ବାଘ ଛାଲ ଜବତ ଘଟଣା: ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ, ୨ ବାଘ ଦାନ୍ତ ଜବତ

ମୋହନା,୨।୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଗିରଫମାନେ ହେଲେ ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଗୋଛାଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ l ସେମାନଙ୍କ ଠାରୁ ୨ ଟି ବାଘ ଦାନ୍ତ, ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି ବନ ବିଭାଗ।

ଗତ କିଛି ଦିନ ତଳେ ଗଞ୍ଜାମ ଜିଲା ଭଞ୍ଜନଗର ବନ ବିଭାଗ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା l ଏହି ଘଟଣାର ତଦନ୍ତ କରି ଗିରଫ ହୋଇଥିବା ଚିତ୍ରଙ୍କ ପୁଅ ସହଦେ ଓ ତାଙ୍କ ସହଯୋଗୀ ଲୁଲୁଙ୍କୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ ସୂଚନା ଦେଇଛନ୍ତି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ, ଅଭିଯୁକ୍ତମାନେ ଗୋଛାଗୁଡା ଗାଁ ନିକଟରୁ କଲରା ପତରିଆ ବାଘ ଶିକାର କରି ଭଞ୍ଜନଗର ଅଞ୍ଚଳରେ ଛାଲ ଓ ଦାନ୍ତ ବିକ୍ରି କରୁଥିଲେ l ତେବେ ଗତ କିଛି ଦିନ ତଳେ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା ଭଞ୍ଜନଗର ବନ ବିଭାଗ l ଏହି ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଥିଲା ଭଞ୍ଜନଗର ବନ ବିଭାଗ l

ତେବେ ଗିରଫ ଚିତ୍ରଙ୍କ ସୂଚନା ଆଧାରରେ ସୋମବାର ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ, ଭଞ୍ଜନଗର ଏସିଏଫ ବିମଳ ପ୍ରଧାନ ଙ୍କ ନେତୃତ୍ୱରେ ଗୋଛାଗୁଡା ଗାଁରେ ଚଢ଼ାଉ କରିଥିଲା ବନ ବିଭାଗ l ଚଢ଼ାଉ ପରେ ଚିତ୍ର ମଲିକ ଙ୍କ ପୁଅ ସହଦେ ଙ୍କ ଘରୁ ୨ ଟି ବାଘଦlନ୍ତ, ଗୋଟିଏ ଧନୁ ତୀର ଓ ୪ ଟି ଫାଶ ଜବତ କରିଥିଲେ l ଏଥିସହ ସହଦେ ଓ ତାଙ୍କ ସହଯୋଗୀ ଲୁଲୁ ଙ୍କୁ ଗିରଫ କରାଯାଇଛି ବୋଲି ପାରଳାଖେମୁଣ୍ଡି ଏସିଏଫ କହିଛନ୍ତି l
ଗିରଫ ଅଭିଯୁକ୍ତମାନଙ୍କୁ ଭଞ୍ଜନଗର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି l ଏହି ଚଢ଼ାଉ ରେ ପାରଳାଖେମୁଣ୍ଡି ଏସିଏଫ, ଭଞ୍ଜନଗର ଏସିଏଫ, ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁରୁ,ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥୀ, ପୋଡାମାରି ବନପାଳ ସୁନୀଲ ମଣ୍ଡଳ, ଭଞ୍ଜନଗର ବନପାଳ ଅନୁପ ବିଷୋୟୀ, ବନରଖି ଜୀବନ ତ୍ରିପାଠୀ, ସୁଶାନ୍ତ ଶେଖର ମିଶ୍ର, କ୍ଷେତ୍ରବାସୀ ମହାଙ୍କୁଡ, ବସନ୍ତ ସାହୁ ଓ ବନ୍ଧ୍ୟା ଗମାଙ୍ଗଙ୍କ ସମେତ ବନ କର୍ମଚାରୀ ସାମିଲ ଥିଲେ l

 


Enter your email to get our daily news in your inbox.

All Right Reserved By Dharitri.Com

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଆମେରିକା-ଇସ୍ରାଏଲ ପରେ ଏସବୁ ଦେଶକୁ ଧମକ ଦେଲା ଇରାନ, ବିଶ୍ୱରେ ଚହଳ…

ତେହରାନ,୨୦।୩: ଇରାନ ବ୍ରିଟେନକୁ ଏକ କଠୋର ଚେତାବନୀ ଦେଇଛି। ଏହା କହିଛି ଯେ ଯଦି ବ୍ରିଟେନ ଆମେରିକାକୁ ତାର ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦିଏ,…

ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଭାଜପା ନେତା ଆଲୋକଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଦଳ ଆସ୍ଥା ପ୍ରକଟ କରି..

ହାଟଡିହୀ,୨୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠୀଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ୱ ମିଳିଛି।ରାଜନୀତି ମଇଦାନରେ ଦଳର ଜଣେ ଦକ୍ଷ…

‘ତୁମର ସ୍ବାମୀ ମରିଯିବ…’, ଏମିତି କହି ତିନି ବର୍ଷ ଧରି ମହିଳାଙ୍କୁ ବଳାତ୍କାର କଲେ ‘କ୍ୟାପ୍ଟେନ’, ପେନ ଡ୍ରାଇଭରେ ମିଳିଲା ୫୮ଟି ଭିଡିଓ

ନାସିକ,୨୦।୩: ମହାରାଷ୍ଟ୍ରର ନାସିକରେ, ପୋଲିସ ଗୁରୁବାର ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ଅଶୋକ କୁମାର ଖରାଟଙ୍କୁ ଗିରଫ କରିଛି। ଅଶୋକଙ୍କ ବିରୋଧରେ ତିନି ବର୍ଷରୁ ଅଧିକ ସମୟ…

ବଢିଲା ଯୁଦ୍ଧ ଭୟ! ଆମେରିକାକୁ ଆଖି ଦେଖାଇଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୦।୩: ଇରାନ, ବର୍ତ୍ତମାନ ମୁସଲିମ ବିଶ୍ୱରେ ବିଚ୍ଛିନ୍ନ ହୋଇଯାଇଥିବା ବେଳେ, ଶ୍ରୀଲଙ୍କାରୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସଂସଦକୁ ସୂଚନା ଦେଇଛନ୍ତି…

ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ରାଜ୍ୟସ୍ତରୀୟ ପ୍ରଥମ ପୁରସ୍କାର, ଉତ୍କୃଷ୍ଟତା ପ୍ରମାଣ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ର ପୁନର୍ବାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛନ୍ତି। ଇତିମଧ୍ୟରେ ଭାରତ ସରକାରଙ୍କ…

ଦ୍ୱୈତ ସଦସ୍ୟତାକୁ ନେଇ ସଙ୍କଟ: ନୀତୀଶ-ନୀତିନଙ୍କୁ ୧୦ ଦିନ ମଧ୍ୟରେ ନେବାକୁ ପଡିବ ନିଷ୍ପତ୍ତି – ନଚେତ ଯାଇପାରେ ରାଜ୍ୟ ସଭା ଆସନ

ନୂଆଦିଲ୍ଲୀ,୨୦।୩: ପୁଣିଥରେ ବିହାର ରାଜନୀତିରେ ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ଉତ୍ତେଜନା ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା ନୀତିନ ନବୀନଙ୍କ ରାଜ୍ୟ ସଭା…

ଗଞ୍ଜାମରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛ। ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର…

ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ପାଳିଲେ ପଖାଳ ଦିବସ: ଧାନବିକ୍ରି ଦାବି ନେଇ…

ବରଗଡ଼,୨୦ା୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri