ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଠେଲାପେଲାରେ ଚାଲିଗଲା ୩ ଜଣଙ୍କ ଜୀବନ, କ୍ଷୋଭ ପ୍ରକାଶ କରି ନବୀନ କହିଲେ ପ୍ରଶାସନର…

ପୁରୀ,୨୯ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି।

ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥିସହିତ ମୃତ ୩ ମୃତକଙ୍କ ପରିବାର ପ୍ରତି ‘ଏକ୍ସ’ରେ ଗଭୀର ସମବେଦନା ଜଣାଇଛନ୍ତି ନବୀନ। ସେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆହତଙ୍କର ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, ଭିଡ଼କୁ ପରିଚାଳନା କରିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନ ଥିଲା।

ନନ୍ଦିଘୋଷ ଟାଣିବାରେ ବିଳମ୍ବକୁ ମହାପ୍ରଭୁଙ୍କ ଇଚ୍ଛା କହିବା ଆଶ୍ଚର୍ଯ୍ୟଜନକ ବୋଲି କହିଥିବାବେଳେ ଏଥିପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ନବୀନ। ଆଡ଼ପ ବିଜେ, ବାହୁଡା, ସୁନାବେଶ ପାଇଁ ସଂଶୋଧନମୂଳକ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ନବୀନ।

Share