ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇ ପ୍ରାଣ ହରାଇଛନ୍ତି ।
ସୂଚନା ଅନୁସାରେ ମୃତକ ସନ୍ଧ୍ୟା ଓ ସନ୍ଧିତା ଗୋଟିଏ ପରିବାରର ହେଇଥିବା ବେଳେ ଭୂମିକା ଅନ୍ୟ ଏକ ପରିବାରର ବୋଲି ଜଣା ପଡିଛି । ତିନି ଜଣ ଝିଅ ବିଦ୍ୟାଳୟରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ଅସାବଧାନତା ଯୋଗୁ ପାଣିରେ ବୁଡି ମୃତ୍ୟୁ ହେଇଥିବା ଜଣା ପଡିଛି । ଘଟଣାକୁ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ତିନିଜଣଙ୍କ ମୃତ୍ୟୁଙ୍କୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।