ଇନଷ୍ଟାଗ୍ରାମ ଉପରେ ଚଡ଼କ: ଆପକୁ ଡିଲିଟ କରିଛନ୍ତି ଅଧିକ ୟୁଜର,ତାଲିକାରେ ୫ ଆପ…

ଓ୍ବାଶିଂଟନ,୨୫।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୨୦୨୩ ବର୍ଷର ସବୁଠାରୁ ଅଧିକ ଡିଲିଟ ହୋଇଥିବା ଆପ ହୋଇଛି। ଅଧିକାଂଶ ଡିଲିଟ ହୋଇଥିବା ସୋସିଆଲ ଆପ ତାଲିକାରେ ଇନଷ୍ଟାଗ୍ରାମ ଶୀର୍ଷ ସ୍ଥାନରେ ଅଛି। ଏହି ଡିଲିଟ ହେଉଥିବା ଆପ ତାଲିକାରେ ସ୍ନାପଚାଟ ଏବଂ ଟେଲିଗ୍ରାମ ମଧ୍ୟ ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଆପ ଲୋକପ୍ରିୟ ହେବା ସହିତ ଏହାକୁ ସର୍ବାଧିକ ସଂଖ୍ୟକ ୟୁଜର ଡିଲିଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ସୋସିଆଲ ମିଡିଆ ୟୂଜରଙ୍କ ରେକର୍ଡ ଭାଙ୍ଗିଛି। ଏହି ସଂଖ୍ୟା ୪.୮ ବିଲିୟନର ଅତିକ୍ରମ କରିଛି। ସୋସିଆଲ ମିଡିଆ ୟୁଜରମାନେ ପ୍ରତିଦିନ ସୋସିଆଲ ମିଡିଆରେ ୨ ଘଣ୍ଟା ୨୪ ମିନିଟ ବିତାଉଛନ୍ତି ।

ଆମେରିକୀୟ ଟେକ ଫାର୍ମ ଟିଆରଜି ଡାଟାସେଣ୍ଟରର ଏକ ରିପୋର୍ଟର ଉଦ୍ଧୃତ କରି ଏହା ପ୍ରକାଶ ପାଇଛି ଯେ ସୋସିଆଲ ମିଡିଆ ଫାର୍ମ ଥ୍ରେଡ ଏକ ଆପ ହୋଇପାରିଛି ଯାହା ଏକ ସପ୍ତାହ ମଧ୍ୟରେ ସର୍ବାଧିକ ଉପଭୋକ୍ତାଙ୍କୁ ହରାଇଛି। ଏହାର ଉନ୍ମୋଚନ ହେବାର ୨୪ ଘଣ୍ଟା ମଧ୍ୟରେ ୧୦୦ ମିଲିୟନ ଉପଭୋକ୍ତା ଥ୍ରେଡ ଆପ ରେ ଯୋଗ ଦେଇଥିଲେ, କିନ୍ତୁ ପରବର୍ତ୍ତୀ ୫ ଦିନରେ, ୮୦ ପ୍ରତିଶତ ୟୁଜର ଥ୍ରେଡ ଛାଡିଥିଲେ। ଏହି କାରଣରୁ, ଥ୍ରେଡ ଆପ ଅର୍ଥାତ ମେଟା କମ୍ପାନୀ ବହୁ କ୍ଷତି ସହିଥିଲା ।

୨୦୨୩ ମସିହାରେ, ୧୦ ଲକ୍ଷ ଲୋକ ଇଣ୍ଟରନେଟରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବା ପାଇଁ କୌଶଳ ଖୋଜିଥିଲେ। ଆହୁରି ମଧ୍ୟ, ୧୦,୨୦,୦୦୦ରୁ ଅଧିକ ୟୁଜର ଇନଷ୍ଟାଗ୍ରାମ ଆପ ଡିଲିଟ କରିଛନ୍ତି। ଫଳରେ ଇନଷ୍ଟାଗ୍ରାମ ଡିଲିଟ କରିଥିବା ୟୁଜରଙ୍କ ସଂଖ୍ୟା ୧,୩୦,୦୦୦ ରହିଛି।

ଇନଷ୍ଟାଗ୍ରାମ ଆପ ପରେ ସ୍ନାପଚାଟ ଡିଲିଟ ହୋଇଥିବା ଆପ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। ସ୍ନାପଚଟକୁ ୧,୨୮,୦୦୦ ୟୂଜର ଡିଲିଟ କରିଛନ୍ତି। ଏହା ପରେ ଏକ୍ସ ଏବଂ ଟେଲିଗ୍ରାମ ରହିଛି। ଫେସବୁକ, ଟିକଟକ, ୟୁଟ୍ୟୁବ, ହ୍ବାଟସ ଆପ ଏବଂ ଭିଚାଟ ମଧ୍ୟ ଡିଲିଟ ହୋଇଥିବା ଆପ ମଧ୍ୟରେ ରହିଛି। ୪୯,୦୦୦ ୟୁଜର ଫେସବୁକ ଆପ ଡିଲିଟ କରିଥିବାବେଳେ ୪,୯୫୦ ୟୁଜର ହ୍ବାଟସ ଆପ ଡିଲିଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ ସଂପର୍କ ଅଭିଯାନ, ମୋହନ ସରକାରଙ୍କ ଉପଲବ୍ଧି-ଲକ୍ଷ୍ୟ ବଖାଣିଲେ ଏମପି

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ସଂରା ପଶି ଲକ୍ଷ୍ମୀ ପଣ୍ଡପରେ ଗୁରୁବାର କେନ୍ଦୁଝର ଏମପି ଅନନ୍ତ ନାୟକ ନିର୍ବାଚନ ମଣ୍ଡଳୀର ବରିଷ୍ଠ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

ନେପାଳରେ ଭୂକମ୍ପ, ମୋଦି କହିଲେ ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ

କାଠମାଣ୍ଡୁ,୨୫ା୬: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

ଶକ୍ତିଶାଳୀ ଭୂକମ୍ପ: ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ଝଟକା ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି। ମାତ୍ର ଗୋଟିଏ ମିନିଟ୍‌ ବ୍ୟବଧାନରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇଟି ପ୍ରଳୟଙ୍କରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri