ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ):ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ଅମଲିପାଲିସ୍ଥିତ ସଭାସ୍ଥଳ ବ୍ୟତୀତ ଝାରସୁଗୁଡା ସହର ପୋଲିସର କଡା ସୁରକ୍ଷା ମଧ୍ୟରେ ରହିଛି। ଝାରସୁଗୁଡା ସହରର ପ୍ରତ୍ୟେକ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ସହିତ ପ୍ରତି ୧୫ରୁ ୨୦ ମିଟର ମଧ୍ୟରେ ପୋଲିସର ଛାଉଣୀ ରହିଥିବାବେଳେ ସଭାସ୍ଥଳକୁ ଆସୁଥିବା ଯୁବକ ଏବଂ ଜନସାଧାରଣ ପୋଲିସଙ୍କୁ ଅଟକାଇବାରୁ ସଭାସ୍ଥଳକୁ ତୁରନ୍ତ ଛାଡିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।