ଅଟକ ରଖି ୩ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା: ଫିଲ୍ମ ଷ୍ଟାଇଲ୍‌ରେ ଘରକୁ କରିଦେଲେ ଫୋନ୍‌, ଏକାବେଳକେ ଖେଳଶେଷ

ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ସୁଦୂର ତାମିଲନାଡୁ ତିରିପୁର ଜିଲା ପଙ୍ଗାଲୁ ଗ୍ରାମ ନିକଟ ଏକ ପାଣି ବୋରୱେଲ ଗ୍ୟାରେଜର ଏକ ଘର ମଧ୍ୟରେ ଅଟକ ଥିବା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ୩ ନିର୍ଯ୍ୟାତିତ ଓଡ଼ିଆ ଶ୍ରମିକ ବି. ବୁଡୁ ରେଡ୍ଡୀ, ବି.ପୂର୍ଣ୍ଣଚନ୍ଦ୍ର ରେଡ୍ଡୀ ଏବଂ ଏସ୍‌.ଧୋବା ଦୋରାଙ୍କୁ ଗତ ବୁଧବାର ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ସେଠାକାର ପୋଲିସ ସହାୟତାରେ ଉଦ୍ଧାର କରିଥିଲେ।

୩ ଶ୍ରମିକ କିଛଦିନ ପୂର୍ବେ କାମ ପାଇଁ ଜଣେ ଶ୍ରମିକ ଦଲାଲଙ୍କ ସହ ତାମିଲନାଡୁ ପଙ୍ଗାଲୁ ଗ୍ରାମସ୍ଥିତ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିକୁ ଯାଇଥିଲେ। ସେଠାରେ ସେମାନଙ୍କୁ କାମ ଦିଆଯିବ ବୋଲି କୁହାଯାଇଥିଲା। ସେଠାରେ କାମ ନ ମିଳିବାରୁ ସେମାନେ ଗାଁକୁ ଫେରିବା ପାଇଁ ସେଠାକାର ରେଲୱେ ଷ୍ଟେଶନକୁ ଚାଲି ଆସିଥିଲେ। ସେଠାରୁ ଅନ୍ୟଜଣେ ଶ୍ରମିକ ଦଲାଲ କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ପୁଣି ଡାକି ନେଇଥିଲେ। ସେମାନଙ୍କୁ ଏକ ପାଣି ବୋରୱେଲ ଗ୍ୟାରେଜର ଏକ ଘର ଭିତରେ ରଖାଯାଇଥିଲା। ଜଣେ ଶ୍ରମିକ ଦଲାଲ ଗ୍ୟାରେଜ ମାଲିକଙ୍କୁ ଶ୍ରମିକ ଯୋଗାଇଦେଇଥିବା କହି ତାଙ୍କ ନିକଟରୁ ଶ୍ରମିକଙ୍କ ମଜୁରୀ ବାବଦରେ ଅଗ୍ରୀମ ୧୭ ହଜାର ଟଙ୍କା ନେଇଯାଇଥିଲେ। ଗ୍ୟାରେଜ ମାଲିକ ସେମାନଙ୍କୁ ସେଠାରେ କ୍ରୀତଦାସ ଭଳି ଖଟାଇବା ସହ ଏକ ଘର ଭିତରେ ନଜରବନ୍ଦୀ କରି ବନ୍ଧକ ରଖିଥିଲେ। ଗ୍ୟାରେଜରେ ସେମାନଙ୍କୁ ଆବର୍ଜନା ସଫା କରିବା। ମାଟି ଖୋଳିବା। ପାଇପ ବୋର୍‌ୱେଲ ଗାଡ଼ି ଗୁଡ଼ିକୁ ସଫା କରିବା ଭଳି ବିଭିନ୍ନ କାମ କରିବାକୁ ବାଧ୍ୟ କରାଯାଉଥିଲା। ସେଠାରେ ସେମାନଙ୍କୁ ପେଟପୁରା ଖାଇବାକୁ ଦିଆଯାଉ ନ ଥିଲା। ଅଧିକା ମଜୁରୀ ମିଳିବା ଲୋଭରେ ତାମିଲନାଡୁ ଯାଇଥିବା ୩ ଶ୍ରମିକ ସେଠାରେ ଫସି ଯାଇଥିଲେ। ମଜୁରୀ ବାବଦରେ ଅଗ୍ରୀମ ୧୭ ହଜାର ଟଙ୍କାର କାମ ଆଦାୟ କରାଯିବା ପରେ ତୁମମାନଙ୍କୁ ଛଡାଯିବ ବୋଲି ଗ୍ୟାରେଜ ମାଲିକ ସେମାନଙ୍କୁ ରୋକ ଠୋକ ଶୁଣାଇଦେଇଥିଲେ। ସେମାନଙ୍କ ପ୍ରାପ୍ୟ ମଜୁରୀ ମାଗିବାରୁ ସେଠାରେ ସେମାନଙ୍କୁ ଗ୍ୟାରେଜ ମାଲିକଙ୍କ ଇଙ୍ଗିତରେ ଦୁଇଜଣ ଶ୍ରମିକ ଦଲାଲ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ଏସ୍‌.ଧୋବା ଦୋରା କୌଶଳକ୍ରମେ ଫୋନଯୋଗେ ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଧୋବାଙ୍କ ବାପା ଦୁର୍ଯ୍ୟୋଧନ ଦୋରା ଗତ ଶନିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତପାତ୍ର ଥାନା ମାମଲା ନଂ.୪୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପରେ ତାମିଲନାଡୁରେ ବନ୍ଧକ ଥିବା ଶ୍ରମିକଙ୍କ ପରିବାର ଲୋକେ ବ୍ରହ୍ମପୁର ଯାଇ ଏସ୍‌ପଡା ଶ୍ରବଣା ବିବେକ ଏମଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ଜଣାଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅଟକ ଥିବା ୩ ଶ୍ରମିଙ୍କୁ ଉଦ୍ଧାର କରିବା ପାଇଁ ଦିଗପହଣ୍ଡି ଥାନା ପ୍ରୋବେସନାରୀ ଏସ୍‌ଆଇ ମହାପ୍ରସାଦ ମହାନ୍ତି,ଏଏସଆଇ ମନୋଜ ସିଂ, ୨ କନେଷ୍ଟବଳ ଏବଂ ଶ୍ରମିକ ମାନଙ୍କ କିଛି ସମ୍ପର୍କୀୟ ତାମିଲନାଡୁ ଅଭିମୁଖେ ଯାଇ ଅଟକ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ଶ୍ରମିକ ଦଲାଲଙ୍କୁ ପୋଲିସ୍‌ ଟିମ ତାମିଲନାଡୁ କୋଏମ୍ବାଟୁର କରୁମଟ୍ଟାମ ପଲ୍ଲୀରୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ତାମିଲନାଡୁ ଭିରଥୁନଗର ଜିଲା ଭିରଥୁନଗର ଥାନା ଅଧୀନ ରାଜପାଲାୟମ ଗ୍ରାମର କାରଥି(୨୪) ଏବଂ ତାମିଲନାଡୁ ତିରିପୁର ଜିଲା ମଙ୍ଗଲମ ଗାଁ ରେ ରହୁଥିବା ବଲାଙ୍ଗୀର ଜିଲା ପାଲନଗର ଗାଁର କ୍ଷୀରୋଦ ତାଣ୍ଡି(୨୮)। ଦିଗପହଣ୍ଡି ପୋଲିସ ଉଭୟଙ୍କୁ ସେଠାକାର ଜୁଡ଼ିସିଆଲ ମାଜିଷ୍ଟ୍ରେଟ କୋର୍ଟ ରେ ହାଜର କରାଇ ମାଜିଷ୍ଟ୍ରେଟଙ୍କ ଅନୁମତି କ୍ରମେ ୫ ଦିନ ରିମାଣ୍ଡରେ ଆଣି ଶୁକ୍ରବାର ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଥିଲେ। ଭାରତୀୟ ନ୍ୟାୟ ସଂହିତାର ଧାରା – ୧୪୩(୩)/୧୧୫(୨)/୧୨୭(୩)/୩(୫) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ସ୍ଥାନୀୟ ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri