ଘୁମୁସର ବନଖଣ୍ଡରେ ୭ ପର୍ଯ୍ୟନ୍ତ ବାଘ ଗଣନା: ବାଘର ପାଦ ଚିହ୍ନ…

ଭଞ୍ଜନଗର,୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ, ଘୁମୁସର ଦକ୍ଷିଣ ବନଖଣ୍ଡ, ବଉଦ, ବ୍ରହ୍ମପୁର ଓ ବାଲିଗୁଡା ବନଖଣ୍ଡରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଏହା ୬ ଦିନ ବ୍ୟାପି ଚାଲି ୭ ତାରିଖରେ ସରିବ। ଏହାପରେ ଯେଉଁ ଅଞ୍ଚଳରେ ବାଘ ଥିବା କିଛିଟା ପ୍ରମାଣ ମିଳିବ ସେଠୀ ଟ୍ରାପ କ୍ୟାମେରା ଏକ ମାସ ପର୍ଯ୍ୟନ୍ତ ଲାଗିବ। ଏହାପରେ ଚୁଡାନ୍ତ ରିପୋର୍ଟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ବର୍ତ୍ତମାନ ଚାଲିଥିବା ଗଣନା ସମୟରେ କର୍ମଚାରୀ ମାନେ ପ୍ରଥମ ତିନିଦିନ ୫ କିମି ପର୍ଯ୍ୟନ୍ତ ଚାଲି ଚାଲି ସର୍ଭେ କରିବେ। ଏହାପରେ ୩ ଦିନ ବାଘର ପାଦ ଚିହ୍ନ, ମଳ ସମେତ ଅନ୍ୟାନ୍ୟ ପ୍ରମାଣ ଯୋଗାଡ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି ସମୟରେ ହାତୀ, ଗୟଳ ସମେତ ଅନ୍ୟାନ୍ୟ ପ୍ରାଣୀ ମଧ୍ୟ ଗଣତି କରାଯିବ। ଯେଉଁ ଅଞ୍ଚଳରେ ଉକ୍ତ ପ୍ରାଣୀ ମାନେ ରହୁଛନ୍ତି। ସେଠି କେଉଁ ସବୁ ଗଛ ଅଛି ତାହାର ମଧ୍ୟ ରିପୋର୍ଟ ପ୍ରସ୍ତୁତ କରାଯିବ ଏହି ସମୟ ମଧ୍ୟରେ। ଦୈନନ୍ଦିନର ରିପୋର୍ଟ ଅନଲାଇନ ମାଧ୍ୟମରେ ପୋର୍ଟାଲରେ ଅପଲୋଡ଼ ହେବ। ପୋର୍ଟାଲରେ ତ୍ରୁଟି ଯୋଗୁ ଉପରୋକ୍ତ ବନଖଣ୍ଡ ଗୁଡିକ ବିଳମ୍ବରେ ବାଘ ଗଣନା କରୁଛନ୍ତି। ପୁର୍ବରୁ ବ୍ରହ୍ମପୁର ଆର୍‌ସିସିଏଫ ଅଧିନରେ ଥିବା ଫୁଲବାଣୀ ଓ ପାରଳାଖେମୁଣ୍ଡି ବନଖଣ୍ଡରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ନଭେମ୍ବର ମାସ ୧୫ ରୁ ୨୧ ତାରିଖ ମଧ୍ୟରେ ହୋଇଥିଲା । ବଳକା ବନଖଣ୍ଡ ଗୁଡ଼ିକରେ ପୋର୍ଟାଲ ରେ ତ୍ରୁଟି ଯୋଗୁ ତାହାକୁ ସଜଡ଼ା ଯିବା ପରେ ଗତକାଲିଠାରୁ ଗଣନା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ପ୍ରତି ୪ ବର୍ଷକୁ ଥରେ ଦେଶରେ ବାଘ ଗଣନା ହେଉଛି। ତେଣୁ ଇତିମଧ୍ୟରେ ଚଳିତ ବର୍ଷ ଦେଶରେ ବାଘ ଗଣନା ପ୍ରକ୍ରିୟା ଚାଲିଛି। ଏହିଭଳି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ବନଖଣ୍ଡରେ ବାଘ ଗଣନା ପ୍ରକ୍ରିୟା ନଭେମ୍ବର ମାସ ୧୫ ରୁ ୨୧ ତାରିଖ ମଧ୍ୟରେ କରିବାର ଥିଲା। କିନ୍ତୁ ପୋର୍ଟାଲରେ ତ୍ରୁଟି ଯୋଗୁ ତାହାକୁ କେତେକ ବନଖଣ୍ଡରେ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ତାହା ଆରମ୍ଭ ହୋଇଛି। ଗଣତି ପୂର୍ବରୁ ନଭେମ୍ବର ମାସରେ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। କର୍ମଚାରୀମାନେ ବାଘ ଗଣନା ସମୟରେ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଇବେ। ପଗମାର୍କ ଓ ମଳ ବିଶ୍ଲେଷଣ କରିବେ। ଏଥିସହ ଜିନେଟିକ ଅନୁଶୀଳନ ଓ ସାଟେଲାଇଟ ଡାଟା ମ୍ୟାପିଂ ମଧ୍ୟ ହେବ। ବାଘ ଗଣନାର ମୂଳ ଲକ୍ଷ୍ୟ ହେଲା ଭାରତରେ ବାଘମାନଙ୍କ ନିକଟ ଆନୁମାନିକ ସଂଖ୍ୟା ଜାଣିବା । ବାଘମାନଙ୍କ ବାସସ୍ଥଳୀ ଅବସ୍ଥା ଅନୁଶୀଳନ କରିବା। ଏହାପରେ ସରକାର ଦେଶରେ ବାଘ ସଂରକ୍ଷଣ ପାଇଁ ଯୋଗ୍ୟ ନୀତି ଓ ପଦକ୍ଷେପ ଗ୍ରହଣ କରିବେ। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ୱରେ କର୍ମଚାରୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନେଇ ଏସିଏଫ ବିବେକ ଦାସ, ବିମଳ ପ୍ରସାଦ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ, ପୃଥିବୀରାଜ ପ୍ରଧାନଙ୍କ ନେତୃତ୍ୱରେ ୭୪ଟି ଟିମ ଗଠନ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?