Posted inଜାତୀୟ

ଥ୍ରୋଟଲ୍‌ରେ ଥୋଇଲେ ବ୍ୟାଗ୍‌, ମାଡ଼ିଗଲା ଟ୍ରେନ୍‌

ନୂଆଦିଲ୍ଲୀ/ମଥୁରା,୨୯ା୯:ଜଣେ ଟ୍ରେନ୍‌ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଉତ୍ତରପ୍ରଦେଶର ମଥୁରା ରେଳଷ୍ଟେଶନରେ ଛିଡ଼ାହୋଇଥିବା ଏକ ଟ୍ରେନ୍‌ ମଙ୍ଗଳବାର ରାତିରେ ଲାଇନ୍‌ଚ୍ୟୁତ ହୋଇ ପ୍ଲାଟ୍‌ଫର୍ମକୁ ମାଡ଼ିଯାଇଥିଲା। ଏଥିରେ ଜଣେ ମହିଳା ଆହତ ହୋଇଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟ୍ରେନ୍‌ରେ ଲାଗିଥିବା ସିକ୍ୟୁରିଟି କ୍ୟାମେରାରେ ରେକର୍ଡ ହୋଇଥିବା ସେହି ସମୟର ଭିଡିଓରୁ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଟ୍ରେନ୍‌ରୁ ସମସ୍ତ ଯାତ୍ରୀ ଓହ୍ଲାଇଯିବା ପରେ ରେଲଓ୍ବେର ଜଣେ କର୍ମଚାରୀ ଇଞ୍ଜିନ୍‌ କ୍ୟାବିନ୍‌ରେ ପ୍ରବେଶ କରୁଥିବା ଉକ୍ତ ଭିଡିଓରୁ ଦେଖିବାକୁ ମିଳିଛି। ସଚିନ୍‌ ନାମକ ଉକ୍ତ ବ୍ୟକ୍ତି ଇଞ୍ଜିନ୍‌ର ଥ୍ରୋଟଲ ଉପରେ ତାଙ୍କ ବ୍ୟାଗ୍‌ ରଖି ଫୋନ୍‌ରେ ଭିଡିଓ କଲ୍‌ରେ ବ୍ୟସ୍ତ ଥିଲେ। ବ୍ୟାଗ୍‌ର ଚାପ ଯୋଗୁ ଥ୍ରୋଟଲ୍‌ ଫରଓ୍ବାର୍ଡ ପୋଜିଶନ୍‌କୁ ଚାଲିଯାଇଥିଲା। ଫଳରେ ଟ୍ରେନ୍‌ଟି ପ୍ଲାଟ୍‌ଫର୍ମ ଆଡ଼କୁ ମାଡ଼ିଯାଇଥିଲା। ଟ୍ରେନ୍‌ ଆଗକୁ ବଢ଼ିବା ସହ ଡେଡ୍‌ ଏଣ୍ଡ୍‌କୁ ଭାଙ୍ଗି ଏହାର କିଛି ଅଂଶ ପ୍ଲାଟ୍‌ଫର୍ମକୁ ଉଠିଯାଇଥିବା ଭିଡିଓରେ ଦେଖାଯାଇଛି। ଏହି ଦୁର୍ଘଟଣା ପାଇଁ ସଚିନ୍‌ଙ୍କ ସମେତ ୫ ଜଣଙ୍କୁ ନିଲମ୍ବନ କରାଯାଇଥିବା ଡିଜିଜନାଲ ରେଲ୍‌ଓ୍ବେ ମ୍ୟାନେଜର ପ୍ରକାଶ ଅଗ୍ରଓ୍ବାଲ କହିଛନ୍ତି। ଇଞ୍ଜିନ୍‌ କ୍ୟାବିନ୍‌କୁ ଚାବି ଆଣିବାକୁ ଯାଇଥିବା ସଚିନ ସେହି ସମୟରେ ମଦ ପିଇଥିଲେ କି ନାହିଁ, ତାହାର ତଦନ୍ତ କରାଯାଉଛି। ତାଙ୍କୁ ହସ୍ପିଟାଲ ନିଆଯାଇ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri