ଗାଁରେ ପଡ଼ିଛି ବାଘ ପାଦଚିହ୍ନ, ଗ୍ରାମବାସୀ ଆତଙ୍କିତ

ଆନନ୍ଦପୁର,୫ା୧୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବନଖଣ୍ଡ ଅଧୀନ ଷଡ଼ଙ୍ଗୀ ଗ୍ରାମରେ ବାଘ ପାଦଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁ ଲୋକେ।
ସେପଟେ ବାଘର ପାଦଚିହ୍ନ ସ୍ପଷ୍ଟ ହେବା ପରେ ତୀକ୍ଷ୍ଣ ନଜର ରଖିଛି ବନ ବିଭାଗ। ଗାଁର ଜଣେ ଯୁବକ ମଙ୍ଗଳବାର ବିଳମ୍ବିତ ରାତିରେ ବାଘକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ବନବିଭାଗକୁ ସଙ୍ଗେ ସଙ୍ଗେ ଖବର ଦେଇଥିଲେ। ଖବର ପାଇ ଆନନ୍ଦପୁର ବନବିଭାଗ ଗାଁରେ ପହଞ୍ଚି ଚାଷଜମିରେ ପଡ଼ିଥିବା ପାଦଚିହ୍ନ ବାଘର ବୋଲି ସ୍ପଷ୍ଟ କରିଛନ୍ତି। ଆନନ୍ଦପୁରରେ ବାଘର ସ୍ଥିତି ବନବିଭାଗ ଜାହିର କରିବା ପରେ ଜଙ୍ଗଲ ନିକଟସ୍ଥ ଗାଁଲୋକେ ଭୟଭୀତ ହୋଇଛନ୍ତି। ଗତକାଲିଠାରୁ ବାଘକୁ ସନ୍ତୋଷପୁରୁ ବିଟ୍‌ ଅଞ୍ଚଳରେ ଦେଖିବାକୁ ମିଳିଥିବାବେଳେ ତା’ର ପାଦଚିହ୍ନକୁ ଅନୁସରଣ କରି ବନଭିଭାଗ କର୍ମଚାରୀ ହଦଗଡ଼ ଜଙ୍ଗଲ ଆଡ଼କୁ ଟ୍ରାପ୍‌ କରି ନିଆଯାଉଥିବା ଆନନ୍ଦପୁର ରେଞ୍ଜର ନବ ନାଏକ ସ୍ପଷ୍ଟ କରିଛନ୍ତି।

Dharitri – Odisha’s No.1 Trusted Odia Daily

Share