ଓଡ଼ିଶାର ବିକାଶ ପାଇଁ ତ୍ରିସ୍ତରୀୟ ବୁଝାମଣାପତ୍ର

ଭୁବନେଶ୍ୱର,୯।୧୨: ରାଜ୍ୟର ସଡ଼କ, ରେଳପଥ, ଆଭ୍ୟନ୍ତରୀଣ ଜଳପଥ, ସ୍ଲରି ପରିବହନ, ସାଧାରଣ ପରିବହନ, ବନ୍ଦର ଏବଂ ବିମାନ ଯୋଗାଯୋଗ ଭଳି ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ନେଇ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ଏକ ସର୍ବେକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସର୍ବେକ୍ଷଣ କାର୍ଯ୍ୟ କରିବା ପାଇଁ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଓଡ଼ିଶା ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ସଂସ୍ଥା ରାଇଟ୍‌ସ ଲିମିଟେଡ୍‌ ସହ ଆଇସିସି ହାତ ମିଳାଇଛି। ଏହି ସର୍ବେକ୍ଷଣରେ ରାଜ୍ୟରେ ଥିବା ପରିବହନ ଭିତ୍ତିଭୂମି ଓ ଭବିଷ୍ୟତରେ ଶିଳ୍ପର ସମ୍ପ୍ରସାରଣ ଯୋଜନା, ରେଳ ଓ ସଡ଼କ ଭିତ୍ତିଭୂମିର ଆକଳନ କରାଯିବ। ବନ୍ଦର ଭିତ୍ତିଭୂମି, ଜଳପଥର ପରିବହନ କ୍ଷମତା, ଲୁହାପଥର ଓ ତୈଳ ଏବଂ ଗ୍ୟାସ୍‌ ପରିବହନ ଲାଗି ପାଇପଲାଇନ୍‌ ଆଦି ଭିତ୍ତିଭୂମିର ମଧ୍ୟ ଅନୁଶୀଳନ କରାଯିବ। ରାଜ୍ୟ ବିକାଶର ଏକ ନୀଳ ନକ୍ସା ବୁଧବାର ସ୍ଥାନୀୟ ଇଡ୍‌କୋ ସମ୍ମିଳନୀ କକ୍ଷରେ ପରିକଳ୍ପନା ସହ ଏକ ରାଜିନାମା/ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶାର ପରିବହନ ଲଜିଷ୍ଟିକ୍‌ ଭିତ୍ତିଭୂମିର ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆଇସିସି ପକ୍ଷରୁ ଦୁଇଟି ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଗୋଟିଏ ଏମ୍‌ଓୟୁ ଓଡ଼ିଶା ସରକାରଙ୍କ ସହ ଓ ଅନ୍ୟଟି ରାଇଟ୍‌ସ ସହିତ ସ୍ବାକ୍ଷର କରାଯାଇଛି। ଏହି ପରିପ୍ରେକ୍ଷୀରେ ଅସିତ ତ୍ରିପାଠୀ କହିଛନ୍ତି , ରାଜ୍ୟର ପରିବହନ ଭିତ୍ତିିଭୂମିରେ ଥିବା ସମସ୍ୟା ବିଷୟରେ ଆମେ ସବୁ ପ୍ରାୟ ଅବଗତ ଅଛୁ। ଶିଳ୍ପସଂସ୍ଥାଗୁଡ଼ିକର ସମସ୍ୟା ବୁଝିବା ଲାଗି ଆମେ ନିୟମିତ ବ୍ୟବଧାନରେ ସେମାନଙ୍କ ସହ ଆଲୋଚନା ମଧ୍ୟ କରୁଛୁ ଏବଂ ସେହି ଅନୁସାରେ ତା’ର ସମାଧାନ ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ଡିଏମ୍‌ଏ୍‌ଫ ପାଣ୍ଠିକୁ ବ୍ୟବହାର କରି କେନ୍ଦୁଝର ଓ ସୁନ୍ଦରଗଡ଼ରେ ଭିତ୍ତିିଭୂମି ପ୍ରକଳ୍ପ ନିର୍ମାଣ କରାଯାଉଛି। କୋଲ୍‌ କରିଡର କାର୍ଯ୍ୟ ମଧ୍ୟ କିଛି ବର୍ଷ ହେଲାଣି ଜାରି ରହିଛି ବୋଲି ତ୍ରିପାଠୀ କହିଛନ୍ତି। ସେହିଭଳି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି , ରାଜ୍ୟର ପରିବହନ ଭିତ୍ତିିଭୂମିରେ ଉନ୍ନତି ଆଣିବା ଲାଗି ଆଗାମୀ ୩ ମାସ ମଧ୍ୟ ଏହି ରିପୋର୍ଟ ପ୍ରାୟତଃ ପ୍ରକାଶ ପାଇଯିବ। ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ କିଛି ପଦକ୍ଷେପ ଗ୍ରହଣ କରିବା ଭଳି ସୁପାରିସ ମଧ୍ୟ ପ୍ରଦାନ କରାଯିବ ବୋଲି ଆମେ ଆଶା କରୁଛୁ। ରାଜ୍ୟ ସରକାର, ରାଇଟ୍‌ସ ଓ ଆଇସିସି ଭଳି ସଂସ୍ଥା ଜଡ଼ିତ ଥିବାରୁ ଏହା ଏକ ଅର୍ଥପୂର୍ଣ୍ଣ କାର୍ଯ୍ୟ ହେବ। ସେହିପରି ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି. ପାଣି କହିଛନ୍ତି, ଏହି ସର୍ବେକ୍ଷଣରେ ବିଭିନ୍ନ ବିଭାଗ ଠାରୁ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଇସିସି ଏହାର ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବ। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଟାଟା ଷ୍ଟିଲ୍‌ର ଯୋଗାଣ ଶୃଙ୍ଖଳ ଉତ୍କର୍ଷ କେନ୍ଦ୍ର ମୁଖ୍ୟ ପ୍ରଦୀପ ବଳ, ରାଇଟସ୍‌ର ଜିଏମ୍‌ ସି.ଏଲ୍‌. ଶାହ, ଆଇସିସି ଓଡ଼ିଶାର ସହ ଉପାଧ୍ୟକ୍ଷ ଏମ.ସି. ଗୁପ୍ତା, ମେଣ୍ଟର ସନ୍ତୋଷ କୁମାର ମହାପାତ୍ର ଓ ସଂଯୋଜକ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri