ସକାଳୁ ସକାଳୁ ଗାଁରେ ପଡ଼ିଛି ବାଘର ପାଦଚିହ୍ନ, ଆତଙ୍କରେ ଗ୍ରାମବାସୀ, ଭୟଭୀତ ନ ହେବାକୁ…

ଛତ୍ରପୁର,୩୦ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ବାଘ ଆତଙ୍କ। ଗୁରୁବାର ସକାଳୁ ସକାଳୁ ଗ୍ରାମର କିଛି ବ୍ୟକ୍ତି ମନ୍ଦିରକୁ ଯିବା ସମୟରେ ରାସ୍ତାରେ ଏକ ୨ ଫୁଟର ବାଘ ଡେଇଁ ଯାଉଥିବା ଦେଖିବାକୁ ପାଇ ଗାଁ ଲୋକଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ଅଧିକାରୀ ବାବୁ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l ଘଟଣାସ୍ଥଳରୁ ପାଦଚି଼ହ୍ନ ଏବଂ ଚୁଟି ଆଦି ସଂଗ୍ରହ କରାଯାଇଛି। ଅଧିକ ତଦନ୍ତ ପରେ ବାଘ କି ଆଉ କିଛି ଜଣାପଡ଼ିବ ବୋଲି ବନ ଅଧିକାରୀ ବାବୁ ସେଠୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଗ୍ରାମରେ ବାଘର ଆତଙ୍କ ଲାଗି ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ବାଘ ଏଠାକୁ ଆସି ଗ୍ରାମରେ ଦୁଇ ଦିନ ତଳେ ଛେଳି, କୁକୁଡ଼ା ଆଦି ଖାଇଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଦୁଇ ଦିନ ତଳେ ମଧ୍ୟ ଲୋକେ ଦେଖିଥିବା କହିଥିଲେ। ଗ୍ରାମବାସ ଭୟଭୀତ ନ ହେବା ପାଇଁ ବନବିଭାଗ ପକ୍ଷରୁ କୁହାଯାଇଛି। ତାହା ବାଘର ପାଦଚିହ୍ନ ନା ଅନ୍ୟ କାହାର ସେ ନେଇ ତଦନ୍ତ କରୁଛି ବନବିଭାଗ।

Dharitri – Odisha’s No.1 Odia Daily

 

Share