ଏହିସବୁ ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ଆଶଙ୍କା

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ହେବା ନେଇ ଶନିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସନ୍ଧ୍ୟା ୬ରୁ କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, ରାୟଗଡ଼ା, ଗଜପତି ଜିଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି। ତେବେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।