କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଏନ୍ଏଚ୍ ୪୯ ପୁତୁଲପାଣି ଛକ ନିକଟରେ ପଛକୁ ପଛ ପିଟି ହୋଇ ୩ ଟ୍ରକ୍ ନଷ୍ଟ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଉକ୍ତ ସ୍ଥାନରେ ଶନିବାର ସକାଳେ ରାସ୍ତା ଉପରେ ଏକ ଟ୍ରକ ପାର୍କିଂ କରିଥିବାବେଳେ ପଛପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ପିଟି ହୋଇଯାଇଥିଲା। ସେହିପରି ପଛପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ହଠାତ୍ ବ୍ରେକ୍ ଦେବାରୁ ରାସ୍ତାକଡ଼ ସୁରକ୍ଷା ବାଡ଼ରେ ପିଟି ହୋଇଥିଲା।
ସୂଚନାଯୋଗ୍ୟ, ଉକ୍ତ ରାସ୍ତା ଉପରେ ବେଆଇନ ଟ୍ରକ ପାର୍କିଂ ଯୋଗୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିଲେ ହେଁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଶୁଅକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିକୁ ଶତାଧିକ ଟ୍ରକ ଲୁହାପଥର ନେବା ଆଣିବା ପାଇଁ ଆସୁଥିଲେ ହେଁ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଉକ୍ତ ସ୍ଥାନଟି ହାତୀମାନଙ୍କ ଚଲାପଥ ରହିଛି। ହାତୀଙ୍କ ଯାତାୟତ ପଥ ହୋଇଥିବାରୁ ବହୁ ସଂଖ୍ୟାରେ ଟ୍ରକ ଜାତୀୟ ରାଜପଥରେ ଛିଡ଼ା ହୋଇ ହାତୀଙ୍କ ଯାତାୟାତ ଅବରୋଧ କରୁଛନ୍ତି।


