ନୂଆଦିଲ୍ଲୀ, ୧୬।୭: ଗୁରୁବାର ଭୋର୍ ୪ଟା ୪୭ ମିନିଟ୍ ରୁ ସକାଳ ୭ଟା ୫୭ ମଧ୍ୟରେ ହିମାଚଳପ୍ରଦେଶ, ଗୁଜରାଟ ଏବଂ ଆସାମରେ ଭୂକମ୍ପ ଅନୁଭୁତ ହୋଇଛି। ହିମାଚଳପ୍ରଦେଶରେ ଭୋର୍ ୪ଟା ୪୭ରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୩ ଥିଲା। ସେହିପରି ସକାଳ ୭ଟା ୪୦ରେ ଗୁଜରାଟରେ ୪.୫ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ୧୭ ମିନିଟ୍ ପରେ ଆସାମରେ ସକାଳ ୭ଟା ୫୭ରେ ୪.୧ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଲୋକେ ଆତଙ୍କିତ ହୋଇ ଘରୁ ବାହାରକୁ ପଳାଇ ଆସିଥିବା କୁହାଯାଉଛି।