ନୂଆପଡ଼ାରେ ପୁଣି ବାଘ ଆତଙ୍କ: ୪ ଛେଳି ମାରିଖାଇଲା

ନୂଆପଡ଼ା,୨୫।୧ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ସେକ୍ସନ ଚୂଳାଭାଟ ପଞ୍ଚାୟତ ଭାଲୁପାଣି ଗାଁର ପିତ ମାଝିଙ୍କ ଗୁହାଳରେ ପଶି ୪ ଛେଳିକୁ ମାରି ଖାଇଛି। ସୂଚନା ଅନୁସାରେ ପିତ ପାଳିଥିବା ଛେଳିଗୁଡିକୁ ଜଙ୍ଗଲରୁ ଚରାଇ ଆଣି ସନ୍ଧ୍ୟାରେ ଗୁହାଳରେ ବାନ୍ଧି ରଖିଥିଲେ। ରାତିରେ ପରିବାର ଲୋକେ ଖାଇ ଶୋଇ ପଡିବା ପରେ ପ୍ରାୟ ୧୨ଟା ସମୟରେ ନିକଟସ୍ଥ ରାଣୀମାଈ ଜଙ୍ଗଲରୁ ଏକ କଲରାପତରିଆ ବାଘ ଆସି ଗୁହାଳରେ ପଶିଥିଲା। ଏହି ସମୟରେ ଛେଳିଗୁଡିକ ଚିତ୍କାର କରିବାରୁ ପରିବାର ଲୋକେ ଉଠି ଗୁହାଳରେ ୪ ଛେଳିକୁ ବାଘ ମାରିଥିବା ଦେଖିଥିଲେ। ବାଘ ମାରିଥିବା ଛେଳି ମଧ୍ୟରୁ ୨ଟି ଗୁହାଳ ଭିତରେ ପଡିଥିବା ବେଳେ ଗୋଟିଏ ବାହାରେ ପଡିଥିଲା। ଅନ୍ୟ ଏକ ଛେଳିକୁ ଜଙ୍ଗଲ ଭିତରକୁ ଟାଣି ନେଇ ଖାଇଥିବା ଦେଖାଯାଇଥିଲା। ରାତିରେ ପରିବାର ଲୋକ ସମେତ ଗାଁ ଲୋକେ ଜଙ୍ଗଲକୁ ଟେକି ନେଇଥିବା ଛେଳିକୁ ଖୋଜିବା ପାଇଁ ଯାଇଥିବା ସମୟରେ ଗୋଟିଏ ବାଘକୁ ଦେଖିଥିଲେ। ସେମାନଙ୍କ କହିବା କଥା ଗୋଟିଏ ନୁହେଁ ଦୁଇଟି ବାଘ ଅଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ଜଙ୍ଗଲ ତଳି ଗାଁକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଛନ୍ତି। କୌଣସି ଜରୁରୀ କାମ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଗଲେ ଦଳବଦ୍ଧ ହୋଇ ହାତରେ ଠେଙ୍ଗାବାଡି ଧରି ଯାଆନ୍ତୁ ବୋଲି ଲୋକଙ୍କୁ ବୁଝାଉଛନ୍ତି ା ଧରମବନ୍ଧା ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀ ଭାଲୁପାଣି ଗାଁକୁ ଯାଇ ବାଘ ଖାଇଥିବା ମୃତ ଛେଳିଙ୍କ ବ୍ୟବଚ୍ଛେଦ କରି ମାଟିରେ ପୋତି ଦେଇଛନ୍ତି। ପିତ ଛେଳିମେଣ୍ଢା ପାଳି ପରିବାର ଚଳାଉଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

ପେଟ୍ରୋଲ, ଗ୍ୟାସକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଲେ…

ନୂଆଦିଲ୍ଲୀ,୧୩।୩: ଏଣିକି ପେଟ୍ରେଲ୍‌ ଏବଂ ଗ୍ୟାସ କଳାବଜାର କରୁଥିଲେ ହୋଇଯାନ୍ତୁ ସାବଧାନ। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି,ପେଟ୍ରୋଲିୟମ…

ଚପଲ ଭିତରେ ଛକିଥିଲା ସାପ, ମାରିଲା ଚୋଟ: ପରୀକ୍ଷାର ଶେଷ ଦିନରେ ଘଟିଗଲା..

ପୁରୁଷୋତ୍ତମପୁର,୧୩।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶୋଳଘର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛତ। ଶୁକ୍ରବାର ସାପ କାମୁଡି ଜଣେ ଚତୁର୍ଥ ଶ୍ରେଣୀ…

ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା? ସାଟେଲାଇଟରୁ ଆସିଲା ସାଂଘାତିକ ଫଟୋ…

ବେଜିଂ,୧୩।୩: ଚାଇନା ଏବେ ଏସିଆରେ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହି ସୂଚନା ପୂର୍ୱ ଚୀନ ସାଗରର ଏକ ସାଟେଲାଇଟ ଚିତ୍ରରୁ ଆସିଛି। ଏହି…

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

ଦଣ୍ଡଯାତ୍ରାରୁ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ପ୍ରତାରଣା କରି ବନ୍ଧାହେଲେ ପ୍ରେମିକ

ବ୍ରହ୍ମପୁର,୧୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ପ୍ରେମ କରି ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ…

କାହିଁକି ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲା କାବ୍ୟା ମାରାନଙ୍କ ଦଳ? SRH କୋଚ ନିଜେ ପ୍ରକାଶ କଲେ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ,୧୩।୩: ଦି ହଣ୍ଡ୍ରେଡ ଲିଗ ନିଲାମରେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଉପରେ ନଜର ରଖାଯାଇଛି। ସନରାଇଜର୍ସ ଲିଡ୍ସ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri