌ ଚାଇନା ସହ ଏହାର ସମ୍ପର୍କ ଛିନ୍ନ କରିବା ସହ ବିକଳ୍ପ ପନ୍ଥା ଆପଣାଇବାକୁ ଯୋଜନା କରୁଛି। କମ୍ପାନୀ ଏହାର କର୍ପୋରେଟ ଢାଞ୍ଚାରେ ମଧ୍ୟ ପୁନର୍ଗଠନ କରିପାରେ। ଏହାର ମୁଖ୍ୟ କାର୍ଯ୍ୟାଳୟକୁ କମ୍ପାନୀ ନୂଆ ସ୍ଥାନକୁ ମଧ୍ୟ ନେଇପାରେ ବୋଲି ଶୁଣାଯାଉଛି। ଲଣ୍ଡନ, ଲସ୍‌ଆଞ୍ଜେଲସ୍‌,ନ୍ୟୁୟର୍କ,ଡବ୍‌ଲିନ ଏବଂ ମୁମ୍ବାଇ ଭଳି ସ୍ଥାନରେ କମ୍ପାନୀର କାର୍ଯ୍ୟାଳୟ ରହିଛି। ଏଭଳି ସ୍ଥାନଗୁଡିକରୁ କୌଣସି ଏକ ସ୍ଥାନରେ କମ୍ପାନୀ ନିଜର ନୂଆ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିପାରେ। କମ୍ପାନୀ ନୂଆ ସିଇଓ ଭାବେ କେଭିନ ମେୟରଙ୍କୁ ନିଯୁକ୍ତ କରିଛି। ଚାଇନାରେ ଟିକଟିକର ସର୍ଭରଗୁଡିକ ରହିଛି। ଏହାବାଦ ଆମେରିକାରେ ମଧ୍ୟ କିଛି ସର୍ଭର ରହିଛି। କମ୍ପାନୀର ନୂଆ ଢାଞ୍ଚାରେ ମେୟରଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri