ଧର୍ମଶାଳା,୯।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜଲା ଧର୍ମଶାଳା ଅଞ୍ଚଳରେ ସୋମବାର ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ସକାଳୁ ପ୍ରବଳ ଖରା ଗରମ ଗୁଳୁଗୁଳିରେ ଲୋକେ ଡହଳବିକଳ ହେଉଥିବା ବେଳେ ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଅଚାନକ ଘଡଘଡି ସାଙ୍ଗକୁ ବର୍ଷା ପ୍ରାୟ ୨ଘଣ୍ଟା ଧରି ଛେଚଥିଲା। ବିଜୁଳି ଘଡଘଡି ଶବ୍ଦରେ ଲୋକେ ଭୟଭୀତ ହୋଇଥିଲେ। ଏହାର ପ୍ରଭାବରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇ ଥିଲା ଏବଂ ବିଦ୍ୟୁତ ସରବରାହ ମଧ୍ୟ ଦୀର୍ଘ ସମୟ ଧରି ବନ୍ଦ ହୋଇ ରହିଛି।


