କାଳବୈଶାଖୀ ପ୍ରଭାବରେ କିଛି ଜିଲାରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର,୭।୪(ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ଜିଲାରେ ବିଜୁଳି,ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ଦେବଗଡ, ସୁନ୍ଦରଗଡ ଏବଂ ବାଲେଶ୍ୱର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।
ଅନ୍ୟପକ୍ଷେ, ଉପକୂଳ ଜିଲାଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସେହିପରି ୪ରୁ ୫ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।