କାମାକ୍ଷାନଗର,୨୧।୧୦: ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ପୁଣି ଥରେ ବାଘ ଆତଙ୍କ ଦେଖାଦେଇଛି। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍ ଅଧୀନ ଖଟଖୁରା ଗାଁର ଧାନ ବିଲରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି।
କିଛି ଦିନ ତଳେ ବାଘଟି କଣ୍ଟାରିପାଟ ଜଙ୍ଗଲରେ ଏକ ଷଣ୍ଢକୁ ଆକ୍ରମଣ କରି ମାରିଦେଇଥିଲା। ଚାଷୀମାନେ ଧାନ ଅମଳ ସମୟରେ ବାଘ ଭୟରେ ବିଲକୁ ଯିବାକୁ ଡରୁଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ଗାଁର ଲୋକେ ଭୟଭୀତ ହୋଇ ରହିଛନ୍ତି। ଅଞ୍ଚଳବାସୀ ତୁରନ୍ତ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଘଉଡ଼ାଇବାକୁ ଦାବି କରିଛନ୍ତି।