ଯାତ୍ରୀଙ୍କୁ ହଇରାଣ କରୁଛନ୍ତି ଟିକେଟ୍‌ କାଉଣ୍ଟର ହକର: ଟଙ୍କା ଫେରେଇବାକୁ କହିବାରୁ… ସାମାଜିକ ଗଣମାଧ୍ୟମରେ ଦୁଃଖ ବଖାଣିଲେ ବିଧବା ମହିଳା

ଦାରିଙ୍ଗବାଡି, ୭ ।୧ (ଅରୁଣ ସାହୁ ): କନ୍ଧମାଳ ଜିଲାଦାରିଙ୍ଗବାଡି ଥାନା ଗୌଡ଼ ସାହିର ଜଣେ ବିଧବା ମହିଳାଙ୍କୁ ଘରୋଇ ବସର ଟିକେଟ୍‌ କାଉଣ୍ଟରର ହକର ଟିକେଟ ପଇସା ନ ଫେରାଇ ଓଲଟା ମହିଳାଙ୍କୁ ଅଶ୍ମୀଳ ଭାଷାରେ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଉକ୍ତ ଟିକେଟ କାଉଣ୍ଟର ହକରର ନିର୍ଯାତନା ସହିନପାରି ଥାନାକୁ ଅଭିଯୋଗ କରିବାକୁ ପହଞ୍ଚିଥିବା ମହିଳା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ଉକ୍ତ ହକର ଜଣଙ୍କ ତାଙ୍କ ପ୍ରତି ବାରମ୍ବାର ଏକାଧିକଥର ବାତିଲ ହୋଇଥିବା ଟିକେଟ୍‌ର ଅର୍ଥ ଫେରାଇନଥିବା ସେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ ଗୌଡ଼ ସାହିର ଶଶୀ ଗୌଡ଼ ଜଣେ ବିଧବା ମହିଳା ସେ ତାଙ୍କ ଝିଅ ପୁଅଙ୍କୁ ନେଇ ଗୌଡ଼ ସାହିରେ ରହୁଥିବା ବେଳେ ତାଙ୍କ ଝିଅ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏବେ ଦିବ୍ୟାଙ୍ଗ ହୋଇଛନ୍ତି । ସେ ତାଙ୍କର ଚିକିତ୍ସା ପାଇଁ ବାରମ୍ବାର ଭୁବନେଶ୍ୱର ଓ ବ୍ରହ୍ମପୁର ଯାଉଥିବାବେଳେ ଗତ ଡିସେମ୍ବରରେ ସେ ଭୁବନେଶ୍ୱର ଯିବାକୁ ଦାରିଙ୍ଗବାଡି ବସ୍‌ ଷ୍ଟାଣ୍ଡ ଚକାଡୋଳା ବସ୍‌ରେ ଅଗ୍ରିମ ଟିକେଟ୍‌ କରିଥିଲେ । ସେ ହକର ତାରାପ୍ରସାଦ ସାହୁଙ୍କୁ ଟିକେଟ୍‌ ପାଇଁ କୁଆଡେ ୟୁପିଆଇରେ ୪୦୦ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଶଶୀଙ୍କ ଭୁବନେଶ୍ୱର ଯିବା ବାତିଲ ହେବାରୁ ସେ ଟିକେଟ୍‌ କାଉଣ୍ଟରରେ ଅଗ୍ରିମ ଜଣାଇଥିଲେ ଓ ତାଙ୍କ ଅର୍ଥ ଫେରାଇବାକୁ କହିଥିଲେ ହେଲେ ତାଙ୍କ ପଇସା ସେ ଏବେ ସୁଦ୍ଧା ପାଇନଥିବା କହିବାରୁ ତାଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଘଟଣା ଶଶୀ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି। ସେ ମଙ୍ଗଳବାର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ନୂଆ ଅଫିସର ଥିବାରୁ ସେ ଆଇଆଇସିଙ୍କୁ ଚିହ୍ନି ନ ପାରି ଫେରିଆସିଥିଲେ। ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଏମିତି ଅଗ୍ରିମ ଟିକେଟ୍‌ କରି ତାଙ୍କ ଗସ୍ତ ବାତିଲ ହୋଇ ୧୬ ଟଙ୍କା ସେ ଫେରିପାଇବାକୁ ରହିଥିବା ବେଳେ ମୋଟ ୨ ହଜାର ଟଙ୍କା ସେ ଫେରିପାଇବାକୁ ଥିବା କହିଛନ୍ତି। ଏ ନେଇ ହକର ତାରାପ୍ରସାଦ ସାହୁଙ୍କୁ ତାଙ୍କ ଫୋନ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଖବର ଲେଖିବା ସୁଦ୍ଧା ଫୋନ ରିଡିଭ କରିନଥିଲେ । ଘଟଣାର ସତ୍ୟାସତ୍ୟ ତଦନ୍ତ ହେବା ଓ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଶଶୀଙ୍କ ଭଳି ଏହି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଘରୋଇ ବସ୍‌ଗୁଡିକରେ ଯାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

Dharitri – The Largest & Most Trusted Odia Daily

Share
Tags: odisha