Posted inଜାତୀୟ

‘ପାକିସ୍ତାନରୁ ମୁମ୍ବାଇ ଆସିଲେ ୩ ଆତଙ୍କବାଦୀ’, ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଦେଲେ ମୋବାଇଲ, ଗାଡି ନମ୍ବର

ମୁମ୍ବାଇ,୮।୪: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ଦାବି କରିଛନ୍ତି କି ଶୁକ୍ରବାର (୭ ଏପ୍ରିଲ) ଦିନ ୩ ଜଣ ଆତଙ୍କବାଦୀ ଦୁବଇରୁ ମୁମ୍ବାଇ ଆସିଛନ୍ତି। ଏମାନଙ୍କ କନେକସନ ପାକିସ୍ତାନ ସହ ରହିଛି। କେବଳ ସେତିକି ନୁହେଁ କଲର ପୋଲିସକୁ ଜଣଙ୍କ ନାମ ମୁଜିବ ସୈୟାଦ ବୋଲି କହିଛନ୍ତି। ତାଙ୍କ ମୋବାଇଲ ନମ୍ବର ଓ ଗାଡ଼ି ନମ୍ବର ବି ସେ ପୋଲିସକୁ ଦେଇଛନ୍ତି। ବିଶେଷ ସୂତ୍ରରୁ କୁହାଯାଇଛି କି କଲରଙ୍କ ନାମ ରାଜା ଠୋଂଗେ, ଯିଏ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ। ପୋଲିସ ଏହି କଲ ପରେ ଆଲର୍ଟ ମୋଡକୁ ଆସିଯାଇଛି।

ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁୂମକୁ ଗତ ମାସରେ ୧ ମାର୍ଚ୍ଚ ବିଳମ୍ବିତ ରାତି ପ୍ରାୟ ୧୧ଟାରେ ଜଣେ ଅଜଣା ବ୍ୟକ୍ତି କଲ କରି ମୁମ୍ବାଇର କୁର୍ଲା(ପଶ୍ଚିମ)ରେ ବିସ୍ଫୋରଣ ହେବା ଖବର ଦେଇଥିଲେ। ଫୋନ କରିଥିବା ବ୍ୟକ୍ତି କହିଥିଲେ କି ଆସନ୍ତା ୧୦ ମିନିଟ ମଧ୍ୟରେ କୁର୍ଲାରେ ବିସ୍ଫୋରଣ ହେବ। ଆଉ ଏମିତି କହି ସେ ଫୋନ କାଟି ଦେଇଥିଲେ। ଫୋନ କଲ ମିଳିବା ପରେ ତୁରନ୍ତ ପୋଲିସ ଯାଞ୍ଚ ପାଇଁ ଟିମ ଲଗାଇ ଦେଇଥିଲା। ହେଲେ ଘଣ୍ଟାକର ଯାଞ୍ଚ ପରେ ବି ପୋଲିସ ସେହି ସ୍ଥାନରୁ କୌଣସି ପ୍ରକାର ସନ୍ଦେହାସ୍ପଦ ଜିନିଷ ପାଇ ନ ଥିଲା।
ଯଦିଓ ମୁମ୍ବାଇ ପୋଲିସକୁ ଆଗରୁ ଏଭଳି କଲ ଆସି ସାରିଛି। ତେବେବି ପୋଲିସ କୌଣସି କଲକୁ ଅଣଦେଖା କରିପାରିବ ନାହିଁ। ସେଥିପାଇଁ ପୋଲିସ ସମସ୍ତଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri