ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା ହେଉଛି।
ଏନେଇ ଲଙ୍କା ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ବନବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷେ ବନ ବିଭାଗ ଲଙ୍କା ଗ୍ରାମ ସହିତ ଆଖପାଖ ଗ୍ରାମରେ ଲୋକଙ୍କୁ ସଚେତନ କରିବା ସହିତ ଭୟଭୀତ ନ ହେବା ପାଇଁ କହିବା ସହ ସତର୍କତା ରହିବାକୁ ପରାମର୍ଶ ଦେଇଛନ୍ତି। ରାତି ହୋଇଯିବାରୁ ବହୁ ଖୋଜାଖୋଜି ପରେ ମଧ୍ୟ ବାଘର କୌଣସି ସୁରାକ ମିଳିପାରି ନାହିଁ। ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।