A man stands near Arjipalli beach during rain and strong winds caused by cyclonic storm named Titli, or Butterfly near Gopalpur on the Bay of Bengal coast, Ganjam district, eastern Orissa state, India, Thursday, Oct.11, 2018. The severe cyclone damaged mud huts and uprooted trees and electric poles Thursday in eastern India where authorities have moved nearly 300,000 people to higher ground. (AP Photo)
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଦିନବେଳା ତାତି ସହ ଗରମ ପବନ ଜନଜୀବନକୁ ପ୍ରଭାବିତ କରୁଛି। ତେବେ ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଝଡ଼ତୋଫାନ ହୋଇଥିବାରୁ ପାରଦ ସାମାନ୍ୟ ଖସିଛି। ରବିବାର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୧.୧ ଡିଗ୍ରୀ, ବୌଦ୍ଧ ୪୦.୮, ଭବାନିପାଟଣା ୪୦.୧ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ରହିଥିଲା। ତେବେ ସନ୍ଧ୍ୟାରେ ବର୍ଷା ଆଶ୍ୱସ୍ତି ଦେଇଛି। କେନ୍ଦୁଝରଗଡ଼ରେ ସର୍ବାଧିକ ୨୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗବାଡ଼ି, ବାଲେଶ୍ୱର, ବାରିପଦା, ଝାରସୁଗୁଡ଼ା, କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ଓ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମସ୍ତ ସ୍ଥାନରେ ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ପବନ ବହିବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିଭଳି ଏହିଦିନ ଜଗତ୍ସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ମଧ୍ୟ ଝଡ଼ବର୍ଷା ହେବାକୁ ଥିବାରୁ ଏସବୁ ସ୍ଥାନରେ ୟେଲୋ ୱାର୍ନିଂ ଜାରି କରାଯାଇଛି। ୪ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା ନୟାଗଡ଼, ପୁରୀ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ଏଥିସହିତ କୋରାପୁଟ, ଗଜପତି, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମସ୍ତ ଜିଲାରେ ୟେଲୋ ୱାର୍ନିଂ ଜାରି କରାଯାଇଛି। ୫ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଗଜପତି, ଗଞ୍ଜାମ ଓ ନୟାଗଡ଼ରେ ୪୦ରୁ ୫୦ କି.ମି. ବେଗରେ ପବନ ସହ ବଜ୍ରପାତ ହେବ। ସେଥିପାଇଁ ଏ ସମସ୍ତ ଜିଲାରେ ୟେଲୋ ୱାର୍ନିଂ ଜାରି ହୋଇଛି। ସେହିପରି ୬ରୁ ୭ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ରେ ୩୦ରୁ ୪୦ କି.ମି. ବେଗରେ ପବନ ଓ ବଜ୍ରପାତ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି।