ଗାଈକୁ ଆକ୍ରମଣ କଲା ବାଘ

ଘଟଗାଁ,୧୧।୪(ଡି.ଏନ.ଏ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଚରିବାକୁ ଯାଇଥିବା ଏକ ଗାଈକୁ ବାଘ ଆକ୍ରମଣ କରି କ୍ଷତାକ୍ତ କରିଛି। ଖବରପାଇ ରେଞ୍ଜ ଅଫିସର ପହଞ୍ଚତ୍ ଗାଈର ଚିକିତ୍ସା ବ୍ୟବସ୍ଥା କରିବା ସହ ତଦନ୍ତ କରୁଥିବା କହିଛନ୍ତି।
ସୂଚନା ଅନୁଯାୟୀ, ୨୦ନଂ. ଜାତୀୟ ରାଜପଥକୁ ଲାଗିଥିବା ଉପରଡ଼ିହା ଗ୍ରାମ ଅନ୍ତର୍ଗତ ବନ୍ଧସାହିର ଶିରପାଣୀ ଲିଆଙ୍ଗିଙ୍କ ଗାଈ ସୋମବାର ଜଙ୍ଗଲକୁ ଚରିବାକୁ ଯାଇଥିଲା। ସନ୍ଧ୍ୟାରେ ଗୁରୁତର ହୋଇ ଘରକୁ ଫେରିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବାଘ ଆକ୍ରମଣରେ ଗାଈଟିର ପେଟରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଗାଈର ମାଲିକ ଏ ସଂକ୍ରାନ୍ତରେ ବନବିଭାଗକୁ ଜଣାଇବା ପରେ ଘଟଗାଁ ଫରେଷ୍ଟର ଯତିନ୍ଦ୍ର କୁମାର ସାହୁ ଓ ଫରେଷ୍ଟଗାର୍ଡ ଶ୍ରବଣ ପାତ୍ର ଘଟଣାସ୍ଥଳକୁ ଯାଇ ତୁରନ୍ତ ଗାଈର ଚିକିତ୍ସା ବ୍ୟବସ୍ଥା କରିଥିଲେ। ତେବେ ଏହା ବାଘ ଆକ୍ରମଣ କି ନୁହେଁ ତାହା ବନବିଭାଗ ସ୍ପଷ୍ଟ କରିନାହିଁ। ବାଘ ମୁଣ୍ଡକୁ ଆକ୍ରମଣ କରିଥାଏ। ମାତ୍ର ଏ କ୍ଷେତ୍ରରେ ପେଟକୁ ଆକ୍ରମଣ କରାଯାଇଛି। ମଙ୍ଗଳବାର ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ ପରେ ଏହା ସ୍ପଷ୍ଟ ହେବ ବୋଲି ଘଟଗାଁ ରେଞ୍ଜ ଅଫିସର ପ୍ରଭାତ କୁମାର କୁଅଁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri