ଦୋଳଯାତ୍ରା ଦେଖି ଫେରିବା ବେଳେ ଭୟଙ୍କର ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ ମୃତ

ବିଷମକଟକ,୧୦।୩(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଜଗନ୍ନାଥ ମନ୍ଦିର ପାଖ ଢାବା ନିକଟରେ ଭୟଙ୍କର ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଏହି ଦୁର୍ଘଟଣାଟି ଭୋର୍ ୨-୩ଟା ମଧ୍ୟରେ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଷମକଟକ ଡାକ୍ତରଖାନାରେ ଜଣେ ଓ ଅନ୍ୟ ଜଣେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଛନ୍ତି।

ମୃତକମାନେ ହେଲେ ରାମନାଗୁଡା ବ୍ଲକ ଡମପଲିସି ଗାଁର ଆକାଶ ମଣ୍ଡାଙ୍ଗୀ, ଥେରୁବାଲି ବୁରୁଜୁଗୁଡା ଗାଁର ବିରିସିଙ୍ଗ ହିକକା । ତେବେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଭରତ ସିକକା ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ବିଷମକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଗୀ ଠାରେ ଚାଲିଥିବା ଦୋଳଯାତ୍ରା ଦେଖି ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ଅଶ୍ୱିନ ବୈଷ୍ଣବ: ଖୁସିରେ ଗଦ୍‌ଗଦ୍‌ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୩: ଓଡିଶାରେ ରେଳ ସଂଯୋଗୀକରଣକୁ ନେଇ ଏକ ଖୁସି ଖବର ଆସିଛି। କେନ୍ଦ୍ର ସରକାର ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ…

ଯୁଦ୍ଧ ମଧ୍ୟରେ ଭାରତ ନେଲା ବଡ଼ ନିଷ୍ପତ୍ତି: ଏହି ଦେଶକୁ ପଠାଇବ ଏତେ ପରିମାଣର ଡିଜେଲ, ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଅନେକ ଦେଶରେ ଇନ୍ଧନ ସଙ୍କଟ ଦେଖାଦେବା ଆରମ୍ଭ କରିଛି। ଏହି ସମୟରେ, ଭାରତ ଇନ୍ଧନ ଉପରେ ଏକ ବଡ଼…

ଟିମ୍ ଇଣ୍ଡିଆ ପାଇଁ BCCIର ବଡ଼ ଘୋଷଣା, ୧୦୦ କୋଟିରୁ ଅଧିକ ପୁରସ୍କାର ରାଶି….

ନୂଆଦିଲ୍ଲୀ,୧୦।୩:  ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ବଡ଼ ଘୋଷଣା କରିଛି । ମାର୍ଚ୍ଚ ୮ ତାରିଖରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ…

ଯୁଦ୍ଧକୁ ନେଇ ନବୀନ ଦେଲେ ବଡ଼ ସୂଚନା: ଓଡ଼ିଶା ସରକାରଙ୍କୁ କଲେ ଏହି ଅନୁରୋଧ

ଭୁବନେଶ୍ୱର,୧୦।୩: ଇରାନ-ଆମେରିକା ଯୁଦ୍ଧ ସୋମବାର ସୁଦ୍ଧା ୧୦ ଦିନ ଅତିକ୍ରମ କରିଛି। ପଛକୁ ହଟିବାକୁ କୌଣସି ପକ୍ଷ ରାଜି ନଥିବାରୁ ଦିନକୁ ଦିନ ଯୁଦ୍ଧ ପ୍ରକୋପ ବଢି…

କୋଭିଡ଼ ଟୀକା ଯୋଗୁ ହୋଇଥିବା କ୍ଷତି ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୩: ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କୋଭିଡ ଟିକା ଯୋଗୁ ହେଉଥିବା ଗୁରୁତର ସ୍ବାସ୍ଥ୍ୟ କ୍ଷତି ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ…

ଖରାଦିନେ ଫ୍ରିଜରେ ଥିବା ଥଣ୍ଡା ପାଣି ପିଉଛନ୍ତି କି? ଜାଣନ୍ତୁ ଶରୀର ଉପରେ କେଉଁ ପ୍ରଭାବ ପଡେ

ଗ୍ରୀଷ୍ମ ଋତୁରେ ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ଏହା ଶରୀର ଉପରେ ସକରାତ୍ମକ ବଦଳରେ ନକାରାତ୍ମକ…

ମଞ୍ଚରେ ଭୋ ଭୋ ହୋଇ କାନ୍ଦି କ୍ଷମା ମାଗିଲେ ସୁନିଧି

ସୁନିଧି ଚୌହାନ ଭାରତୀୟ ସଙ୍ଗୀତ ଶିଳ୍ପର ସବୁଠାରୁ ପ୍ରଶଂସନୀୟ ଗାୟିକାମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ଭାରତର ଶକିରା ଭାବରେ ଜଣାଯାଏ। ତାଙ୍କର ଗୀତ ଗାଇବା ଶୈଳୀ ସମସ୍ତଙ୍କୁ…

ଚିନ୍ତା ବଢାଇଲା ଯୁଦ୍ଧ: ଗ୍ୟାସ ପାଇଁ ଭୁବନେଶ୍ୱରରେ ହାହାକାର! ରାତିରୁ ଲମ୍ବା ଲାଇନ୍‌

ଭୁବନେଶ୍ୱର,୧୦।୩: ଚିନ୍ତା ବଢାଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ । ରାଜଧାନୀ ଭୁବନେଶ୍ୱରରେ ବଢିଲା ଗ୍ୟାସ ଟେନସନ। LPG ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌ ଲାଗିଛି । ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri