ଓଡ଼ିଶାର ବିକାଶ ପାଇଁ ତ୍ରିସ୍ତରୀୟ ବୁଝାମଣାପତ୍ର

ଭୁବନେଶ୍ୱର,୯।୧୨: ରାଜ୍ୟର ସଡ଼କ, ରେଳପଥ, ଆଭ୍ୟନ୍ତରୀଣ ଜଳପଥ, ସ୍ଲରି ପରିବହନ, ସାଧାରଣ ପରିବହନ, ବନ୍ଦର ଏବଂ ବିମାନ ଯୋଗାଯୋଗ ଭଳି ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ନେଇ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ଏକ ସର୍ବେକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସର୍ବେକ୍ଷଣ କାର୍ଯ୍ୟ କରିବା ପାଇଁ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଓଡ଼ିଶା ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥା ରାଇଟ୍‌ସ ଲିମିଟେଡ୍‌ ସହ ଆଇସିସି ହାତ ମିଳାଇଛି। ଏହି ସର୍ବେକ୍ଷଣରେ ରାଜ୍ୟରେ ଥିବା ପରିବହନ ଭିତ୍ତିଭୂମି ଓ ଭବିଷ୍ୟତରେ ଶିଳ୍ପର ସମ୍ପ୍ରସାରଣ ଯୋଜନା, ରେଳ ଓ ସଡ଼କ ଭିତ୍ତିଭୂମିର ଆକଳନ କରାଯିବ। ବନ୍ଦର ଭିତ୍ତିଭୂମି, ଜଳପଥର ପରିବହନ କ୍ଷମତା, ଲୁହାପଥର ଓ ତୈଳ ଏବଂ ଗ୍ୟାସ୍‌ ପରିବହନ ଲାଗି ପାଇପଲାଇନ୍‌ ଆଦି ଭିତ୍ତିଭୂମିର ମଧ୍ୟ ଅନୁଶୀଳନ କରାଯିବ। ରାଜ୍ୟ ବିକାଶର ଏକ ନୀଳ ନକ୍ସା ବୁଧବାର ସ୍ଥାନୀୟ ଇଡ୍‌କୋ ସମ୍ମିଳନୀ କକ୍ଷରେ ପରିକଳ୍ପନା ସହ ଏକ ରାଜିନାମା/ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାର ପରିବହନ ଲଜିଷ୍ଟିକ୍‌ ଭିତ୍ତିଭୂମିର ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆଇସିସି ପକ୍ଷରୁ ଦୁଇଟି ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଗୋଟିଏ ଏମ୍‌ଓୟୁ ଓଡ଼ିଶା ସରକାରଙ୍କ ସହ ଓ ଅନ୍ୟଟି ରାଇଟ୍‌ସ ସହିତ ସ୍ବାକ୍ଷର କରାଯାଇଛି। ଏହି ପରିପ୍ରେକ୍ଷୀରେ ଅସିତ ତ୍ରିପାଠୀ କହିଛନ୍ତି , ରାଜ୍ୟର ପରିବହନ ଭିତ୍ତିିଭୂମିରେ ଥିବା ସମସ୍ୟା ବିଷୟରେ ଆମେ ସବୁ ପ୍ରାୟ ଅବଗତ ଅଛୁ। ଶିଳ୍ପସଂସ୍ଥାଗୁଡ଼ିକର ସମସ୍ୟା ବୁଝିବା ଲାଗି ଆମେ ନିୟମିତ ବ୍ୟବଧାନରେ ସେମାନଙ୍କ ସହ ଆଲୋଚନା ମଧ୍ୟ କରୁଛୁ ଏବଂ ସେହି ଅନୁସାରେ ତା’ର ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ଡିଏମ୍‌ଏ୍‌ଫ ପାଣ୍ଠିକୁ ବ୍ୟବହାର କରି କେନ୍ଦୁଝର ଓ ସୁନ୍ଦରଗଡ଼ରେ ଭିତ୍ତିିଭୂମି ପ୍ରକଳ୍ପ ନିର୍ମାଣ କରାଯାଉଛି। କୋଲ୍‌ କରିଡର କାର୍ଯ୍ୟ ମଧ୍ୟ କିଛି ବର୍ଷ ହେଲାଣି ଜାରି ରହିଛି ବୋଲି ତ୍ରିପାଠୀ କହିଛନ୍ତି। ସେହିଭଳି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି , ରାଜ୍ୟର ପରିବହନ ଭିତ୍ତିିଭୂମିରେ ଉନ୍ନତି ଆଣିବା ଲାଗି ଆଗାମୀ ୩ ମାସ ମଧ୍ୟ ଏହି ରିପୋର୍ଟ ପ୍ରାୟତଃ ପ୍ରକାଶ ପାଇଯିବ। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ କିଛି ପଦକ୍ଷେପ ଗ୍ରହଣ କରିବା ଭଳି ସୁପାରିସ ମଧ୍ୟ ପ୍ରଦାନ କରାଯିବ ବୋଲି ଆମେ ଆଶା କରୁଛୁ। ରାଜ୍ୟ ସରକାର, ରାଇଟ୍‌ସ ଓ ଆଇସିସି ଭଳି ସଂସ୍ଥା ଜଡ଼ିତ ଥିବାରୁ ଏହା ଏକ ଅର୍ଥପୂର୍ଣ୍ଣ କାର୍ଯ୍ୟ ହେବ। ସେହିପରି ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି. ପାଣି କହିଛନ୍ତି, ଏହି ସର୍ବେକ୍ଷଣରେ ବିଭିନ୍ନ ବିଭାଗ ଠାରୁ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଇସିସି ଏହାର ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବ। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଟାଟା ଷ୍ଟିଲ୍‌ର ଯୋଗାଣ ଶୃଙ୍ଖଳ ଉତ୍କର୍ଷ କେନ୍ଦ୍ର ମୁଖ୍ୟ ପ୍ରଦୀପ ବଳ, ରାଇଟସ୍‌ର ଜିଏମ୍‌ ସି.ଏଲ୍‌. ଶାହ, ଆଇସିସି ଓଡ଼ିଶାର ସହ ଉପାଧ୍ୟକ୍ଷ ଏମ.ସି. ଗୁପ୍ତା, ମେଣ୍ଟର ସନ୍ତୋଷ କୁମାର ମହାପାତ୍ର ଓ ସଂଯୋଜକ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri